Odisha news

ଖଲ୍ଲିକୋଟ ଧରାକୋଟ ସାହିରେ ବିଦ୍ୟୁତ୍ ଦୁର୍ଘଟଣା : ଚୂନ ଲିପିବା ବେଳେ ଇଲେକ୍ଟ୍ରିକ୍ ତାର ସଂସ୍ପର୍ଶରେ ଆସି ଜଣେ ମୃତ

0
ଖଲ୍ଲିକୋଟ : (ସୁଶାନ୍ତ କୁମାର ପଟ୍ଟନାୟକ) : ଚୂନ ଲିପିବା ବେଳେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ବ୍ଯକ୍ତିଙ୍କର ମୃତ୍ୟୁ ଘଟିଛି। ଗଂଜାମ ଜିଲ୍ଲା ଖଲ୍ଲିକୋଟ ଏନ୍ଏସି ଅନ୍ତର୍ଗତ ଧରାକୋଟ ସାହିରେ ଶନିବାର ଏଭଳି ଏକ ଅଘଟଣ ଘଟିଥିବା ନଜରକୁ ଆସିଛି। ମୃତ ବ୍ଯକ୍ତି ଜଣକ ହେଲେ ବେଗୁନିଆପଡ଼ା ବ୍ଳକ ଅନ୍ତର୍ଗତ ଦେଉଳିଆପଡା ଗ୍ରାମର ଜଳନ୍ଧର ଦାସ। ସୂଚନା ଅନୁସାରେ ଧରାକୋଟ ସାହିର କବିରାଜ ମହାରଣାଙ୍କ ଘରେ ରଂଗ ଲିପିବାକୁ ଜଳନ୍ଧର (୨୫)ଶନିବାର ଯାଇଥିଲେ ।ତେବେ ଘର ଉପରେ ଥିବା ୧୧ କେଭି  ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ସିଧାସଳଖ ତଳେ ପଡି ଯାଇଥିଲେ। ଘଟଣା ସ୍ଥଳରେ ହିଁ ତାଙ୍କର ପ୍ରାଣବାୟୁ ଉଡିଯାଇଥିଲା। ଖବର ପାଇ ଖଲ୍ଲିିକୋଟ ପୋଲିସ ପହଞ୍ଚି ଶବକୁ ଜବତ କରିବା ସହ ବ୍ଯବଛେଦ ପାଇଁ ପଠାଇବ ବୋଲି କହିଛନ୍ତି ଖଲ୍ଲିିକୋଟ ଥାନା ଅଧିକାରୀ ।
Nalco
Leave A Reply