Odisha news

ଆସୁଛି ନବରାତ୍ରି : ନବରାତ୍ରି ପୂର୍ବରୁ ଜାଣି ରଖନ୍ତୁ କିପରି ହୋଇଥିଲା ମହିଷାସୁର ର ଜନ୍ମ

0

ମହିଷାସୁର ନାମ ଆସିବା କ୍ଷଣି ଅହଂକାର , ଅନ୍ୟାୟ , କ୍ରୋଧ , ଏବଂ ଶକ୍ତିର ଖରାପ ବ୍ୟବହାର କଥା ସମୁଖ କୁ ଆସିଥାଏ l ବ୍ରହ୍ମା ଙ୍କ ନିକଟରୁ ମିଳିଥିବା ବରଦାନ କାରଣରୁ କେହିବି ଦେବତା କିମ୍ବା ପୁରୁଷ ତାକୁ ବଧ କରିପାରୁ ନଥିଲେ l ତେଣୁ ତାର ଅହଂକାର ଖୁବ ବୃଦ୍ଧି ହୋଇ ଯାଇଥିଲା l ନାରୀ ମାନଙ୍କୁ ଦୁର୍ବଳ ଭାବୁଥିବା ତାର ଭାବନା ତା ମଧ୍ୟରେ ଏହି ବିଶ୍ୱାସ ବଢ଼ାଇ ଦେଇଥିଲା ଜେ କୌଣସି ଦେବୀ ମଧ୍ୟ ତାର କିଛି କରିପାରିବ ନାହିଁ l ଏହି କାରଣରୁ ସେ ସ୍ୱର୍ଗ ଉପରେ ଅଧିକାର କରି ନେଲା l ଏବଂ ଇନ୍ଦ୍ର ଙ୍କ ଆସନ ରେ ବସି ଦେବତାଙ୍କୁ ପରାଜିତ କରିଥିଲା l କିନ୍ତୁ ଆପଣ ଜାଣିଛନ୍ତି କି ଏହି ମହିଷାସୁର ର ଜନ୍ମ କିପରି ହୋଇଥିଲା ?

ଦେବୀ ଦୁର୍ଗା ଙ୍କ ଅବତରଣ ଏବ୍ନ୍ ମହିଷାସୁର ବଧ –
ପୌରାଣିକ କଥା ଅନୁସାରେ ଦେବତା ମାନେ ହାରିବା ପରେ ବ୍ରହ୍ମା , ବିଷ୍ଣୁ ଏବଂ ମହେଶ୍ୱର ଙ୍କ ନିକଟରେ ପହଁଚି ଥିଲେ l ୩ ଦେବତା ଙ୍କ ସଂଯୁକ୍ତ ଶକ୍ତି ରେ ମା ଦୁର୍ଗା ପ୍ରକଟ ହୋଇଥିଲେ l ଯିଏକି ସମ୍ପୂର୍ଣ ନାରୀ ଶକ୍ତି ର ପ୍ରତିକ ଅଟନ୍ତି l ଦୁର୍ଗା ଏବଂ ମହିଷାସୁର ଙ୍କ ମଧ୍ୟରେ ୯ ଦିନ ଯୁଧ ହୋଇଥିଲା l ଏବଂ ଦଶମୀ ତିଥିରେ ମା ତାର ବଧ କରିଥିଲେ l ସେହିଦିନ ଠାରୁ ବିଜୟାଦଶମୀ ପର୍ବ ଅସତ୍ୟ ଉପରେ ସତ୍ୟ ର ବିଜୟ ଉତ୍ସବ ଭାବରେ ପାଳନ କରାଯାଉଛି l

ମହିଷାସୁର ଜନ୍ମ ର କଥା –
ଦେବୀ ଭାଗବତ ପୂରାଣ , ମାର୍କଣ୍ଡେୟ ପୁରାଣ , ଦୁର୍ଗା ସପ୍ତସତି ରେ ମହିଷାସୁର ବଧ ର ବର୍ଣନ ମିଳିଛି l କଥା ଅନୁସାରେ ଅସୁର ରମ୍ଭ ଅଗ୍ନି ଦେବ ଙ୍କୁ ସନ୍ତୁଷ୍ଟ କରି ଗୋଟିଏ ଅଜେୟ ଓ ଅମର ସନ୍ତାନ ପାଇଁ କାମନା କରିଥିଲେ l ପରେ ସେ ଗୋଟିଏ ମଇଁଷି ରୁପି ରାକ୍ଷସୀ କୁ ବିବାହ କରି ତା ସହିତ ସମ୍ବନ୍ଧ ରଖିଥିଲେ l ଏବଂ ଏହାପରେ ଅଧା ମଇଁଷି ଏବଂ ଅଧା ମଣିଷ ରୂପରେ ଗୋଟିଏ ସନ୍ତାନ ଜନ୍ମ ନେଲା l ଯାହାର ନାମ ରଖାଗଲା ମହିଷାସୁର l

ମହିଷାସୁର ନିଜ ଶକ୍ତି ଓ ମାୟାବୀ ରୂପ ବଦଳରେ ଖୁବ ପ୍ରଭାବଶାଳୀ ହୋଇଗଲା l ସେ ଅସୁର ଙ୍କ ନେତୃତ୍ୱ ସମ୍ଭାଳିଲା ଏବଂ ରକ୍ତବିଜ ଭଳି ରାକ୍ଷସ ସହିତ ମିଶି ଦେବତା ଙ୍କୁ ପରାଜିତ କଲା l ଏହାପରେ ବ୍ରହ୍ମା , ବିଷ୍ଣୁ ଏବଂ ମହେଶ୍ୱର ଙ୍କ ମିଳନ ରେ ମା ଦୁର୍ଗା ଙ୍କ ଉତ୍ପତି ହେଲା ଯିଏକି ମହିଷାସୁର କୁ ବଧ କରିଥିଲେ l ସେଥିପାଇଁ ମା ଦୁର୍ଗା ଙ୍କୁ ମହିଷା ମର୍ଦିନୀ ବୋଲି କୁହାଯାଏ l ଏହା କେବଳ ଗୋଟିଏ ପୌରାଣିକ କଥା ନୁହେଁ ଏହା ଗୋଟିଏ ଆଧ୍ୟାତ୍ମିକ କଥା ଅଟେ l

Leave A Reply