Odisha news

ନୀଳଚକ୍ର ସାଂସ୍କୃତିକ ଅନୁଷ୍ଠାନରେ ଲକ୍ଷ୍ମୀ ପୁରାଣ ପାରାୟଣ

0

ନର୍ଲା (ଦୀପକ କୁମାର ଠାକୁର) ନର୍ଲା ବ୍ଳକ ଅନ୍ତର୍ଗତ ପଲସାପଡା ଗ୍ରାମବାସୀ ଓ ନୀଳଚକ୍ର ସାଂସ୍କୃତିକ ଅନୁଷ୍ଠାନର ସହଯୋଗ କ୍ରମେ ମହାଲକ୍ଷ୍ମୀ ପୂଜା ସହ ଲକ୍ଷ୍ମୀ ପୁରାଣ ପାରାୟଣ ଉକ୍ତ ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି। ଶୁକ୍ଲପକ୍ଷର ଦଶମୀ ତିଥିରେ ଗୁରୁବାର ପଡ଼ିବାରୁ ଏଥର ମାର୍ଗଶିର ମାଣବସାରେ ଗୃହିଣୀମାନେ ସୁଦଶା ବ୍ରତ ପାଳନ କରୁଥିବାରୁ ପୂଜା ସ୍ଥଳୀ ଚଳଚଞ୍ଚଳ ହୋଇଥିଲା।ଗତ ୨୩ ତାରିଖ ବୁଧବାର  ଦିନ କଳସ ଯାତ୍ରା ଓ ଗୁରୁବାର ଦିନ ମହାଲକ୍ଷ୍ମୀ ପୂଜା ଏବଂ ସୁଦଶା ବ୍ରତ ଗାଁର ମହିଳା ମାନେ ନିଷ୍ଠାର ସହ ପାଳନ କରିଥିଲେ। ପୂଜାର୍ଚ୍ଚନାରେ କର୍ତ୍ତା ହିମାଞ୍ଚଳ ନାଏକ ତାଙ୍କ ଧର୍ମ ପତ୍ନୀ ବୈଜୟନ୍ତି ନାଏକ,ପୂଜକ ବିନୋଦ ମିଶ୍ର ଓ ଲକ୍ଷ୍ମୀ ପୁରାଣ ପାରାୟଣର ଗାୟିକା ସୁଶ୍ରୀ କବିତା ସା ପୁରାଣ ପଠନ କରି ଶ୍ରଦ୍ଧାଳୁ ଭକ୍ତଙ୍କ ମନକୁ ଜିଣିଥିଲେ। ପୂଜା ଆୟୋଜକ କମିଟିର ସଭାପତି ଅମିତ ନାଏକ, ସମ୍ପାଦକ ଆଶିଷ ନାଏକ , ନୀଳଚକ୍ର ସାଂସ୍କୃତିକ ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତା ଓ ଗ୍ରାମବାସୀଙ୍କ ଉପସ୍ଥିତିରେ ଶୁକ୍ରବାର ଦିନ ପୂର୍ଣ୍ଣାହୁତି ସହ ଲକ୍ଷ୍ମୀ ପୁରାଣ ପାରାୟଣ ସମାପ୍ତ ହୋଇଥିଲା।

Nalco
Leave A Reply