Odisha news

ନନ୍ଦନକାନନ ଗଲା ୮ ଆସିବ ୫

0
ବାରଙ୍ଗ : କେନ୍ଦ୍ରୀୟ ଚିଡ଼ିଆଖାନା କର୍ତ୍ତୃପକ୍ଷଙ୍କ ଅନୁମୋଦନ କ୍ରମେ ଦ୍ୱିତୀୟ ପର୍ଯ୍ୟର ଜନ୍ତୁ ଅଦଳବଦଳ ପକ୍ରୀୟା କାର୍ଯ୍ୟକାରୀ ହୋଇଛି। ଏହି ପରିପେକ୍ଷୀରେ ସମ୍ବଲପୁର ଚିଡ଼ିଆଖାନାରୁ ଏକ ଦଳ ଆସି ନନ୍ଦନକାନନରୁ ଆଜି ସୋମବାର ସନ୍ଧ୍ୟାରେ ୪ଟି ମାଈ ଓ ୪ଟି ଅଣ୍ଡିରା ମିଶାଇ ସମୁଦାୟ ୮ଟି କୁଜି ହରିଣ ନେଇକି ଯାଇଛନ୍ତି। ଏହା ବଦଳରେ ସେଠାରୁ ୨ଟି ଅଣ୍ଡିରା ଓ ୩ଟି ମାଈକୁ ମିଶାଇ ସମୁଦାୟ ୫ଟି ସମ୍ବର ନନ୍ଦନକାନନକୁ ଆସିବ। ଆସନ୍ତା ୨୩ତାରିଖ ମଧ୍ୟରେ ଏହି ଅଦଳବଦଳ ପ୍ରକ୍ରିୟା କାର୍ଯ୍ୟ ସରିବା ନେଇ ଉପ ନିର୍ଦ୍ଦେଶକ ସନଥ କୁମାର ନାରାୟଣ ସୂଚନା ଦେଇଛନ୍ତି।
Leave A Reply