Odisha news

ଗୃହମନ୍ତ୍ରୀ ଅମିତ୍ ଶାହା ଙ୍କ ଉପସ୍ଥିତି ରେ BSF ଉପରେ ଗର୍ଜିଲେ ମମତା , ଅଧିକାର କୁ ନେଇ ଉଠାଇଲେ ଆପତି

0

ନୂଆଦିଲ୍ଲୀ : ଶନିବାର ଦିନ କେନ୍ଦ୍ରୀୟ ଗୃହ ମନ୍ତ୍ରୀ ଅମିତ୍ ଶାହା କଲିକତା ରେ ଇସ୍ଟର୍ଣ୍ଣ ଯୋନାଲ୍ କାଉନସିଲ୍ ର ବୈଠକ ରେ ଅଧ୍ୟକ୍ଷତା କରିଥିଲେ । ଏହି ବୈଠକ ରେ ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଉପସ୍ଥିତ ରହିଥିଲେ । ଏହି ସମୟରେ ସେ ବିଏସଏଫ ର ଅଧିକାର କ୍ଷେତ୍ରରେ ମୁଦ୍ଦା ଉଠାଇ ଥିଲେ । ମମତା ବାନାର୍ଜୀ ଅମିତ୍ ଶାହା ଙ୍କ ନୂଆ ବର୍ତ୍ତମାନ୍ ପରିସ୍ଥିତି ରେ ବିଏସଏଫ ର ଅଧିକାର କ୍ଷେତ୍ରରେ ମୂଦ୍ଦା ଉଠାଇ ଥିଲେ । ଏହି ସମୟରେ ମମତା କହିଥିଲେ ଯେ ବିଏସଏଫ ଯବାନ ଙ୍କ ଦ୍ଵାରା ଦେଶର ସୀମା ର ୫୦ କିମି ଦାଏରା ଭିତରେ କାର୍ଯ୍ୟାନୁଷ୍ଠାନ ଦ୍ଵାରା ସାଧାରଣ ଜନତା ଅସୁବିଧାରେ ରହିଥିବାର କହିଥିଲେ । ଜନତା ଓ ଅଫିସର ଙ୍କ ମଧ୍ୟରେ ତାଳମେଳ ରହୁନଥିବା କହିଥିଲେ । ଅନ୍ୟ ପକ୍ଷରେ ବିଏସଏଫ ପକ୍ଷରୁ ରାଜ୍ୟ ସରକାର ସହଯୋଗ କରୁ ନଥିବାର କହିଥିଲେ । ଏହାପରେ ଉକ୍ତ ବୈଠକ ରେ ରାଜ୍ୟ ସରକାର ଓ ବିଏସଏଫ ଅଫିସର ଙ୍କ ମଧ୍ୟରେ ଯୁକ୍ତି ଆରମ୍ଭ ହୋଇଥିଲା ।

ବିଶେଷ ଭାବରେ ନୂଆ ନିୟମ ଅନୁସାରେ ବିଏସଏଫ କୁ କାର୍ଯ୍ୟ କରିବା ପାଇଁ ମାଜିଷ୍ଟ୍ରେଟ ଆଦେଶ କିମ୍ବା ୱାରେଣ୍ଟ ର ଆବଶ୍ୟକତା ନାହିଁ ବୋଲି କୁହାଯାଇଛି । ଜେବେକି ପୁରୁଣା ନିୟମ ଅନୁସାରେ ବିଏସଏଫ ୧୫ କିମି ମଧ୍ୟରେ କାର୍ଯ୍ୟାନୁଷ୍ଠାନ କରି ପାରିବ । ଏହି ବୈଠକ ରେ ପଶ୍ଚିମ ବଙ୍ଗ ବ୍ୟତୀତ ବିହାର , ଝାରଖଣ୍ଡ , ଓଡ଼ିଶା ଓ ସିକ୍କିମ ପ୍ରଭୃତି ର ମୁଖ୍ୟମନ୍ତ୍ରୀ କିମ୍ବା ତାଙ୍କ ପ୍ରତିନିଧି ସାମିଲ ହୋଇଥିଲେ ।
ଏହି କାର୍ଯ୍ୟକ୍ରମ ରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହା କହିଥିଲେ ଯେ ଭାରତର ପୂର୍ବାଞ୍ଚଳ ରେ ବାମପନ୍ଥୀ ଉଗ୍ରବାଦ ପାଖାପାଖି ସରି ଗଲାଣି । ଏହିସବୁ ରାଜ୍ୟରେ ଏହା ଆଉ ବୃଦ୍ଧି ହେବା ଉଚିତ୍ ନୁହେଁ । ଏହି ପୂର୍ବାଞ୍ଚଳ ରାଜ୍ୟ ଗୁଡ଼ିକ ଦେଶର ଅନ୍ୟ ରାଜ୍ୟ ସହିତ ସାମିଲ ଜରୁରୀ ।
ଏହି ବୈଠକ ରେ ବର୍ତ୍ତମାନ୍ ର ଝାରଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ କହିଥିଲେ ଯେ ଯେଭଳି ଭାବରେ ୨୦୨୨ ରେ ଯେଭଳି ଭାବରେ ୨୦୨୨ ରେ ବନ ଭୂମି ଅପଯୋଜନା ରେ ଗ୍ରାମ ସଭା ର ଅଧିକାର କୁ ନଷ୍ଟ କରାଯାଇଛି । ଏହାଦ୍ବାରା ପାଖାପାଖି ଦେଶର ୨୦ ହଜାର ଆଦିବାସୀ ଙ୍କ ଜୀବନ ପ୍ରଭାବିତ ହୋଇଛି ।
ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କେନ୍ଦ୍ର ସରକାର ଙ୍କ ଉପରେ ଯିଏଷ୍ଟି କୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ । କହିଥିଲେ ଯେ କେନ୍ଦ୍ର ଠିକ୍ ସମୟରେ ଜିଏଷ୍ଟି ପଇସା ଦେଉ ନାହିଁ ରାଜ୍ୟ ଗୁଡ଼ିକୁ । ଯାହାଦ୍ଵାରା ରାଜ୍ୟ ସରକାର ଙ୍କୁ କାର୍ଯ୍ୟ କରିବା ରେ ଅସୁବିଧା ର ସମ୍ମୁଖୀନ ହେବାକୁ ପଡୁଛି ।
IEC 2 years
Leave A Reply