ଚଣ୍ଡିଖୋଲ/ଛତିଆ : କଲିକତା – ଚେନ୍ନାଇ ୧୬ ନମ୍ବର ଜାତୀୟ ରାଜପଥ ପାର୍ଶ୍ଵ ଯାଜପୁର ଜିଲ୍ଲାର ଦର୍ପଣ ତହସିଲ ଅନ୍ତର୍ଗତ ଛତିଆ ଠାରେ ହେବାକୁ ଯାଉଛି ଏକ ବୃହତ ଟ୍ରକ ଟର୍ମିନାଲ! ଏଥିନେଇ ରାଜ୍ୟ ସରକାର ନିଷ୍ଣତି ଗ୍ରହଣ କରିଛନ୍ତି! ଏଥିପାଇଁ ଦର୍ପଣ ତହସିଲର ଛତିଆ ଅଞ୍ଚଳରୁ ୨୫ ଏକର ଜମି ଯୋଗାଇ ଦେବାକୁ ସରକାରଙ୍କ ପକ୍ଷରୁ ଯାଜପୁର ଜିଲ୍ଲା ପ୍ରଶାସନକୁ ପ୍ରସ୍ତାବ ଦିଆଯାଇଛି! ଜମି ଅଧିଗ୍ରହଣ ହେବାପରେ ଟର୍ମିନାଲ କାର୍ଯ୍ୟ ଆରମ୍ଭ ହେବବୋଲି ରାଜ୍ୟ ପରିବହନ ବିଭାଗ ପକ୍ଷରୁ ସୂଚନା ମିଳିଛି! ଏଥିନେଇ ରାଜ୍ୟ ପରିବହନ ବିଭାଗର ନିର୍ଦ୍ଦେଶ ମିଳିବା ପରେ ଚଣ୍ଡିଖୋଲ ଆରଟିଓ ସମ୍ବିତକୁମାର ଜମି ଚିହ୍ନଟ ପାଇଁ ଦର୍ପଣ ତହସିଲଦାରଙ୍କୁ ଅବଗତ କରାଯାଇଛି! ଏହି ଟର୍ମିନାଲ ହେଲେ ଜାତୀୟ ରାଜପଥରେ ଟ୍ରକ ଗୁଡିକର ବେଆଇନ ପାର୍କିଂ ବନ୍ଦହେବା ସହ ଗାଡିଚାଳକ ମାଙ୍କୁ ଆଉ ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ ନାହିଁ! ଏହି ଟର୍ମିନାଲରେ ଗାଡିରହିଲେ ଡ୍ରାଇଭର ଓ ଗାଡିକୁ ସୁରକ୍ଷା ଯୋଗାଇ ଦିଆଯିବା ସହ ଡ୍ରାଇଭର ମାନଙ୍କ ପାଇଁ ବିଶ୍ରାମ ନେବା ଓ ଅନ୍ୟାନ୍ୟ ସର୍ବନିମ୍ନ ସୁବିଧା ମିଳିପାରିବାର ବ୍ୟବସ୍ଥା ରହିବ ବୋଲି ସୂଚନା ମିଳିଛି! କ୍ରମାଗତ ଭାବେ ଗାଡି ମଟର ସଖ୍ୟା ବୃଦ୍ଧିପାଇଵା ଓ ଜାତୀୟ ରାଜପଥ ସହ ଅନ୍ୟାନ୍ୟ ରାଜ୍ୟ ରାଜପଥ ଗୁଡିକରେ ବେଆଇନ ଗାଡି ପାର୍କିଂ ଯୋଗୁଁ ସୃଷ୍ଟି ହେଉଥିବା ସମସ୍ୟା ଏବଂ ଦୁର୍ଘଟଣାକୁ ରୋକାଯିବା ପାଇଁ ଏହି ଟ୍ରକ ଟର୍ମିନାଲ ନିର୍ମାଣ ହେଉଥିବା ବିଭାଗ ପକ୍ଷରୁ ସୂଚନା ମିଳିଛି! ଏହି ଟର୍ମିନାଲ ନିର୍ମାଣ ପାଇଁ ସମସ୍ତ ବ୍ୟୟ ରାଜ୍ୟ ସରକାର ବହନ କରିବେ ବୋଲି ମଧ୍ୟ ସୂଚନା ମିଳିଛି!
