ରଙ୍ଗେଈଲୁଣ୍ଡା!!!ଗୋପାଳପୁର ନିର୍ବାଚନ ମଣ୍ଡଳୀ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକ ବିଧାୟକ ପ୍ରାର୍ଥୀ ଭାବେ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା ଙ୍କ ନାମ ଘୋଷଣା କରିଛନ୍ତି, ଏହି ପ୍ରରିପେକ୍ଷୀ ରେ ଆଜି ବିଧାୟକ ପ୍ରାର୍ଥୀ ବିକ୍ରମ ପଣ୍ଡା ଗୋପାଳପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପଞ୍ଚମା ଗ୍ରାମରେ ଅବସ୍ଥିତ ଶ୍ରୀ ସିଦ୍ଧ ବିନାୟକ ଙ୍କ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରି ଏକ ପ୍ରକାର ପ୍ରଚାର ଆରମ୍ଭ କରି ଦେଇଥିଲେ!ପ୍ରଥମେ ରଣ୍ଢା ଗ୍ରାମ ବଜାର ରେ ବିଜେଡି ଯୁବ କର୍ମୀ ମାନେ ବିଧାୟକ ପ୍ରାର୍ଥୀ ଙ୍କୁ ବାଣ, ବାଜା ସହ ଉତ୍ତରୀୟ ଦେଇ ସ୍ୱାଗତ କରିଥିଲେ!ସେଇଠୁ ସିଦ୍ଧ ବିନାୟକ ଙ୍କ ଦର୍ଶନ କରିଥିଲେ!ବିଧାୟକ ପ୍ରାର୍ଥୀ ବିକ୍ରମ ପଣ୍ଡା ତାଙ୍କ ପ୍ରତିକ୍ରିୟା ରେ କହିଥିଲେ ଯେ, ରଣ୍ଢା ପଞ୍ଚାୟତ ବାସି ଙ୍କ ସ୍ନେହ ଓ ଭଲ ପାଇବା ମୁଁ କେବେ ବି ଭୁଲି ପାରିବି ନାହିଁ ଏବଂ ମୁଁ ଗୋପାଳପୁର ନିର୍ବାଚନ ମଣ୍ଡଳୀ ବାସି ଙ୍କ ସେବକ ଭାବେ ମୁଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନିକଟରେ ଚିର ଋଣୀ!ଏହି ଗ୍ରସ୍ତ ଅବସରରେ ବ୍ଲକ ବିଜେଡି ସଭାପତି ଶ୍ରୀ ଅଜିତ କୁମାର ଦାସ, ଜିଲ୍ଲା ପରିଷଦ ଉପାଧ୍ୟାକ୍ଷା ରାଜେଶ୍ୱରୀ ଦୋରା,54ନମ୍ବର ଜିଲ୍ଲା ପରିଷଦ ଦୀପକ ସାମନ୍ତ, ସମାଜସେବୀ ରାମହରି ପାତ୍ର, ପ୍ରମୋଦ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ!
