ନୂଆପଡ଼ା -୯/୫ (ସୁରେନ୍ଦ୍ର ତିୱାରୀ) ନୂଆପଡ଼ା ଜିଲ୍ଲା କୋମନା ପୋଲିସ ଚଢ଼ାଉ କରି ୫୯.୧୪୦ ଲିଟର ମଦ ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି। କୌଣସି ସୂତ୍ରରୁ ଖବର ପାଇ କୋମନା ପୋଲିସ ବିଲେଞ୍ଜ୍ଜର ଗ୍ରାମର ଓକିଲ ପଣ୍ଡା ଙ୍କଠାରୁ ୨୩.୪୪ ଲିଟର ବିଦେଶୀଓ ୭ ଲିଟର ଦେଶୀ ମଦ, କୋମନା ଈଶ୍ୱର ମନ୍ଦିର ପଡ଼ା ରଅନିରୁଦ୍ଧ ସାହୁ ଙ୍କ ଠାରୁ ୯. ୪୦୦ଲିଟର ବିଦେଶୀ ମଦ ଓ ପାଣ୍ଡେଲବାହଲି ରବି ବଘେଲ ଙ୍କ ଠାରୁ ୨୬.୩୪ ଲିଟର ବେଆଇନ ଭାବେ ଗଛିତ ବିଦେଶୀ ମଦ ଜବତ କରିବାସହ ରବି ଓ ଓକିଲ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି।