Odisha news

ସାକ୍ଷୀଗୋପାଳ ଡାକ୍ତରଖାନାରେ ସ୍ୱାବ ସଂଗ୍ରହ କେନ୍ଦ୍ର ଖୋଲିଲା

0

ସାକ୍ଷୀଗୋପାଳ :  କରୋନା ପରୀକ୍ଷା ନିମନ୍ତେ ଆଜି ସାକ୍ଷୀଗୋପାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଆବଶ୍ୟକ ସ୍ୱାବ ସଂଗ୍ରହ କେନ୍ଦ୍ର ସାକ୍ଷୀଗୋପାଳ ଡାକ୍ତରଖାନାର ଭାରପ୍ରାପ୍ତ ଚିକିତ୍ସକ ଡାକ୍ତର ବିଶ୍ୱଜିତ ମିଶ୍ରଙ୍କ ତତ୍ତ୍ୱାବଧାନରେ ଖୋଲିଅଛି l ଆଜି ଠାରୁ ସ୍ୱାବ ସଂଗ୍ରହ ଆରମ୍ଭ ହୋଇଅଛି l

ପୁରୀ ଜିଲ୍ଲାପାଳ ବଲବନ୍ତ ସିଂ ଓ ପୁରୀ ଜିଲ୍ଲା ମୁଖ୍ୟଚିକିତ୍ସାଧିକାରୀ ଡାକ୍ତର ସୁଜାତା ମିଶ୍ରଙ୍କ ନିର୍ଦ୍ଦେଶ   କ୍ରମେ ଏହି ସ୍ୱାବ ସଂଗ୍ରହ କେନ୍ଦ୍ର ଖୋଲିଅଛି ବୋଲି ଜଣାପଡିଛି l ଲାବୋରେଟୋରୀ ଟେକନିସିଆନ ହେମନ୍ତ ପ୍ରଧାନ ଓ ସୁଦର୍ଶନ ସାହୁ ନିୟମିତ ସ୍ୱାବ ସଂଗ୍ରହ କରିବେ lପୂର୍ବରୁ ଏହି ଅଞ୍ଚଳର କରୋନା ସନ୍ଦିଗ୍ଧ ରୋଗୀମାନେ ଆବଶ୍ୟକ ସ୍ୱାବ ପରୀକ୍ଷା କରିବା ନିମନ୍ତେ ପୁରୀ ଯାଉଥିଲେ l ନଚେତ ପୁରୀରୁ ଲାବୋରେଟୋରୀ ଟେକନିସିଆନ ପୁରୀରୁ ଆସି ସ୍ୱାବ ସଂଗ୍ରହ କରୁଥିଲେ l  ଫଳରେ ବିଳମ୍ବ ଘଟୁଥିଲା. ଆଜି     ୨o   ଜଣଙ୍କର ସ୍ୱାବ ସଂଗ୍ରହ ହୋଇଅଛି l
ସ୍ୱାବ ସଂଗ୍ରହ କେନ୍ଦ୍ର ଖୋଲିବା ଜଣା ପଡିବା ପରେ ସାଧାରଣରେ ଆନନ୍ଦ ପ୍ରକାଶ ପାଇଅଛି l
Nalco

Leave A Reply