ବୋରିଗୁମ୍ମା (କେ.ସାକିଲି ଦୋରା)—କିଛି ଦିନର ର ନୀରବତା ପରେ ବୋରିଗୁମ୍ମା ବ୍ଲକରେ ପୁଣି ତିନି ଜଣ ଲୋକ କରୋନା ରେ ଆକ୍ରାନ୍ତ ହୋଇଛନ୍ତି। ସହରରେ କୌଣସି ନୂଆଁ ଆକ୍ରାନ୍ତ ଚିହ୍ନଟ ହୋଇ ନ ଥିବା ବେଳେ ଗ୍ରାମାଞ୍ଚଳ ରେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ବୋରିଗୁମ୍ମା ବ୍ଲକ ଅନ୍ତର୍ଗତ ଗୁମୁଡା ଗ୍ରାମରେ ଗୋଟିଏ ପରିବାରର ତିନି ସଦସ୍ୟ କରୋନା ଆକ୍ରାନ୍ତ ହୋଇଛନ୍ତି।
ସେମାନେ ବର୍ତ୍ତମାନ ଜୟପୁର ସ୍ଥିତ କୋବିଡ଼ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।ବ୍ଲକ ବିଡିଓ ପ୍ରଣୟ ରଂଜନ ବେହେରା, ତହସିଲଦାର ସଂଜୀବ କୁମାର ସାହୁ ଗୁମୁଡା ଗ୍ରାମ କୁ ଯାଇ ସ୍ଥିତି ପରଖିଥିଲେ। ସେମାନେ ଗୁମୁଡା ଗ୍ରାମର ଆଦିବାସୀ ଓ ଗୌଡ଼ ସାହି କୁ ସାତ ଦିନ ପାଇଁ କଣ୍ଟେନମେଣ୍ଟ ଘୋଷଣା କରିଛନ୍ତି। ସ୍ୱାସ୍ଥ୍ୟ କର୍ମୀମାନେ କଣ୍ଟେନମେଣ୍ଟ ଯୋନ ର ଘର ଘର ବୁଲି ଲୋକଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝୁଛନ୍ତି। ବୋରିଗୁମ୍ମା ବ୍ଲକରେ ପୂର୍ବରୁ ମୋଟ ୧୪ ଜଣ କରୋନା ଆକ୍ରାନ୍ତ ରହିଥିବା ବେଳେ ନୂଆଁ ତିନି ମିଶାଇ ଆକ୍ରାନ୍ତ ଙ୍କ ସଂଖ୍ୟା ୧୭ ରେ ପହଂଚିଛି।