ନବରଙ୍ଗପୁର:- ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ”ଜୟ ତେନ୍ତୁଳିଖୁଣ୍ଟି ମାନବ ସେବା”ଗ୍ରୁପର ସମସ୍ତ ସଦସ୍ୟ ଲେଖି ଜଣେଇବା ଦରଖାସ୍ତ ରାଜ୍ୟ ସରକାର ରାଜ୍ୟର ସମସ୍ତ ବ୍ଲକ ସଦର ମହକୁମା ପରିସରରେ ରେଜିଷ୍ଟେସନ ଅଫିସ ଏବଂ ଜେ.ଏମ.ଏଫ.ସି କୋର୍ଟ ସ୍ଥାପନ ସମ୍ପର୍କରେ ଘୋଷଣା କରି ସାରିଛନ୍ତି ! ହେଲେ ତେନ୍ତୁଳିଖୁଣ୍ଟି ବ୍ଲକ ଏକ ଆଦିବାସୀ ବହୁଳ ଅଂଚଳ ଭାବେ ସାରା ଓଡିଶା ରେ ପରିଚିତ ! ଏଠାକାର ୭୦% ଜନସାଧାରଣ ଚାଷ କାର୍ଯ୍ୟ ଉପରେ ନିର୍ଭର କରି ଜୀବିକା ନିର୍ବାହ କରିଥାନ୍ତି !
ଏମିତିକି ଦୁର୍ଗମ ତଥା ପାହାଡିଆ ଅଂଚଳର ଅଧିବାସୀ ଏଯାବତ ଡ଼ଙ୍ଗର ଚାଷ ତଥା କାଠ ସଂଗ୍ରହ କରି ପରିବାର ପ୍ରତିପୋଷଣ କରନ୍ତି ! ତେନ୍ତୁଳିଖୁଣ୍ଟି ସଦର ମହକୁମା ପରିସରରେ ଅଦ୍ୟାବଧି ଜେ.ଏମ.ଏଫ.ସି କୋର୍ଟ ତଥା ରେଜିଷ୍ଟେସନ ଅଫିସ କାର୍ଯ୍ୟକାରୀ ନହେବା ଯୋଗୁଁ ଏଠାକାର ଗରିବ ଖଟିଖିଆ ନବରଙ୍ଗପୁର ସହର ଉପରେ ନିର୍ଭର କରୁଛନ୍ତି ! ତେନ୍ତୁଳିଖୁଣ୍ଟି ବ୍ଲକର ଉପାନ୍ତ ଅଂଚଳରୁ ନବରଙ୍ଗପୁର ସହର ୫୦ କିଲୋମିଟର ପର୍ଯ୍ୟନ୍ତ ଦୂରତା ହେଉଥିବା ରୁ ଅଞ୍ଚଳବାସୀ ଅନେକ ସମସ୍ୟାର ସମ୍ମୁଖୀନ ହେଉଥିବା ପରିଲକ୍ଷିତ ହେଉଛି !
ତେନ୍ତୁଳିଖୁଣ୍ଟି ବ୍ଲକ ବାସିନ୍ଦା ଙ୍କ ସମସ୍ୟା କୁ ହୃଦୟଙ୍ଗମ କରି ସ୍ଥାନୀୟ ତେନ୍ତୁଳିଖୁଣ୍ଟି ସଦର ମହକୁମା ପରିସରରେ ଜେ.ଏମ.ଏଫ.ସି କୋର୍ଟ ଓ ରେଜିଷ୍ଟେସନ ଅଫିସ ସ୍ଥାପନ କରି ତୁରନ୍ତ ଲୋକଙ୍କୁ ସେବା ଯୋଗେଇବା ବ୍ୟବସ୍ଥା କଲେ ଅଞ୍ଚଳବାସୀ ବହୁଳ ମାତ୍ରାରେ ପାଇ ପାରିବେ ବୋଲି କହିଛନ୍ତି ଶ୍ରୀ ଅଖିଲ ଭତରା ଜୟ ତେନ୍ତୁଳିଖୁଣ୍ଟି ମାନବ ସେବା” ଗ୍ରୁପ ସମେତ ଅଂଚଳବାସୀ ସ୍ଥାନୀୟ ତେନ୍ତୁଳିଖୁଣ୍ଟି ତହସିଲଦାର ଙ୍କୁ ଦାବି ପତ୍ର ପ୍ରଦାନ କରି ଶ୍ରୀ ମାନ ରାଜ୍ୟ ପାଳ କୁ ପେରଣ କରିବା କୁ ଦାବି କରିଛନ୍ତି।