ଅସ୍ତରଙ୍ଗ,୨୩.୦୮.୨୦୨୨ ଚଳିତବର୍ଷ ଦେବୀ ନଦୀରେ ଆସିଥିବା ବନ୍ୟାରେ ପୁରୀଜିଲା ଅସ୍ତରଙ୍ଗ ବ୍ଲକର ଦୀପାଞ୍ଚଳ ଭାବରେ ପରିଚିତ ତାଳଦାପଞ୍ଚାୟତ ରେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିଲା। ଏହି ପଞ୍ଚାୟତର ଡିହକରଡା,ପାଇଖଳା,ଡିଆ,ଚନପୁର,ତାଳଦା ,ବାଘମାରୀ ବାଆଁରେଇ,ଏଡବାଂଶ,ରିସୋଲ ,କୁଳସାହି ଆଦି ପ୍ରମୁଖ ଗ୍ରାମ ଗୁଡିକରେ ବନ୍ୟାପାଣି ପ୍ରବେଶ କରିଥିଲା।ଏହି ଅଞ୍ଚଳର ଅନେକ ସ୍ଥାନକୁ ବନ୍ୟାଜଳ ବୁଡାଇ ଦେବା ସହ ଏହିସବୁ ଗ୍ରାମଗୁଡିକ ବାହ୍ୟ ଜଗତରୁ ବିଛିନ୍ନ ହୋଇଥିଲା। ଅନେକ ଘରଦ୍ୱାର ବୁଡ଼ି ରହିଥିବା ବେଳେ ଶହ ଶହ ହେକ୍ଟର ଧାନ ଜମି ରେ ପ୍ରାୟ ଦଶଫୁଟର ବନ୍ୟାଜଳ ଜମିରହିଥିଲା। ଜାହାଫଳରେ ବନ଼୍ୟାପ୍ରଭାବିତ ଅଞ୍ଚଳରେ ପ୍ରାୟ ପାଞ୍ଚଦିନ ପର୍ଯ୍ୟନ୍ତ ରୋଷେଇ ବାସ ସମ୍ପୂର୍ଣ୍ଣ ବନ୍ଦ ରହିଥିଲା।ବିପନ୍ନ ଲୋକମାନେ ଶୁଖିଲା ଚୁଡା ଏବଂ ବିସ୍କୁଟ ଖାଇ ରହିଥିଲେ। ବନ୍ୟା ପ୍ରଭାବିତ ଖବର ସଂଗ୍ରହ ପାଇଁ ଅସ୍ତରଙ୍ଗ ସାମ୍ବାଦିକ ସଂଘ ର ସାମ୍ବାଦିକ ମାନେ ସେଠାରେ ପହଞ୍ଚିଥିଲେ। ଖବର ସଂଗ୍ରହ ବେଳେ ବନ୍ୟାବିପନ୍ନ ଲୋକମାନଙ୍କର ଦୁର୍ଦ୍ଦଶା ଦେଖି ଅସ୍ତରଙ୍ଗ ସାମ୍ବାଦିକ ସଂଘ ର କର୍ମକର୍ତ୍ତା ମାନେ ସେମାନଙ୍କୁ ସାହାଯ୍ୟ କରିବାପାଇଁ ଭେଟ୍ରାନ୍ କ୍ଲବ ଅଧ୍ୟକ୍ଷ ତଥା ପୂର୍ବତନ ନୌସେନା ଅଧିକାରୀ ବିଦ୍ୟାଧର ନାୟକଙ୍କ ସହିତ ଯୋଗାଯୋଗ କରିଥିଲେ।