ନାଲକୋ ଅଧ୍ୟକ୍ଷ ଶ୍ରୀ ଶ୍ରୀଧର ପାତ୍ରଙ୍କ ଦ୍ୱାରା ଅନୁଗୁଳସ୍ଥିତ ନାଲକୋର ପାରିପାର୍ଶ୍ୱିକ ବିଦ୍ୟାଳୟର ଶ୍ରେଷ୍ଠ ମାଟ୍ରିକୁଲେଟ୍ ସମ୍ୱର୍ଦ୍ଧିତ
ଅନୁଗୁଳ, ୨୧.୦୮.୨୦୨୨: କେନ୍ଦ୍ର ଖଣି ମନ୍ତ୍ରଣାଳୟ ଅଧୀନସ୍ଥ ନବରତ୍ନ ଉଦ୍ୟୋଗ ନ୍ୟାସନାଲ ଆଲୁମିନିୟମ କମ୍ପାନୀ ଲିମିଟେଡ୍ (ନାଲକୋ), ଏହାର ଉତ୍ପାଦନ ୟୁନିଟ୍ ଅନୁଗୁଳ ଏବଂ ଦାମନଜୋଡ଼ିର ପାରିପାର୍ଶ୍ୱିକ ଗ୍ରାମର ବିଦ୍ୟାଳୟ ଗୁଡ଼ିକର ମେଧାବୀ ଛାତ୍ରଛାତ୍ରୀ ମାନଙ୍କୁ ସାହାଯ୍ୟ ଏବଂ ପ୍ରୋତ୍ସାହିତକରି ଆସୁଛି l ଏହି କ୍ରମରେ ନାଲକୋର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଶ୍ରୀଧର ପାତ୍ର ଅନୁଗୁଳ ସ୍ଥିତ ସ୍ମେଲଟର ଏବଂ ପାୱାର କମ୍ପ୍ଲେକ୍ସର ପାରିପାର୍ଶ୍ୱିକ ବିଦ୍ୟାଳୟର ମାଟ୍ରିକ୍ ପରିୀକ୍ଷାରେ ଉତ୍ତିର୍ଣ୍ଣ ହୋଇଥିବା ଶ୍ରେଷ୍ଠ୨୯ ଜଣଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି।ନାଲକୋ ନଗରଠାରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ପୁରସ୍କାର ସ୍ୱରୂପ ନଗଦ ୫୦୦୦ ଟଙ୍କା ଏବଂ ପ୍ରଶଂସା ପ୍ରମାଣ ପତ୍ର ପ୍ରତି ଛାତ୍ରଙ୍କୁ ପ୍ରଦାନ କରାଯାଇଥିଲା । ଏହି କାର୍ୟ୍ୟକ୍ରମରେ ନାଲକୋ ମହିଳା ସମିତି ଅଧ୍ୟକ୍ଷା ଶ୍ରୀମତୀ ସସ୍ମିତା ପାତ୍ର ଏବଂ ନାଲକୋର କାର୍ୟ୍ୟପାଳକ ନିର୍ଦ୍ଦେଶକ (ଏସ.ଆଣ୍ଡ୍.ପି) ଶ୍ରୀ ଏ.ପି.ପଣ୍ଡା ମଧ୍ୟ ଉପସ୍ଥିତ ଥିଲେ।
ଛାତ୍ରଛାତ୍ରୀ, ଅଭିଭାବକ ଏବଂ ଶିକ୍ଷକ ମାନଙ୍କ ଉକ୍ତ ସମାବେଶକୁ ସମ୍ବୋଧିତ କରି ଅଧ୍ୟକ୍ଷ ଶ୍ରୀ ଶ୍ରୀଧର ପାତ୍ର ପିଲା ମାନଙ୍କୁ ସଫଳତାରଏହି ଧାରା ବଜାୟ ରଖିବାକୁ ଏବଂ ଜୀବନରେ ଲକ୍ଷ୍ୟ ହାସଲ କରିବା ପର୍ୟ୍ୟନ୍ତ ସଂଘର୍ଷ ଜାରୀ ରଖିବାକୁ ପରାମର୍ଶ ଦେଇଥିଲେ। ସେ ଆହୁରି ମଧ୍ୟ କହିଥିଲେ ଯେ , ‘ଅଧ୍ୟୟନକରିବା, ସଂଘର୍ଷ କରିବା ଏବଂ ସଫଳତା ହାସଲ କରିବା’ହିଁ ପ୍ରତ୍ୟେକ ଛାତ୍ର ଛାତ୍ରୀଙ୍କ ଜୀବନର ମନ୍ତ୍ର ହେବା ଉଚିତ୍।ଏହି ଅବସରରେ, ଶ୍ରୀମତୀ ସସ୍ମିତା ପାତ୍ରଙ୍କର ଉଦବୋଧନ ପିଲାମାଙ୍କ ପାଇଁ ପ୍ରେରଣାର ଉତ୍ସ ଥିଲା। ସେ କହିଥିଲେ ଯେ ଏକ ଉତ୍ତମ ଛାତ୍ର ହେବା ସହିତ,ଏକଦୃଢ଼ଏବଂ ନୈତିକ ମୂଲ୍ୟ ବୋଧ ଭିତ୍ତିକ ବିକଶିତ ବ୍ୟକ୍ତିତ୍ୱ ତଥା ଭବିଷ୍ୟତରେ ଏକ ସମର୍ଥ ନାଗରିକ ହେବାପାଇଁ ଚେଷ୍ଟା କରିବା ମଧ୍ୟ ଆବଶ୍ୟକ।
