Odisha news

ଶାସ୍ତ୍ରରେ ନବରାତ୍ରି ରେ ୯ଟି ରଙ୍ଗର କଣ ରହିଛି ବିଶେଷତା

0

ଚଳିତ ବର୍ଷ ଶାରଦୀୟ ନବରାତ୍ରି ଅକ୍ଟୋବର ୩ତାରିଖ ଗୁରୁବାର ଦିନ ଅନୁଷ୍ଠିତ ହେବ l  ମା ଜଗତଜନନୀ ଙ୍କ ପୂଜାରେ ନଦିନର ୯ଟି ରଙ୍ଗର ବିଶେଷ ମହତ୍ୱ ରହିଥାଏ l ପ୍ରତ୍ୟେକ ରଙ୍ଗର ଏହି ନବରାତ୍ରି ପୂଜାରେ କିଛିନା କିଛି ବିଶେଷତା ରହିଛି l ଆଜି ଆସନ୍ତୁ ଜାଣିବା କେଉଁଦିନ କେଉଁ ରଙ୍ଗ ପିନ୍ଧିବାର କଣ ରହିଛି ମହତ୍ୱ l

– ନବରାତ୍ରି ର ପ୍ରଥମ ଦିନ ମା ଶୈଳ ପୁତ୍ରୀ ଙ୍କୁ ପୂଜାର୍ଚନା କରାଯାଇ ଥାଏ l ଏହିଦିନ ହଳଦିଆ ରଙ୍ଗର ବସ୍ତ୍ର ବ୍ରତଧାରୀ ପିନ୍ଧିବା ଜରୁରୀ l ଏହି ରଙ୍ଗ ଶୁଭ ର ପ୍ରତୀକ ଅଟେ l ଏହି ରଙ୍ଗର ବସ୍ତ୍ର ପିନ୍ଧିବା ଦ୍ୱାରା ବ୍ରତ ଧାରୀ ପ୍ରଫୁଲ୍ଲିତ ରହିଥାଏ l

– ଦ୍ଵିତୀୟ ଦିନ ଅକ୍ଟୋବର ୪ ତାରିଖ ରେ ମା ବ୍ରହ୍ମଚାରୀଣି ଙ୍କୁ ପୂଜାର୍ଚନା କରାଯାଇ ଥାଏ l ଏହିଦିନ ସବୁଜ ରଙ୍ଗର ବସ୍ତ୍ର ପିନ୍ଧିବା ଜରୁରୀ l  ସବୁଜ ରଙ୍ଗ ବିକାଶ, ଉନ୍ନତି ଓ ସ୍ଥିରତାର ପ୍ରତୀକ ଅଟେ l ଏହି ରଙ୍ଗର ବସ୍ତ୍ର ବ୍ରତଧାରୀ ପିନ୍ଧିବା ଦ୍ୱାରା ମାଙ୍କର ବିଶେଷ କୃପା ଲାଭ ହୋଇଥାଏ l

– ଅକ୍ଟୋବର ପାଞ୍ଚ ତାରିଖ ତୃତୀୟ ଦିନରେ ମା ଚନ୍ଦ୍ରଘଣ୍ଟା ଙ୍କୁ ପୂଜା କରାଯାଇ ଥାଏ l ଏହିଦିନ ଧୂସର ରଙ୍ଗର ବସ୍ତ୍ର ବ୍ରତଧାରୀ ପିନ୍ଧିବା ଜରୁରୀ l ଏହି ରଙ୍ଗର ବସ୍ତ୍ର ମନକୁ ସାନ୍ତ୍ୱନା ଦେଇଥାଏ ଏବଂ ବ୍ୟବହାର କୁ ସହଜ କରିଥାଏ l

