Odisha news

କ୍ରିକେଟ ପରେ ଚାଷ କାର୍ଯ୍ୟରେ ନିଜର ମହତ୍ଵପୁର୍ଣ ଭୂମିକା ଦେଖାଇଛନ୍ତି ଧୋନୀ

0

ନୂଆଦିଲ୍ଲୀ :ଅନ୍ତରାଷ୍ଟ୍ରୀୟ କ୍ରିକେଟରୁ ସନ୍ୟାସ ନେବା ପରେ ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପଟେନ କୁଲ ମହେନ୍ଦ୍ର ସିଂହ ଧୋନି କୃଷକ ହୋଇ ଯାଇଛନ୍ତି ଓ ନିଜର ଫାର୍ମ ହାଉସ ରେ ବିଭିନ୍ନ ପ୍ରକାରର ପନି ପରିବା ଓ ଫଳମୂଳ ଉତ୍ପାଦନ କରୁଛନ୍ତି l ତାଙ୍କ ଜମିର ଫଳମୂଳ ଓ ପନିପରିବାର ରାଞ୍ଚିରେ ଖୁବ ଚାହିଦା ରହିଛି l ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଧୋନି ଫାର୍ମ ହାଉସରେ ଚଳିତ ବର୍ଷ ୧୦ ଟନ ଷ୍ଟ୍ରବେରୀ ଉତ୍ପାଦନ ହୋଇଛି l

ଏତେ ଅଧିକ ପରିମାଣରେ ଧୋନୀ ଷ୍ଟ୍ରବେରୀ ଉତ୍ପାଦନ କରି ୩୦ ଲକ୍ଷ ଟଙ୍କା ରୋଜଗାର କରିଛନ୍ତି l ଷ୍ଟ୍ରବେରୀ ସହିତ ଖରଭୁଜ ଓ ତରଭୁଜ ମଧ୍ୟ ଉତ୍ପାଦନ ହେଉଛି l ପ୍ରତେକଦିନ ଜମିରୁ ୩୦୦ କେଜି ତରଭୁଜ ଓ ୨୦୦ କେଜି ଖରଭୁଜ ଉତ୍ପାଦନ ହେଉଛି l ୪୩ ଏକର ବିଶିଷ୍ଟ ତାଙ୍କର ଫାର୍ମ ହାଉସ ଟି ଅଟେ l ବର୍ତମାନ ତାଙ୍କ ଫାର୍ମ ହାଉସର ତରଭୁଜ ଓ ଖରଭୁଜ ବାହାରେ ବିକ୍ରି ହେଉଛି l

ବିଶେଷ କଥାଟି ହେଲା ଧୋନୀଙ୍କ ଜମିରେ କୌଣସି ରାସାୟନିକ ପ୍ରକ୍ରିୟାରେ ଫସଲ ଉତ୍ପାଦନ କରାଯାଏ ନାହିଁ , ସମ୍ପୂର୍ଣ ଭାବରେ ଅର୍ଗାନିକ ଭାବରେ ଚାଷ କରାଯାଇଥାଏ l ସେଥିପାଇଁ ତାଙ୍କ ଫାର୍ମ ହାଉସର ଫଳମୂଳର ଅନେକ ଚାହିଦା ବଜାରରେ ରହିଛି ଓ ଏଗୁଡିକ ଅନେକ ମାତ୍ରାରେ ସ୍ୱାଦିଷ୍ଟ ବୋଲି କୁହାଯାଇଛି l ସବୁଠୁ ମହତ୍ଵପୁର୍ଣ କଥାଟି ହେଲା ଧୋନୀଦେଶର ଗୋଟିଏ ସୁନାମ ଅର୍ଜନ କରିଥିବା ଚାଷୀ ସହିତ ଓ ରାଜ୍ୟର ଶ୍ରେଷ୍ଠ ପଶୁପାଳକ ଭାବରେ ଘୋଷିତ ହୋଇଛନ୍ତି l

Govt
Leave A Reply