ଚଳିତବର୍ଷ ନବରାତ୍ରି ସେପ୍ଟେମ୍ବର ୨୨ ତାରିଖରୁ ଆରମ୍ଭ ହେଉଛି, ଏବଂ ଅକ୍ଟୋବର ୧ତାରିଖ ରେ ସମାପ୍ତ ହେବ, ୨ତାରିଖ ରେ ଦଶହରା ପାଳିତ ହେବ l ଚଳିତ ବର୍ଷ ନବରାତ୍ରି ରେ ଅନେକ ବିଶେଷ ସଂଯୋଗ ଘଟୁଛି l ଯାହାଦ୍ୱାରା ବ୍ରତ ଧାରୀ ଙ୍କ ଜୀବନ ରେ ଆସିବ ଅନେକ ସୁଖ ସମୃଦ୍ଧି l
ଚଳିତବର୍ଷ ନବରାତ୍ରି ୧୦ ଦିନ ରହିବ, ଧର୍ମ ଶାସ୍ତ୍ର ଅନୁସାରେ ନବରାତ୍ରି ରେ ଦିନ ବୃଦ୍ଧି ହେବା ଶୁଭ ହୋଇଥାଏ l ଚତୁର୍ଥୀ ତିଥି ଦୁଇଦିନ ରହୁଛି l ଚଳିତବର୍ଷ ନବରାତ୍ରି ରେ ଏଭଳି ସଂଯୋଗ ଘଟୁଛି ଯାହାକି ୯ବର୍ଷ ପରେ ଘଟୁଛି l ଗ୍ରହ ମାନଙ୍କର ରହିଛି ଶୁଭ ସ୍ଥିତି, ଚଳିତ ଥର ସର୍ବାର୍ଥ ସିଦ୍ଧି ଯୋଗ ଏବଂ ବ୍ରହ୍ମା ଯୋଗ ଘଟୁଛି l ତେଣୁ ଏହା ଶୁଭ ଅଟେ l
ଏହାଛଡା ଚଳିତ ବର୍ଷ ନବରାତ୍ରି ରେ ମା ଜଗତ ଜନନୀ ହାତୀ ଉପରେ ବସି ଧରାପୃଷ୍ଠ କୁ ଆସିବେ l ଯାହାକି ଖୁବ ଶୁଭ ଅଟେ l ଏହା କୃଷି, ବାଣିଜ୍ୟ, ରେ ଉନ୍ନତି ର ସଂଯୋଗ ଅଟେ l ଏବଂ ଶିକ୍ଷାର୍ଥୀ ମାନଙ୍କ ପାଇଁ ଏହି ସଂଯୋଗ ଶିକ୍ଷା କ୍ଷେତ୍ରରେ ଉନ୍ନତି କରାଇବ l ଚାକିରିଆ ମାନଙ୍କ ପାଇଁ ମଧ୍ୟ ପଦୋନ୍ନତି ର ସମ୍ଭାବନା ଆଣିବ l
* ନବରାତ୍ରି ବ୍ରତ ରେ କରନ୍ତୁ ନାହିଁ ଏହିସବୁ କାର୍ଯ୍ୟ –
– ପର ଆଲୋଚନା କରିବା ଉଚିତ ନୁହେଁ
– କାହା ଉପରେ କ୍ରୋଧ କରିବା ଠିକ ନୁହେଁ
– କାହାକୁ ଘୃଣା କରନ୍ତୁ ନାହିଁ
– ଘର ଦୁଆରମୁହଁ ରୁ କାହାକୁ ଭୋକିଲା ଫେରାନ୍ତୁ ନାହିଁ
– ଗୁରୁଜନ ଙ୍କୁ ଅସମ୍ମାନ କରନ୍ତୁ ନାହିଁ
– ବୃଦ୍ଧ ଏବଂ ବୃଧା ଙ୍କୁ ଆଦର ସମ୍ମାନ କରନ୍ତୁ l