– ଚତୁର୍ଥ ଦିନ ଅକ୍ଟୋବର ୬ ତାରିଖ ରେ ମା କୁଷ୍ମାଣ୍ଡା ଙ୍କୁ ପୂଜା କରାଯାଇ ଥାଏ l ଏହିଦିନ ର ଶୁଭ ରଙ୍ଗଟି ହେଲା ନାରଙ୍ଗୀ l ଏହି ରଙ୍ଗର ବସ୍ତ୍ର ପିନ୍ଧିବା ଦ୍ୱାରା ମନରେ ଫୁର୍ତି ଓ ଉଲ୍ଲାସ ବୃଦ୍ଧି ହୋଇଥାଏ l

– ଷୋମବାର ଅକ୍ଟୋବର ୭ ପଞ୍ଚମ ଦିନରେ ମା ଷ୍କନ୍ଦମାତା ଙ୍କୁ ପୂଜାର୍ଚନା କରାଯାଇ ଥାଏ l ଏହିଦିନ ବ୍ରତଧାରୀ ଧଳା ବସ୍ତ୍ର ପିନ୍ଧିବା ଜରୁରୀ ଏହି ରଙ୍ଗର ବସ୍ତ୍ର ମନକୁ ଶାନ୍ତ ରଖିଥାଏ l

– ଅକ୍ଟୋବର ୮ ମଙ୍ଗଳବାର ମା କାତ୍ୟାୟନୀ ଙ୍କୁ ପୂଜା କରାଯାଏ, ଏହିଦିନ ନାଲି ରଙ୍ଗର ବସ୍ତ୍ର ପିନ୍ଧନ୍ତୁ l ଏବଂ ମାଙ୍କୁ ମଧ୍ୟ ନାଲି ଓଢଣୀ ଅର୍ପଣ କରନ୍ତୁ l ଏହାଦ୍ୱାରା ଜୀବନ ରେ ନୂତନ ଶକ୍ତି ଜାଗ୍ରତ ହେବ l

– ନବରାତ୍ରି ର ସପ୍ତମ ଦିନ ଅକ୍ଟୋବର ୯ ତାରିଖରେ ମା କାଳରାତ୍ରି ଙ୍କୁ ପୂଜା କରାଯାଇ ଥାଏ, ଏହିଦିନ ଗାଢ଼ ନୀଳ ରଙ୍ଗର ବସ୍ତ୍ର ପିନ୍ଧିବା ଜରୁରୀ l ଏହାଦ୍ୱାରା ଜୀବନ ରେ ଅତୁଳନୀୟ ଆନନ୍ଦ ଜାଗ୍ରତ ହୋଇଥାଏ l ଏବଂ ସମୃଦ୍ଧି ବୃଦ୍ଧି ହୋଇଥାଏ l

– ଅକ୍ଟୋବର ୧୦ ତାରିଖ ଅଷ୍ଟମ ଦିନରେ ମା ମହାଗୌରୀ ଙ୍କୁ ପୂଜା କରାଯାଇ ଥାଏ l ଏହିଦିନ ଗୋଲାପୀ ରଙ୍ଗର ବସ୍ତ୍ର ପିନ୍ଧନ୍ତୁ l ଏହାଦ୍ୱାରା ଆକର୍ଷଣ ବୃଦ୍ଧି ହୋଇଥାଏ l ଏବଂ ଘରେ ସୁଖ ଶାନ୍ତି ବୃଦ୍ଧି ହୁଏ l

– ନବରାତ୍ରି ର ଶେଷ ଦିନ ନବମ ଦିନ ଅକ୍ଟୋବର ୧୧ ତାରିଖ ରେ ମା ସିଦ୍ଧିଦାତ୍ରୀ ଙ୍କୁ ପୂଜାର୍ଚନା କରାଯାଇ ଥାଏ, ଏହିଦିନ ବାଇଗଣୀ ରଙ୍ଗର ବସ୍ତ୍ର ପିନ୍ଧିବା ଜରୁରୀ l ଏହାଦ୍ୱାରା ଭବ୍ୟତା ବୃଦ୍ଧି ହୋଇଥାଏ l

Leave A Reply