ସୋନୀ ଟିଭିରେ ବିଗ B ଙ୍କ ଶୋ କୌନ ବନେଗା କରୋଡ଼ପତି ରେ ଖୁବ କମ ସମୟ ରେ ଏଭଳି କିଛି ମଉକା ଆସିଥାଏ ଯେତେବେଳେ କୌଣସି ବ୍ୟକ୍ତି ମସ୍ତକ ରେ କରୋଡ଼ପତି ର ମୁକୁଟ ପିନ୍ଧି ଥାଆନ୍ତି, କେବିଶି ର ୧୬ତମ ଶୀଜନ ୧୨ ଅଗଷ୍ଟ ରୁ ଆରମ୍ଭ ହୋଇଛି ଏବଂ ଏହି ସିଜିନ କୁ ପ୍ରଥମ କରୋଡ଼ପତି ମିଳିଛି l ଜାମୁ କାଶ୍ମୀର ରହୁଥିବା ଏହି ଯୁବକ ଙ୍କ ନାମ ହେଉଛି ଚନ୍ଦ୍ର ପ୍ରକାଶ, ଯିଏକି ୭କୋଟି ଟଙ୍କାର ଉତର ଦେଇପାରି ନଥିଲେ l ଏବଂ ସେ ୧କୋଟି ଟଙ୍କା ପୁରସ୍କାର ରାଶି ଲାଭ କରିଥିଲେ l କିନ୍ତୁ ପ୍ରଶ୍ନ ଉଠିଥିଲା ଯେ ଚନ୍ଦ୍ର ପ୍ରକାଶ ଏଥିରୁ କେତେ ପଇସା ପାଇବେ ?
ଏତିକି କଟିଥାଏ ଟିଡ଼ିଏସ –
କୌନ ବନେଗା କରୋଡପତି ରେ ସମସ୍ତ ଉତର ଦେଇ ଯଦି କେହି ୧କୋଟି ଜିତିଥାଏ ସେହି ଧନ ରାଶିରୁ ଟିଡ଼ିଏସ କଥଥାଏ l ଭାରତୀୟ ଟ୍ୟାକ୍ସ ନିୟମ ଅନୁସାରେ ପ୍ରତିଯୋଗୀଙ୍କୁ ଜିତିଥିବା ଧନରାଶି ରୁ ସେକ୍ସନ ୧୯୪ ଅନୁସାରେ ୩୦ ପ୍ରତିଶତ ଟିଡ଼ିଏସ ଦେବାକୁ ପଡିଥାଏ l ଏହିଭଳି ଭାବରେ ୧କୋଟି ଟଙ୍କାରୁ ୩୦ ଲକ୍ଷ ଟଙ୍କା ଟିଡ଼ିଏସ ଟଙ୍କା କଟିଯାଇ ଥାଏ l ଏହା ବ୍ୟତୀତ ଏହି ଧନରାଶି ରୁ ପ୍ରତିଯୋଗୀ ଙ୍କୁ ଅନ୍ୟ କିଛି ଚାର୍ଜ ମଧ୍ୟ ଦେବାକୁ ପଡିଥାଏ l ଯାହାକି ଟିଡ଼ିଏସ ରାଶିର ୧୦ ପ୍ରତିଶତ ଅଟେ , ଅର୍ଥାତ ଜିତିଥିବା ଧନ ରାଶିରୁ ପ୍ରତିଯୋଗୀ ଙ୍କର ଆହୁରି ୩ଲକ୍ଷ ଟଙ୍କା କମି ଯାଇଥାଏ l ଅର୍ଥାତ ୧କୋଟି ଟଙ୍କାରୁ ୩୩ ଲକ୍ଷ ଟଙ୍କା କଟିଯାଇ ଥାଏ l
ଅର୍ଥାତ ଉକ୍ତ ବ୍ୟକ୍ତି ୧କୋଟି ରୁ ମାତ୍ର ୭୭ ଲକ୍ଷ ପାଇବେ l ଯଦି କୌଣସି ବ୍ୟକ୍ତି ୫୦ ଲକ୍ଷ ଟଙ୍କା ପୁରସ୍କାର ବାବଦରେ ଜିତିବେ ତେବେ ତାଙ୍କୁ କୌଣସି ମୂଲ୍ୟ ଦେବାକୁ ପଡିବ ନାହିଁ l