ଖବର ଜାଣିବାପରେ ଅଧ୍ୟକ୍ଷ ବିଦ୍ୟାଧର ନାୟକଙ୍କ ନେତୃତ୍ବରେ ଭାରତୀୟ ନୌସେନା ବାହିନୀ ଚିଲିକା ଓ ଭେଟ୍ରାନ କ୍ଲବ ଓଡ଼ିଶା ପକ୍ଷରୁ ମିଳିତ ସହଯୋଗରେ ଭାରତୀୟ ନୌସେନା ବାହିନୀ ତାଳଦା ଅଞ୍ଚଳରେ ପହଞ୍ଚି ସେଠାରେ ରନ୍ଧାଖାଦ୍ୟ ଓ ଶୁଖିଲା ଖାଦ୍ୟ ଦେବାପାଇଁ ସ୍ଥାନୀୟ ପ୍ରଶାସନିକ ଅଧିକାରୀ ତହସିଲଦାର ରାଜଲକ୍ଷ୍ମୀ ନାୟକ ଓ ବିଡିଓ ତୃଷାରଜ୍ୟୋତି ରଞ୍ଜନ ଙ୍କ ସହିତ ଆଲୋଚନା କରିଥିଲେ।ପ୍ରଶାସନିକ ଅଧିକାରୀ ମାନେ ସହମତି ଦେବାପରେ ଭାରତୀୟ ନୌସେନା ପକ୍ଷରୁ ମଙ୍ଗଳବାର ଠାରୁ ରନ୍ଧାଖାଦ୍ୟ ଓ ଶୁଖିଲା ଖାଦ୍ୟ ଦୈନିକ ୭ଶହ ବିପନ୍ନମାନଙ୍କୁ ଦୁଇବେଳା ଦିଆଯାଉଥିବା ନୌସେନା ର ମୁଖ୍ୟ କମାଣ୍ଡର ଏନ ପି ପ୍ରଦୀପ ସୂଚନା ଦେଇଥିଲେ। ଏହି କାର୍ଯ୍ୟକ୍ରମ ଦୁଇଦିନ ଧରି ଚାଲିବାକୁ ଥିବା ବେଳେ ନୌସେନା ବାହିନୀ ରିଲିଫ କାର୍ଯ୍ୟ ତ୍ବରାନ୍ବିତ ରେ ସ୍ଥାନୀୟ ସରପଞ୍ଚ ଦୀପକ ପରିଡ଼ା ପୂର୍ଣ୍ଣ ସହଯୋଗ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ନୌସେନା କର୍ମଚାରୀ ମେରାଇନ କମାଣ୍ଡର ରବୀନ୍ଦ୍ର କୁମାର ସାହୁ, ସମରେନ୍ଦ୍ର ପରିଡା,ଗୋପିନାଥ ମିଶ୍ର,ଅଜୟ କୁମାର ନାୟକ ପ୍ରମୁଖ ପରିଚାଳନା ଦାୟୀତ୍ୱରେ ଥିଲେ।ଅସ୍ତରଙ୍ଗ ସାମ୍ବାଦିକ ସଙ୍ଘ ତରଫରୁ, ସଭାପତି ପ୍ରଶାନ୍ତ ଵାରିକ,ସମ୍ପାଦକ ଲୋକନାଥ ସ୍ଵାଇଁ, ବରିଷ୍ଠ ସାମ୍ବାଦିକ ଦୁଃଶାସନ ନୟକ, ନିରଞ୍ଜନ ଦାସ, ଶରତ ପରିଡା,ତ୍ରିଲୋଚନ ବେହେରା,ସମୀର କର,ବିଶ୍ଵଭୂଷଣ ବିଶ୍ଵଶ୍ରୀ, ଆଦିତ୍ୟ ବିଶ୍ୱାଳ,ମାନସ ଖଣ୍ଡୁଆଳ,ପ୍ରିୟବ୍ରତ ମୁଦୁଲି, ଭୀମସେନ ବିଶ୍ୱାଳ,ଟୁଲୁ ବିଶ୍ୱାଳ,ପ୍ରମୁଖ ସାମିଲି ଥିବା ଜଣା ପଡ଼ିଛି ।
