ନବରଙ୍ଗପୁର:- ପରକିଆ ପ୍ରିତିର ପ୍ରେମ ରେ ଉଦବୁଦ୍ଧ ହୋଇ ପାରିବାରିକ କଳହ ସୃଷ୍ଟି କରି ଜଣେ ଶିକ୍ଷକ ପ୍ରେମର ନିଶାରେ ନିଜର ଏକମାତ୍ର ପୁଅକୁ କାଠ ଫାଳିଆ ରେ ମରଣାତ୍ମକ ଆକ୍ରମଣ କରି,ଟାଙ୍ଗିଆ ଧରି ଜୀବନରେ ମାରି ଦେବିକହି ଗଢାଇବାରୁ ମାଆ ପୁଅ ପ୍ରାଣ ବିକଳରେ ଜୀବନ ବଞ୍ଚାଇବା ପାଇଁ ସାହି ପଡୋଶୀଙ୍କୁ ଡାକିବାରୁ ମାଆ ପୁଅଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।ଏଭଳି ଅଭାବନୀୟ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ସଦର ମହକୁମା ଠାରେ।ସୂଚନା ଅନୁଯାୟୀ କଦଭଟ୍ଟା ଠାରେ ରହୁଥିବା ମୁଣ୍ଡୀବେଡା ସିଆର ସି ସି ଭାବରେ କାର୍ଯ୍ୟରତ ଶିକ୍ଷକ ରଞ୍ଜିତ ବୈରାଗୀ ପାଖାପାଖି ୨୪ ବର୍ଷ ପୂର୍ବେ କେବିକଙ୍ଗା ଗ୍ରାମର କାଞ୍ଚନ କୁଲୁଙ୍କୁ ବିବାହ କରିଥିଲେ।ଗତ କାଲି ପାରିବାରିକ କଳହ ଯୋଗୁଁ ତାଙ୍କ ଏକ ମାତ୍ର ପୁଅର ମୁଣ୍ଡ କୁ କାଠ ଫାଳିଆ ରେ ମାରିବାରୁ ପୁଅ ଗୁରୁତର ହୋଇ ଛନ୍ତି। ତାଙ୍କ ସ୍ତ୍ରୀ ଙ୍କ ଅଭିଯୋଗ ଅନୁଯାୟୀ ଦୀର୍ଘ ୧୦ ବର୍ଷରୁ ଉର୍ଦ୍ଧ୍ବ ହେବ ତାଙ୍କ ସ୍ବାମୀ ରଂଜିତ ବୈରାଗୀ ସ୍ଥାନୀୟ ଜଣେ ବିବାହିତ ମହିଳାଙ୍କୁ ପ୍ରେମ କରି ଆସୁଥିଲେ, ଏଇ କଥା ନେଇ ସ୍ୱାମୀ ସ୍ତ୍ରୀ ଉଭୟଙ୍କ ମଧ୍ୟରେ ସବୁବେଳେ ଝଗଡା ଅଶାନ୍ତି ଲାଗି ରହୁଥିଲା।ଗତ କାଲି ଝଗଡା ଏତେ ପରିମାଣ ରେ ବଢି ଯାଇଥିଲା ଯେ ରଂଜିତ ବୈରାଗୀ ତାଙ୍କ ସ୍ତ୍ରୀଙ୍କୁ କାଠ ଫାଳିଆ ରେ ମୁଣ୍ଡ କୁ ଆଘାତ କରିବା ସମୟରେ ତାଙ୍କ ପୁଅ ମାଆକୁ ବଂଚାଯାଇ ବାକୁ ମଝିରେ ଆସି ଯିବାରୁ କାଠ ଫାଳିଆଟି ପୁଅ ରାଜୀବ ମୁଣ୍ଡରେ ମଧ୍ୟ ବାଜି ଗଭୀର କ୍ଷତ ହୋଇଥିଲା। ତାଙ୍କୁ ସଙ୍ଗେ ସଙ୍ଗେ ସହି ଲୋକେ ଗୁରୁତର ଅବସ୍ଥାରେ ରାଇଘର ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ।ଏପରି ଘଟଣା ଘଟିବା ପରେ ତାଙ୍କ ସ୍ତ୍ରୀ ରାଇଘର ଥାନା ରେ ସ୍ୱାମୀ ରଞ୍ଜିତ ଙ୍କ ନାମରେ ଏତାଲା ଦେଇ ଥିଲେ।ଏତଲା କୁ ଭିତ୍ତି କରି ଥାନା ଏଏସଆଇ ପ୍ରଫୁଲ କୁମାର ସ୍ୱାଇଁ କାଠ ଫାଳିଆ ଓ କୁରାଢିକୁ ଜବତ କରି କେସ ନଂ୧୦୦/୨୦ ଏକ ମାମଲା ରୁଜୁ କରି ଘଟଣା ରେ ଶିକ୍ଷକ ରଞ୍ଜିତଙ୍କୁ ଅଟକ ରଖି ଅନୁସନ୍ଧାନ ଚଲାଇଛନ୍ତି ।