Odisha news

ବୋରିଗୁମ୍ମା : ବିଜେପି ପକ୍ଷରୁ କରୋନା ଯୋଦ୍ଧା ଙ୍କୁ ସମ୍ବର୍ଦ୍ଧନା।

0

ବୋରିଗୁମ୍ମା (K.sakil dora)– କରୋନା ଭାଇରସ ସାରା ବିଶ୍ୱରେ ଆତଙ୍କ ଖେଳାଇ ଦେଇଛି। ଏହି ମହାମାରୀ ରୋଗ କୁ ନେଇ ଆମ ଦେଶ ଚିନ୍ତିତ। ତଥାପି କରୋନା କୁ ଦେଶରୁ ହଟାଇବା ପାଇଁ ଦେଶବାସୀ ଙ୍କ ସଂଗ୍ରାମ ଜାରୀ ରହିଛି।।ଦେଶରେ ସ୍ୱାସ୍ଥ୍ୟ କର୍ମଚାରୀ, ସଫେଇ କର୍ମଚାରୀ, ପୋଲିସ କର୍ମଚାରୀ, ବ୍ଲକ କର୍ମଚାରୀ, ତହସିଲ କର୍ମଚାରୀ ସହ କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧିମାନେ ଅହରାତ୍ର ମହାମାରୀ କରୋନା ଭାଇରସ କୁ ହଟାଇବା ନିମନ୍ତେ ଏକ ଯୋଦ୍ଧା ପାଲଟିଛନ୍ତି। ଆଜି ବୋରିଗୁମ୍ମା ମଣ୍ଡଳ ବିଜେପି ପକ୍ଷରୁ ଏହି ମହାନ କରୋନା ଯୋଦ୍ଧା ମାନଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି। ବୋରିଗୁମ୍ମା ବିଜେପି ମଣ୍ଡଳ ସଭାପତି ରାଜ ସିଂ ଙ୍କ ନେତୃତ୍ବରେ ବିଜେପି କର୍ମକର୍ତ୍ତା ମାନେ ବୋରିଗୁମ୍ମା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ପହଞ୍ଚିଥିଲେ।

ସେଠାରେ ମେଡ଼ିକାଲ ଅଫିସର ଡ଼.ରାଜାରାମ ସ୍ବାଇଁ ଙ୍କ ସମେତ ଅନ୍ୟାନ୍ୟ ଡାକ୍ତର, ଫାର୍ମାସିଷ୍ଟ, ନର୍ସ, ପାରା ମେଡ଼ିକାଲ ଷ୍ଟାଫ ସହ ସମସ୍ତ ସ୍ୱାସ୍ଥ୍ୟ କର୍ମଚାରୀ ମାନଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ବିଜେପି କର୍ମୀ ମାନେ ସ୍ୱାସ୍ଥ୍ୟ କର୍ମଚାରୀ ଙ୍କ ଫୁଲ,ଚନ୍ଦନ ମଥାରେ ଲଗାଇଥିଲେ। ଏଥିସହ ଫୁଲ ତୋଡା ପ୍ରଦାନ କରିଥିଲେ।ଦ୍ଵିତୀୟ କରୋନା ଯୋଦ୍ଧା ହେଲେ ପୋଲିସ କର୍ମଚାରୀ। ବିଜେପି କର୍ମୀ ମାନେ ଥାନାରେ ପହଞ୍ଚି ଥାନା ଆଇଆଇସି ସଂଜୟ କୁମାର ମଣ୍ଡଳ ଓ ଏସ ଡ଼ି ପି ଓ ହରେକୃଷ୍ଣ ମାଝୀ ଙ୍କ ସହ ଅନ୍ୟ ପୋଲିସ କର୍ମଚାରୀ ଙ୍କୁ ସମ୍ବର୍ଦ୍ଧନା ଦେଇଥିଲେ।ସେହିଭଳି ବ୍ଲକ ଓ ତହସିଲ କାର୍ଯ୍ୟାଳୟ ରେ ପହଞ୍ଚି ବ୍ଲକ କର୍ମଚାରୀ ଓ ତହସିଲଦାର ସଞ୍ଜୀବ କୁମାର ସାହୁ ଏବଂ ତାଙ୍କ କର୍ମଚାରୀ ଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା।ଶେଷରେ କରୋନା ଯୋଦ୍ଧା ଭାବେ ଘରେ ଘରେ ପରିଚିତ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ଦୋରା କଲ୍ୟାଣ ମଣ୍ଡପ ଠାରେ ବୋରିଗୁମ୍ମା ବିଜେପି ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଥିଲା।

ବୋରିଗୁମ୍ମ ବ୍ଲକରେ କାର୍ଯ୍ୟରତ ସମସ୍ତ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ମଥାରେ ତିଳକ, ଫୁଲ ଏବଂ ଫୁଲ ତୋଡା ଦେଇ ସମ୍ବର୍ଦ୍ଧନା ଦିଆଗଲା।ଏଥିସହ ପ୍ରତେକ ଗଣମାଧ୍ୟମ ପ୍ରତିନିଧି ଙ୍କୁ ମାନପତ୍ର ଦିଆଯାଇଥିଲା।।ଗଣମାଧ୍ୟମ ପ୍ରତିନିଧି ମାନଙ୍କ ମଧ୍ୟରେ ବୋରିଗୁମ୍ମା ପ୍ରେସ କ୍ଲବ ଉପ ସଭାପତି କେ.ସାକିଲି ଦୋରା, କାର୍ଯ୍ୟକାରୀ ସମ୍ପାଦକ ଏନ.ପିମ୍ପସ କୁମାର, ସହ ସମ୍ପାଦକ ରଞ୍ଜନ କୁମାର ମିଶ୍ର, ଦୟାନିଧି ପଟନାୟକ, ପି.ଅନନ୍ତ ରାଓ, ସୁକାନ୍ତ କୁମାର ମାଝୀ, ଚିଣ୍ଟୁ ପଣ୍ଡା, ପିଣ୍ଟୁ ପ୍ରଧାନ, ବିଘ୍ନ ଷଡଙ୍ଗୀ, ତ୍ରିନାଥ ନାୟକ, ସରୋଜ ପାଣିଗ୍ରାହୀ ଉପସ୍ଥିତ ଥିଲେ। ବୋରିଗୁମ୍ମା ମଣ୍ଡଳ ବିଜେପି ର କର୍ମକର୍ତ୍ତା ନିହାର ରଞ୍ଜନ ଶତପଥୀ, ପିଣ୍ଟୁ ପଟନାୟକ, କେ.ନାଗରାଜ ଦୋରା, ଧନପତି ନାୟକ, ବିଜୟ ସାହୁ, ବସନ୍ତ ମେହେର, ପ୍ରକାଶ ସିଂହ, ମୁକ୍ତା ହରିଜନ ଓ କେ. ମୋନିକା ପ୍ରମୁଖ ଉପସ୍ଥିତ ରହି କରୋନା ଯୋଦ୍ଧା ମାନଙ୍କୁ ସମ୍ବର୍ଦ୍ଧନା ଦେଇଥିଲେ।

Leave A Reply