ବାରିପଦା : ମୟୂରଭଞ୍ଜ ଲୋକସଭା ସାଂସଦ ଇଂ ବିଶେଶ୍ୱର ଟୁଡୁ ଶିମିଳିପାଳ ଭିତରେ ଥିବା ୩ଗୋଟି ଗ୍ରାମ ପଞ୍ଚାୟତ ଯଥା ବରେହେଇପାଣି, ଅସ୍ତକୁଆଁରୀ ଓ ଗୁଡଗୁଡିଆର ସମସ୍ତ ଟେମ୍ପୁରାରୀ ମେଡିକାଲ କ୍ୟାମ୍ପ ପରିଦର୍ଶନ କରିଥିଲେ । ପରିଦର୍ଶନ ସମୟରେ ସେ ଦେଖିଥିଲେ କି କେଉଁଠି ଖଟ ପଡିଛିତ ବେଡସିଟ୍ ନାହିଁ ଏପରିକି କେଉଠି ଖଟ ମଧ୍ୟ ପଡିନାହିଁ, ପିଇବା ପାଣି କିମ୍ବା ପାୱାର ସାପ୍ଲାଇ ବେକଅପର ମଧ୍ୟ ସୁବିଧା ନାହିଁ । ଗୋଟଏ ଗୋଟଏ ଖଟ ଉପରେ କେବଳ ଲମ୍ବା ଗାମୁଛା ପଡିଛି ।
ଶୌଚାଳୟ ଏବଂ ଅନ୍ୟାନ୍ୟ ନିର୍ମାଣ କାର୍ଯ୍ୟ ତଦାରଖ କରିବା ପରେ ଜଣାପଡିଥିଲା ଯେ, ସ୍ଥାନୀୟ ସରପଞ୍ଚ ନାମମାତ୍ର ଜିଲ୍ଲାପାଳ ଦାୟିତ୍ୱରେ ଅଛନ୍ତି, କଣ କାମ ହେବ କିଏ ବୁଝିବ ତାଙ୍କୁ କେହି ଜଣାଉନାହାଁନ୍ତି । ଏହି ୩ଗୋଟି ଗ୍ରାମପଞ୍ଚାୟତ ଦାୟିତ୍ୱ ଜଣେ ପିଇିଓଙ୍କ ହାତରେ, ଯିଏକି ଯଶିପୁରରେ ରହନ୍ତି । ଜଣେ ଅସ୍ଥାୟୀ କର୍ମଚାରୀଙ୍କୁ ଦାୟିତ୍ୱ ଦିଆଯାଇଛି ବ୍ୟବସ୍ଥା ବୁଝିବା ପାଇଁ, ଡାକ୍ତରଙ୍କ ଅବସ୍ଥା ମଧ୍ୟ ସେଇଆ ଗୋଟିଏ ରୁମରେ ଲାଗି ଲାଗି ୪ଟା ଖଟ ପଡିଛି । ଆଜି ପର୍ଯ୍ୟନ୍ତ କୌଣସି କିଟ୍ ତାଙ୍କ ପାଖକୁ ପହଞ୍ଚି ପାରିନଥିବାବେଳେ ରେଜିଷ୍ଟ୍ରେସନ ସଂଖ୍ୟାର ଅଧା ଖଟ ମଧ୍ୟ ପଡିନାହିଁ । ଏଭଳି ପରିସ୍ଥିରେ ପ୍ରଶ୍ନ ଉପଜୁଛି ଯେ ଜଣେ ପିଇିଓ ଯଶିପୁରରେ ରହି କିପରି ଏବଂ କାହା ସ୍ୱାର୍ଥରେ ଏପ୍ରକାର କାର୍ଯ୍ୟ କରାଯାଉଛି ତାହା ପରବର୍ତ୍ତି ଅବସ୍ଥାରେ ଜଣା ପଡିବ ।
ତେଣୁ ତୁରନ୍ତ ଏ ଦିଗରେ ପଦକ୍ଷେପ ନିଆଯାଉ ଏବଂ ସରକାରୀ ଅଧିକାରୀ ମାନେ ପ୍ରତ୍ୟେକ ନିଜ ନିଜ ସ୍ଥାନରେ ରହି କାର୍ଯ୍ୟକୁ ତଦାରଖ କରି ସଙ୍ଗେ ସଙ୍ଗେ ସ୍ଥାନୀୟ ପ୍ରତିନିଧିଙ୍କୁ ସାଙ୍ଗରେ ନେଇ ଚାଲିବାକୁ ସାଂସଦ ଶ୍ରୀ ଟୁଡୁ ପରାମର୍ଶ ଦେଇଛନ୍ତି । ନଚେତ୍ ଆଗାମୀ ଦିନରେ କୌଣସି ଅପ୍ରୀତକ ପରିସ୍ଥିତି ପାଇଁ ପ୍ରଶାସନ ଦାୟି ରହିବେ ବୋଲି ଚେତାବନୀ ଦେଇଛନ୍ତି ।