Odisha news

ବିନା ସୂଚନା ଫଳକରେ ଚାଲିଛି ମନେରେଗା କାମ : ନିମ୍ନମାନର କାର୍ଯ୍ୟକୁ ନେଇ ପ୍ରଶ୍ନ ଉଠାଇଲେ ଗ୍ରାମବାସୀ

0

ନର୍ଲା (Deepak Thakur) : – ନର୍ଲା ବ୍ଲକ ଅନ୍ତର୍ଗତ ବାଗପୁର ଗ୍ରାମ ପଞ୍ଚାୟତ ଅଧିନରେ ଥିବା କେରାଣ୍ଡିଖୁଣ୍ଟି ମୁଖ୍ୟରାସ୍ତା ଠାରୁ ମଝିପଡା ପର୍ଯ୍ୟନ୍ତ ଚାଳୁଥିବା ରାସ୍ତାକାମ ନିମ୍ନମାନର ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି ଏବଂ ଆଶ୍ଚର୍ଯ୍ୟର କଥା ଏଠାରେ ବିନା ସୂଚନା ଫଳକରେ କାର୍ଯ୍ୟ ଆରମ୍ଭ ହୋଇଥିବା ଗ୍ରାମବାସୀ ଓ ବୁଦ୍ଧିଜୀବିମାନଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି ।

ସରକାରୀ ଯନ୍ତ୍ରୀ ଆଲୋକ କୁମାର ନାଏକଙ୍କ ଅନୁପସ୍ଥିତିରେ ଏହି ମନେରେଗା କାମ ଚାଳିଛି । ବର୍ତ୍ତମାନ ସୂଚନା ଫଳକ ବୋର୍ଡ ଲାଗି ନଥିବାରୁ ସମସ୍ତଙ୍କ ମନରେ ସନେ୍ଦହ ସୃଷ୍ଟି କରୁଛି । ଏଥିରେ ଲାଭଖୋର ଉଦେ୍ଦଶ୍ୟ ରଖି କାମ ଆରମ୍ଭ କରିଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି ।

ଏଠାରେ ପ୍ରକାଶ ଥାଉ କି ଯେ, ସର୍ବସାଧାରଣରେ ସୂଚନା ପ୍ରଦାନ ପାଇଁ କାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ ସୂଚନା ବୋର୍ଡ ଲଗାଯିବା ସରକାରୀ ନିୟମ ଥିବା ବେଳେ ନର୍ଲା ବ୍ଲକରେ ତାର ଓଲଟା ଦେଖିବାକୁ ମିଳିଛି । ମନେରେଗା କାର୍ଯ୍ୟ ସରିବାକୁ ବସିଲାଣି ଅଥଚ ସୂଚନା ଫଳକ ନ ଲାଗିବା ସରକାରୀ ନିୟମକୁ ଖୋଲା ଖୋଲି ଉଲଙ୍ଖନ କରୁଥିବା ଜଣାପଡେ ।

Nalco
Leave A Reply