ଆଉକିଛିଦିନ ପରେ ମଣିଷ ମଙ୍ଗଳ ଗ୍ରହରେ ଘର ତୋଳିବ , କିନ୍ତୁ NASA ବୈଜ୍ଞାନିକ ଙ୍କର କିଛିଟା ରିପୋର୍ଟ କୁ ନେଇ ସମସ୍ତେ ଚିନ୍ତାରେ, ବୈଜ୍ଞାନିକ ଙ୍କ ମତ ଅନୁସାରେ ପ୍ରତ୍ୟେକ ବର୍ଷ ମଂଗଳଗ୍ରହ ଘୁର୍ନାୟମାନ ସ୍ଥିତି ୪ ମିଲି ଆର୍କସେକେଣ୍ଡ ବୃଦ୍ଧି ପାଉଛି, ଏହାର ଅର୍ଥ ମଂଗଳଗ୍ରହ ଗୋଟିଏ ଦିନ କିଛି ସମୟ ପାଇଁ ଛୋଟ ହୋଇଯାଉଛି, ଏହାକୁ ସ୍ପେସ ସାଇନ୍ସ ରେ ଗୋଟିଏ ବଡ଼ ରହସ୍ୟମୟ ଘଟଣା ଭାବରେ ଆଲୋଚନା କରାଯାଉଛି l
ବିଜ୍ଞାନ ଅନୁସାରେ ମଂଗଳଗ୍ରହ ର ଘୁର୍ନାୟମାନ ସ୍ଥିତି ପୃଥିବୀ ଭଳି ରହିଥିବାରୁ ସେଠାରେ ଦିନ ରାତି ସମ୍ଭବ ହେଉଛି, କିନ୍ତୁ ବର୍ତମାନ ମଂଗଳଗ୍ରହ ର ଘୁର୍ନାୟମାନ ସ୍ଥିତି ପ୍ରତ୍ୟେକ ବର୍ଷ ବୃଦ୍ଧି ପାଉଥିବାରୁ ଦିନ ଛୋଟ ହେବାକୁ ଲାଗିଛି , କିନ୍ତୁ ସ୍ପେସ ବୈଜ୍ଞାନିକ ଏହାକୁ ନେଇ ଚିନ୍ତିତ ଅଛନ୍ତି l
ନାସା ର ଇନସାଇଟ ଲେଣ୍ଡର ନିଜ ରାଇଜ ଉପକରଣ ଜରିଆରେ ରେଡ଼ିଓ ତରଙ୍ଗ ର ବ୍ୟବହାର କରି ଏହି ଡାଟା ସଂଗ୍ରହ କରିଛନ୍ତି, ଏହି ଯନ୍ତ୍ର ଏତେ ସଠିକ ଯେ ମଙ୍ଗଳରେ ହେଉଥିବା ସାମାନ୍ୟ ପରିବର୍ତ୍ତନ କୁ ମଧ୍ୟ କ୍ୟାପଚର କରିପାରି ଥାଏ l ବୈଜ୍ଞାନିକ ଙ୍କ ମତରେ ଯେତେବେଳେ ମଙ୍ଗଳ ଗ୍ରହ ର ପୋଲସ ରେ ଜମିଥିବl ବରଫ ଭାର ରେ ପରିବର୍ତ୍ତନ ହୋଇଥାଏ , ସେତେବେଳେ ଗ୍ରହ ର ମାସ କେନ୍ଦ୍ର ଆଡକୁ ଆକର୍ଷିତ ହୋଇଥାଏ, ଏବଂ ବୈଜ୍ଞାନିକମାନେ ଅନ୍ୟ ଗୋଟିଏ କାରଣ ଦର୍ଶାଇଛନ୍ତି ଯେ ମଙ୍ଗଳର ଭିତର ପାର୍ଶ୍ଵ ଅର୍ଥାତ ଏହାର କୋର ଓ ମେଣ୍ଟାଲ ମଧ୍ୟରେ ହେଉଥିବା ଘର୍ଷଣ ଯୋଗୁଁ ଏଭଳି ଘଟୁଛି l
ମଙ୍ଗଳ ଗ୍ରହରେ ଗୋଟିଏ ଦିନ ପୃଥିବୀ ତୁଳନାରେ ୨୪ ଘଣ୍ଟା ୩୭ ସେକେଣ୍ଡ ପାଖାପାଖି ଅଟେ, କିନ୍ତୁ ମଙ୍ଗଳର ଏହି ଗତି ଯୋଗୁଁ ସମୟ ଧୀରେ ଧୀରେ ହ୍ରାସ ପାଉଛି l ମଙ୍ଗଳ ଗ୍ରହ ବୈଜ୍ଞାନିକ ଙ୍କ ପାଇଁ ସବୁବେଳେ ଗୋଟିଏ ଆକର୍ଷଣ ହୋଇ ରହିଛି, କିନ୍ତୁ ତାର ଗତିରେ ପରିବର୍ତ୍ତନ ବୈଜ୍ଞାନିକଙ୍କ ଚିନ୍ତା ବଢ଼ାଇ ଦେଇଛି l