Odisha news

ମୁଥୁଟ ଫିନକର୍ଫ୍ ନୂତନ ଶାଖା ଉଦଘାଟନ।

0

ମନୋରଞ୍ଜନ ଅଧିକାରୀ।  : ଗଞ୍ଜାମ ଜିଲ୍ଲା ସୋରଡ଼ା ବଡ଼ଦାଣ୍ଡ ଠାରେ ନୂତନ ମୁଥୁଟ ଫିନକର୍ଫ ଶାଖା ର ଉଦଘାଟନ ହୋଇଯାଇଛି ।ଏହି ଉଦ୍ଘାଟନୀ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ସୋରଡା ଏନ ଏ ସି ଅଧ୍ୟକ୍ଷ ଶିବ ଶଙ୍କର ପଣ୍ଡା। ସମ୍ମାନିତ ଅତିଥି ଭାବେ କାଉନସିଲର ସତ୍ୟ ନାରାୟଣ ସୁବୁଦ୍ଧି ଯୋଗଦେଇ ନୂତନ ଶାଖାର ନୂତନ ଶାଖା କୁ ଉଦ୍ଘାଟନ କରିଥିଲେ। ଏହି ଶାଖା ଖୋଲିବା ଦ୍ବାରା ସ୍ଥାନୀୟ ଅଂଚଳର ଲୋକେ ସହଜ ସୁବିଧାରେ ସୁନା ଋଣ ଭଳି ବିଭିନ୍ନ ଋଣ ମିଳିବା ସହିତ ଜୀବନ ବୀମା,ସାଧାରଣ ବିମା କରାଯିବାର ସୁବିଧା ରହିଥିବା କହିଛନ୍ତି ଏଠାକାର ଜୋନାଲ ମୁଖ୍ୟ ବିବିଲ ଜାକବ୍।
ଅନ୍ୟ ବ୍ୟାଙ୍କ ରେ ଋଣ ପାଇଁ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡ଼ୁଥିଲା କିନ୍ତୁ ଏଠାରେ ଏକ ଘଣ୍ଟା ମଧ୍ୟରେ ଦୁଇ ଗ୍ରାମରୁ ଅଧିକ ସୁନା ବନ୍ଧକ ରଖି ଅଧିକ ପରିମାଣର ଟଙ୍କା ଋଣ ନେବାର ସୁବିଧା ରହିଛି। ସ୍ଥାନୀୟ ଅଂଚଳରେ ମୂତୁଟ ଫିନକର୍ପ ଶାଖା ଖୋଲାଯାଇଥିବାରୁ ଶାଖାର ସମସ୍ତ କର୍ମଚାରୀଙ୍କୁ ଧନ୍ୟବାଦ୍ ଦେଇଛନ୍ତି ଏନ୍ ଏସି ଅଧ୍ୟକ୍ଷ ଶିବ ଶଙ୍କର ପଣ୍ଡା। ଉଦ୍ଘାଟନ ଉତ୍ସବରେ ଆଞ୍ଚଳିକ ପ୍ରମୁଖ ବିବିଲ୍ ଜାକବ,ଆଞ୍ଚଳିକ ଶାଖା ମୁଖ୍ୟ ମଥୁରାନନ୍ଦ ଲେଙ୍କା,ଅଶୋକ କୁମାର ପାଇକ,ନାରାୟଣ ସାହୁ,ଅଜୟ ମହାରଣା, ସୂର୍ଯ୍ୟ ନାରାୟଣ ନାୟକ,ରଞ୍ଜନ ସାହୁ,ରଞ୍ଜନ କୁମାର ଗୌଡ଼,ମଧୁ ଜେନା,ସ୍ଥାନୀୟ ବ୍ୟବସାୟୀ,ବୁଦ୍ଧିଜୀବୀ,ବହୁ ଜନ ସାଧାରଣ ଉପସ୍ଥିତ ଥିଲେ।

Leave A Reply