Odisha news

ନବରାତ୍ରୀ ରେ ଘରକୁ ଆଣନ୍ତୁ ଏହି ୬ଟି ଜିନିଷ , ଘରକୁ ଆସିବ ସୌଭାଗ୍ୟ ଓ ମିଳିବ ମାଙ୍କ କୃପା

ଶାରଦୀୟ ନବରାତ୍ରୀ ଗୁରୁବାର ଅକ୍ଟୋବର ୭ ତାରିଖ ଠାରୁ ଆରମ୍ଭ ହେବାକୁ ଯାଉଛି । ମାନ୍ୟତା ଅନୁସାରେ ନବରାତ୍ରୀ ସମୟରେ ମା ଙ୍କ ର ୯ଟି ସ୍ୱରୂପ କୁ ପୂଜା କରାଯାଇଥାଏ । ସବୁ ସ୍ୱରୂପ ର ଗୋଟିଏ ବିଶେଷ ମହତ୍ତ୍ଵ ରହିଛି । ଚଳିତ ଥର ନବରାତ୍ରୀ ୯ ଦିନ ପରିବର୍ତ୍ତେ ୮ ଦିନ ପାଇଁ ପାଳିତ ହେବ । ଏପରି କିଛି ଜିନିଷ ରହିଛି ଯାହାକୁ ଘରକୁ ନବରାତ୍ରୀ ରେ ଆଣିବା ଦ୍ଵାରା ମା ଦୁର୍ଗା ଓ ମା ଲକ୍ଷ୍ମୀ ଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ ।
* ଗଙ୍ଗ ସିଉଳି ଗଛ – ଯଦି ନବରାତ୍ରୀ ସମୟରେ ଆପଣ ଘରକୁ ଗଙ୍ଗ ଶିଉଳି ଗଛ ଘରକୁ ଆଣିବେ ତେବେ ଏହାଦ୍ବାରା ଘରକୁ ସୁଖ ସମୃଦ୍ଧି ଆସିଥାଏ । ଗଙ୍ଗ ଶିଉଳି ଗଛରେ ନାଲି କପଡ଼ା ବାନ୍ଧିବା ଖୁବ୍ ଶୁଭ ଅଟେ ।
* ବରଗଛ ପତ୍ର – ନବରାତ୍ରୀ ସମୟରେ ଯେ କୌଣସି ଦିନ କିଛି ବରପତ୍ର କୁ ଛିଡାଇ ଗଙ୍ଗା ଜଳରେ ଧୋଇ ଘରେ ରଖନ୍ତୁ । ଏହାପରେ ସେଥିରେ ଚନ୍ଦନ ଓ ସିନ୍ଦୂର ରେ ସାତ୍ବିକ ଚିହ୍ନ କରି ପୂଜା ସ୍ଥାନରେ ରଖନ୍ତୁ । ପ୍ରତିଦିନ ତାହାକୁ ଧୂପ ଓ ଝୁଣା ଦିଅନ୍ତୁ । ଘରର ସମସ୍ତ ସମସ୍ୟା ମା ଦୁର କରିବେ ।
* ତୁଳସୀ ଗଛ – ପ୍ରାୟ ସମସ୍ତ ହିନ୍ଦୁ ପରିବାର ରେ ତୁଳସୀ ଗଛ ଥାଏ । କିନ୍ତୁ ନବରାତ୍ରୀ ସମୟରେ ଘରେ ତୁଳସୀ ଗଛ ଲଗାଇବା ଦ୍ଵାରା ମା ଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ ।
* କଦଳୀ ଗଛ – କଦଳୀ ଗଛ ଘରର ସମସ୍ତ ଅସୁବିଧା କୁ ଦୂର କରିଥାଏ । ତେଣୁ ନବରାତ୍ରୀ ସମୟରେ ଘରକୁ କଦଳୀ ଗଛ ଆଣି ପୂଜା କରିବା ଦ୍ୱାରା ସୁଖ ସମୃଦ୍ଧି ପ୍ରାପ୍ତ ହୋଇଥାଏ ।
* ଦୂର୍ଦୁରା ଫୁଲ ଗଛର ଚେର – ଭଗବାନ୍ ଶିବଙ୍କ ସହିତ ମା କାଳୀ ଙ୍କ ର ମଧ୍ୟ ଅତି ପ୍ରିୟ ଅଟେ ଦୂର୍ଦୁରା ଫୁଲ । ତେଣୁ ନବରାତ୍ରୀ ସମୟରେ ଦୂର୍ଦୁରା ଗଛର ଚେର ଘରକୁ ଆଣି ତାହାକୁ ନାଲି କପଡ଼ା ରେ ଗୁଡ଼ାଇ ପୂଜା ସ୍ଥାନରେ ରଖନ୍ତୁ । ୯ଦିନ ପର୍ଯ୍ୟନ୍ତ ଏହାକୁ ବିଧିବଦ୍ଧ ଭାବରେ ପୂଜା କରିବା ଦ୍ୱାରା ଦୁର ହୁଏ ଆର୍ଥିକ ଅନାଟନ ।
* ଶଙ୍ଖ ପୁସ୍ପି ଚେର – ନବରାତ୍ରୀ ସମୟରେ ଘରକୁ ଶଙ୍ଖ ପୁଷ୍ପି ଚେର ଆଣିବା ଖୁବ୍ ଶୁଭ ଅଟେ । ଏହାକୁ ଗୋଟିଏ ଡବା ରେ ପୁରାଇ ପୂଜା ସ୍ଥାନରେ ରଖନ୍ତୁ ଦେଖିବେ ଘରର ଶାନ୍ତି ରହିବା ସହ ସମୃଦ୍ଧି ମିଳିବ ।

Comments are closed.