Odisha news

ICI ବ୍ୟାଙ୍କ୍ ର ଫେଷ୍ଟିଭ ବୋନାଞ୍ଜା : ପ୍ରତେକ୍ ୧୦୦୦ ଟଙ୍କାରେ ଦେବାକୁ ପଡିବ ମାତ୍ର ୨୯ ଟଙ୍କା EMI

ନୂଆଦିଲ୍ଲୀ : ICI ବ୍ୟାଙ୍କ୍ ପାର୍ବଣ ସମୟରେ ନିଜର ଗ୍ରାହକ ମାନଙ୍କ ପାଇଁ ଫେଷ୍ଟିଭ ବନୋଞ୍ଜା ଲଞ୍ଚ କରିବାକୁ ଯାଉଛି । ଏହି କାରଣରୁ ତାର ଗ୍ରାହକ ମାନେ ଖୁବ୍ ଉପକୃତ ହୋଇ ପାରିବେ । ଏହି ଅଫର୍ ଦ୍ଵାରା ଗ୍ରାହକ ମାନେ ପ୍ରିମିୟମ ବ୍ରାଣ୍ଡସ ଓ ଇ କମର୍ସ ପ୍ଲାଟ ଫର୍ମ ରେ ଲଗ୍ ଜୁରି ଆଇଟମ କିଣି ପାରିବା ସହିତ କ୍ୟାଷ ବ୍ୟକ ସୁବିଧା ମଧ୍ୟ ପାଇବେ ।
ହୋମ୍ ଲୋନ –
ICI ବ୍ୟାଙ୍କ୍ ର ଗ୍ରାହକ ମାନଙ୍କ ପାଇଁ ୬.୭୦% ଦର୍ ଉପରେ ହୋମ୍ ଲୋନ ମିଳିବ । ସେହି ସ୍ଥାନରେ ପ୍ରସେଶିଂ ଫିସ ୧,୧୦୦ ଟଙ୍କାରୁ ଆରମ୍ଭ ହେବ ।
ଗାଡ଼ି ଲୋନ – ଯଦି ଆପଣ ଗାଡ଼ି ଲୋନ ନେବାକୁ ଚାହୁଁଛନ୍ତି ତେବେ ଯଦି ଆପଣ ୧ ଲକ୍ଷ ଟଙ୍କାର ଗାଡ଼ି ଲୋନ ନେବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ ୭୯୯ ଟଙ୍କା EMI ଦେବାକୁ ପଡ଼ିବ । ତା ସହିତ ଗ୍ରାହକ ୮ ବର୍ଷ ପାଇଁ ଏହି ଲୋନ ନେଇ ପାରିବେ ।
ପର୍ଶନାଲ ଲୋନ – ପର୍ଶନାଲ୍ ଲୋନ ଉପରେ ୧୦.୨୫% EMI ଦେବାକୁ ପଡ଼ିବ । ପ୍ରୋସେଶିଂ ଫି ୧,୯୯୯ ଟଙ୍କା ଦେବାକୁ ପଡ଼ିବ ।
ଟୁ ହୁଇଲାର୍ ଲୋନ- ଯଦି ଆପଣ ଦୁଇ ଚକିଆ ଯାନ ଉପରେ ଲୋନ ନେଉଛନ୍ତି ତେବେ ୨୯ ଟଙ୍କା EMI ଦେବାକୁ ପଡ଼ିବ ।
ଏହା ସହିତ ଡେବିଟ୍ ଓ କ୍ରେଡିଟ କାର୍ଡ ଉପରେ ଆକର୍ଷକ ସୁବିଧା ସୁଯୋଗ ମଧ୍ୟ ରହିଛି । ଇଲେକ୍ଟ୍ରୋନିକ୍ସ ଓ ଗାଜେଟ ଉପରେ ମଧ୍ୟ ଆକର୍ଷଣୀୟ ସୁବିଧା ରହିଛି ।
Shares