Odisha news

ସକାଳୁ ସକାଳୁ ଖାଆନ୍ତୁ ଅଙ୍କୁରିତ ମୁଗ, ମିଳିବ ଶରୀରକୁ ୫ଟି ଅଦ୍ଭୁତ ଲାଭ

0
ଆଜିର ଦୁନିଆରେ ସକାଳ ଜଳଖିଆରେ ଆମକୁ ଅନେକ ଅପସନ ମିଳୁଛି ; କିନ୍ତୁ ପୂର୍ବରୁ ଏପରି ଅପ୍ସନ ମିଳୁ ନଥିଲା l କିନ୍ତୁ ଲୋକେ ନିରୋଗୀ ଓ ଦୀର୍ଘାୟୁ ରହୁଥିଲେ l କିନ୍ତୁ ଆଜିର ଲୋକେ ଅଧିକ ରୋଗଗ୍ରସ୍ତ ହେଉଛନ୍ତି l ପୂର୍ବରୁ ଲୋକେ ମାଣ୍ଡିଆ , ପଖାଳ , ଚୁଡ଼ା, ଛତୁଆ ସହିତ ଅଙ୍କୁରିତ ମୁଗ ଓ କଳା ବୁଟ ପ୍ରଭୃତି ସେବନ କରୁଥିଲେ । ଯାହା ତାଙ୍କୁ ବିଶେଷ ଭାବରେ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ । ଆଜି ଆସନ୍ତୁ ନିଜକୁ ନୀରୋଗ ରଖିବା ପାଇଁ ଅଙ୍କୁରିତ ମୁଗ କି ପ୍ରକାର ସାହାଯ୍ୟ କରିଥାଏ ଜାଣିବା -:
* ପାଚନ ସମ୍ବନ୍ଧୀୟ ସମସ୍ୟା ଠିକ୍ ହୋଇଥାଏ -:
ଗଜା ମୁଗ ରେ ଅଧିକ ମାତ୍ରାରେ ଲିଭିଂ ଏଞ୍ଜାଇମ୍ ଅଧିକ ମାତ୍ରାରେ ରହିଥାଏ , ଯାହାକି ପାଚନ ପ୍ରକ୍ରିୟା କୁ ଠିକ୍ ଭାବରେ ପରିଚାଳିତ କରିଥାଏ । ଡାଇଯେଷ୍ଟିଭ ସିଷ୍ଟମ ରେ ଉନ୍ନତ ହୋଇଥାଏ । ଅଙ୍କୁରିତ ମୁଗ ରେ ଫାଇବର ଖୁବ୍ ଅଧିକ ମାତ୍ରାରେ ରହିଥାଏ ଯାହାକି ପେଟ କୁ ସଫା ରଖିଥାଏ ।
* ଓଜନ ହ୍ରାସ ର ଗୋଟିଏ ଭଲ ସ୍ରୋତ -:
ଯଦି ଆପଣ ନିୟମିତ ଭାବରେ ସକାଳ ଜଳଖିଆ ରେ ଅଙ୍କୁରିତ ମୁଗ ଖାଇବେ ତେବେ ଓଜନ ହ୍ରାସ ପାଇଁ ସାହାଯ୍ୟ ମିଳିବ । ଏଥିରେ ଖୁବ୍ କମ୍ କ୍ୟାଲୋରୀ ରହିଥାଏ । ଯାହାକି ଆମ ପେଟ କୁ ଭର୍ତି କରି ରଖିଥାଏ ।
* କଲେଷ୍ଟ୍ରାଲ୍ କମାଇବା ପାଇଁ ସାହାଯ୍ୟ କରିଥାଏ -:
ଗଜା ମୁଗ ରେ ଓମେଗା ୩ ଫ୍ୟାଟି ଏସିଡ ରହିଥାଏ ଭରପୁର ମାତ୍ରାରେ । ଏହି ଫ୍ୟାଟି ଏସିଡ ଗୁଡ କୋଳେଷ୍ଟ୍ରାଲ ବଢ଼ାଇବାରେ ସାହାଯ୍ୟ କରିଥାଏ । ହାଇ କୋଲେଷ୍ଟ୍ରାଳ ରୋଗୀ ମାନେ ନିୟମିତ ଏହାକୁ ସେବନ କରିବା ନିହାତି ଜରୁରୀ ।
* ରକ୍ତ ସଞ୍ଚାଳନ ଠିକ୍ ଭାବରେ ହୋଇଥାଏ -:
ଅଙ୍କୁରିତ ମୁଗ ଶରୀରରେ ରକ୍ତ ସଞ୍ଚାଳନ ସୂଚାରୁ ରୁପେ କରାଇବାରେ ସାହାଯ୍ୟ କରିଥାଏ । ଏହାଛଡା ରକ୍ତ ଧମନୀ ଗୁଡ଼ିକୁ ଆକ୍ଟିଭ କରିଥାଏ ଓ ସଫା ରଖିବାରେ ସାହାଯ୍ୟ କରେ । ତେଣୁ ନିୟମିତ ଗଜା ମୁଗ ସେବନ ଜରୁରୀ ।
* ଶରୀର କୁ ଷ୍ଟାମିନା ଯୋଗାଇ ଥାଏ:-
ନିୟମିତ ଭାବରେ ଖେଳାଳି ମାନେ ଗଜା ମୁଗ ସେବନ କରନ୍ତି। ଯାହା ତାଙ୍କୁ କାର୍ଯ୍ୟ କରିବା ପାଇଁ ଦକ୍ଷତା ଯୋଗାଇ ଥାଏ। ଏହାଛଡା ଶୀଘ୍ର ଥକି ବାକୁ ଦେଇ ନଥାଏ
Nalco
Leave A Reply