Odisha news

ନନ୍ଦନକାନନରେ ୨ଦିନରେ ୨ମୃତୁ : ନୂଆ କରି ଆସିଥିବା ଗୋଟିଏ ମାଈଚିତା ବିରାଡି ଓ ଏକ ଅଣ୍ଡିରା ବଡଥଣ୍ଟିଆ ଶାଗୁଣାର ମୃତ୍ୟୁ

0
ବାରଙ୍ଗ :  ପ୍ରାଣୀ ଉଦ୍ୟାନ ନନ୍ଦନକାନନକୁ ବିଶ୍ୱସ୍ତରୀୟ ଚିଡିଆଖାନା କରିବା ପାଇଁ ନନ୍ଦନ କାନନ କର୍ତୁପକ୍ଷ ଉଦ୍ୟମ ଆରମ୍ଭ କରିଥିବାବେଳେ ଦିନକୁ ଦିନ ଜୀବଜନ୍ତୁମାନଙ୍କ ସଂଖ୍ୟା କମିବାରେ ଲାଗିଛି।ଏବେବି ୧୫ରୁଉର୍ଦ୍ଧ୍ବ ଜୀବଜନ୍ତୁ ଅସୁସ୍ତ ହୋଇ ଚିକିତ୍ସିତ ହେଉଥିବା ବେଳେ ବୁଧବାର ବିଳମ୍ବିତ ରାତିରେ ନୂଆ କରି ଆସିଥିବା ଗୋଟିଏ ମାଈଚିତା ବିରାଡିର ଓ ଗୁରୁବାର ସକାଳେ ଏକ ଅଣ୍ଡିରା ବଡଥଣ୍ଟିଆ ଶାଗୁଣାର ମୃତ୍ୟୁ ହୋଇଛି।ଯାହାକୁ ନେଇ କର୍ତ୍ତୃପକ୍ଷଙ୍କ ମୁଣ୍ଡବ୍ୟଥାର କାରଣ ପାଲଟିଛି।
ରାଜ୍ୟ ଉଭିଦଉଦ୍ୟାନର ଶାଗୁଣା ପ୍ରଜନନକେନ୍ଦ୍ରର କେ-୩୯ ନମ୍ବରରେ ରହୁଥିବା ୬ବର୍ଷର  ଅଣ୍ଡିରା ବଡଥଣ୍ଟିଆ ଶାଗୁଣାର ଆଜି ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି।ଶୁଗୁଣାଟି ଗତ ଜାନୁଆରୀମାସରୁ ଅସୁସ୍ଥହୋଇ ନନ୍ଦନକାନନ ବନ୍ୟପ୍ରାଣୀ ଚିକିତ୍ସକଙ୍କ ଦ୍ବାରା ଚିକିତ୍ସା କରାଯାଉଥିଲା।ହେଲେ ସ୍ବାସ୍ଥ୍ୟରେ କୈାଣସି ଉର୍ଣ୍ଣତି ପରିଲକ୍ଷିତ ହେଉନଥିଲା।ଯାହାଫଳରେ ସାଗୁଣାଟି ଦିନକୁଦିନ ଦୁର୍ବଳ ହେବାସହ ଖାଦ୍ୟ କମାଇଦେଈଥିଲା।
ଆଜି ତାର ମୃତ୍ୟୁ ଘଟିଛି।ଏହି ମୃତ ଶାଗୁଣାଟି ୨୦୧୮ମସିହା ନଭେମ୍ବର୨୬ରେ ଗ୍ବାଲିୟର ଚିଡିଆଖାନାରୁ ଉପହାରରେ ନନ୍ଦନକାନନକୁ ଆସିଥିଲା।ଏହି ଶାଗୁଣାର ମୃତ୍ୟୁ ପରେ ସେମାନଙ୍କ ସଂଖ୍ୟା ହ୍ରାସପାଇ୧୨ରେ ପହଂଚିଛି।ସେହିପରି ନନ୍ଦନକାନନରୁ ଦୁଇଟି ସାଧାରଣବାଘ ଓ ତିନୋଟି ଘଡିଆଡକୁମ୍ଭୀର ପ୍ରତିବଦଳରେ ଅରୁଣାଞ୍ଚଳପ୍ରଦେଶର ଇଟାନଗର ଚିଡିଆଖାନାରୁ ହଳେ ହୁଲକ୍ ଗିବନ ଓ ହଳେ ଚିତାବିରାଡି ପ୍ରାଣୀଉଦ୍ୟାନକୁ ମଙ୍ଗଳବାର ରାତିରେ ଆସିଥିଲା।ସେମାନଙ୍କ ମଧ୍ୟରୁ ମାଈ ଚିତାବିରାଡି ନନ୍ଦନ କାନନର ପହଁଚିବା ପରଠାରୁ ଅସୁସ୍ତ ହୋଇପଡିଥିଲା।ଅସୁସ୍ଥତାର  ପକୃତ କାରଣ ନଜାଣିପାରି ବନ୍ୟପ୍ରାଣୀ ଚିକିତ୍ସକ  ଚିତାବିରାଡିକୁ ଜନ୍ତୁବିଭାଗ ଅଧିକାରୀଙ୍କ ଉପସ୍ତୁତିରେ   ବୁଧବାର ବିଲମ୍ଭିତ ରାତିରେ  ଏକ ଇଞେସନ ଦେଇଥିଲେ।ଏହାର  କିଛିସମୟପରେ ଚିତା ବିରାଡିର ମୃତ୍ୟୁ ଘଟିଥିଲା ବୋଲି  ନନ୍ଦନ କାନନର ଜଣେ କର୍ମଚାରୀ କହିଛନ୍ତି।ନୂଆକରି ଆସିଥିବା ଚିତାବିରାଡିଟି କଣ ପାଇଁ ମଲା ସେ ବିଷୟରେ ଜନ୍ତୁବିଭାଗ ଠାରୁ ଆରମ୍ଭ କରି କର୍ତ୍ତୃପକ୍ଷ ମୁହଁ ଖୋଲୁନାହାନ୍ତି। ନନ୍ଦନକାନନକୁ ବିଶ୍ୱସ୍ତରୀୟ ଚିଡିଆଖାନା କରିବା ପାଇଁ  ପ୍ରସ୍ତୁତିପର୍ବ  ଆରମ୍ଭ ହୋଇଯାଇଥିବା ବେଳେ ଜୀବଜନ୍ତୁମାନଙ୍କ ମୃତୁ ହାରକୁ ଲୁଚାଇବା ପାଇଁ କର୍ତ୍ତୃପକ୍ଷ ଉଦ୍ୟମ ଆରମ୍ଭ କଲେଣି। ଅନ୍ୟପଟେ ଜନ୍ତୁବିଭାଗ ଓ ବନ୍ୟ ପ୍ରାଣୀ ଚିକିସକଙ୍କ  ମଧ୍ୟରେ ସଠିକ ସମନ୍ୱୟ ରହୁନଥିବାରୁ ନିରୀହ ଜୀବଜନ୍ତୁମାନଙ୍କ ଅକାଳ ମୃତୁ ଘଟୁଥିବାର ଅଭିଯୋଗ ହେଉଛି।
Nalco
Leave A Reply