Odisha news

ମାୟୋପିୟା କଣ ? ଅତ୍ୟଧିକ ମୋବାଇଲ ଓ ଟିଭି ର ବ୍ୟବହାର ପିଲାଙ୍କୁ ଟାଣି ନେଉଛି ସାଙ୍ଘାତିକ ରୋଗ ଆଡକୁ : ରିସର୍ଚ୍ଚ

0

ଆଜିକାଲି ପିଲା ମାନଙ୍କର ଅଧିକ ସମୟ ଟିଭି ଓ ମୋବାଇଲ ରେ ଅତିବାହିତ ହେଉଛି l ଯାହାକି ତାଙ୍କ ଆଖି ଉପରେ ଖୁବ ଅଧିକ ପ୍ରଭାବ ପକାଉଛି l ମାୟୋପିୟା ଗୋଟିଏ ଏଭଳି ରୋଗ ଯାହା ନିକଟତର ଜିନିଷ ଗୁଡିକ ଦେଖିବାରେ ଅସ୍ଵାଭିକ ହୋଇଥାଏ l ଗତ ୨୦ ବର୍ଷ ରୁ ଏହି ସମସ୍ୟା ର ତିନିଗୁଣା ବୃଦ୍ଧି ହୋଇଛି l ଯାହାକି ଛୋଟ ପିଲାଙ୍କ ଦୃଷ୍ଟିଶକ୍ତି କୁ କ୍ଷତିଗ୍ରସ୍ତ କରୁଛି l

ଆସନ୍ତୁ ଜାଣିବା ମାୟୋପିୟା କଣ ?
ମାୟୋପିୟା ଗୋଟିଏ ସାଧାରଣ ଆଖି ସମସ୍ୟା, ଯାହାକୁ ସାଧାରଣ ଭାବରେ ନିକଟତର ଦୃଷ୍ଟି ଶକ୍ତି ର ଦୋଷ ବୋଲି କୁହାଯାଇ ଥାଏ l ଏହି ସ୍ଥିତିରେ ପିଲାମାନେ ଦୂର ଜିନିଷ କୁ ଝାପ୍ସା ଦେଖି ଥାଆନ୍ତି, ଏବଂ ପାଖ ଜିନିଷ ତାଙ୍କୁ ସଫା ଦେଖାଯାଇ ଥାଏ l ଏହା ସେତେବେଳେ ହୋଇଥାଏ ଯେତେବେଳେ ଆଖିର ଆକାରରେ ପରିବର୍ତ୍ତନ ହୋଇଥାଏ ଓ ସୂର୍ଯ୍ୟ ଙ୍କ ପ୍ରକାଶ ରେଟିନା ଉପରେ ପଡ଼ିନଥାଏ l ମାୟୋପିୟା ସେତେବେଳେ ହୋଇଥାଏ ଯେତେବେଳେ ମୋବାଇଲ, ଟିଭି ଭଳି ସ୍କ୍ରିନ ର ଅଧିକ ବ୍ୟବହାର ହୋଇଥାଏ l ଏହା ଆଜିକାଲି ଅଧିକ ଛୋଟ ପିଲାଙ୍କୁ ପ୍ରଭାବିତ କରୁଛି l

କିପରି ରଖିବେ ନିଜକୁ ସୁସ୍ଥ –
* ଛୋଟ ପିଲାଙ୍କୁ ଟିଭି, ମୋବାଇଲ, ଟାବଲେଟ ଭଳି ସ୍କ୍ରିନ ରେ ଅଧିକ ସମୟ ଅତିବାହିତ କରିବା ଠାରୁ ଦୂରେଇ ରଖନ୍ତୁ l ଯଦିବି ବ୍ୟବହାର କରୁଛନ୍ତି ତେବେ ସମୟ ସୀମିତ ରଖନ୍ତୁ l

* ପିଲାଙ୍କୁ ଖେଳିବା ପାଇଁ ବାହାରେ ପ୍ରୋତ୍ସାହିତ କରନ୍ତୁ, କାହିଁକି ନା ପ୍ରାକୃତିକ ଆଲୋକ ପିଲାଙ୍କ ଆଖି କୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ l

* ପିଲା ମାନଙ୍କର ଘରେ ଗୋଟିଏ ସୁନ୍ଦର ବାତାବରଣ ସୃଷ୍ଟି କରନ୍ତୁ l ଯାହାକି ପାଠ ପଢିବା ପାଇଁ ମନ କୁ ସ୍ଥିର ରଖିଥାଏ l ପିଲାଙ୍କ ପାଠ ପଢିବା ସ୍ଥାନ ଏଭଳି ଜାଗାରେ କରନ୍ତୁ, ଯାହାକି ସେମାନଙ୍କୁ ପ୍ରାକୃତିକ ଆଲୋକ ରେ ରଖିବ l

* ପିଲା ମାନଙ୍କୁ ଛୋଟ ବେଳରୁ ପୁଷ୍ଟିକର ଖାଦ୍ୟ ଦିଅନ୍ତୁ, ବିଶେଷ ଭାବରେ ଭିଟାମିନ A , C ଓ E ଏବଂ ଜିଙ୍କ ଥିବା ଆହାର ନିୟମିତ ଖାଇବାକୁ ଦିଅନ୍ତୁ l ଯାହାକି ଆଖି ପାଇଁ ଖୁବ ହିତକର l

* ଡାକ୍ତରଙ୍କୁ ପରାମର୍ଶ କରି ନିୟମିତ ପିଲାଙ୍କୁ କିଛିଟା ଚକ୍ଷୁ ର ବ୍ୟାୟାମ କରିବାକୁ କୁହନ୍ତୁ l ଯେପରିକି ଗୋଟିଏ ସ୍ଥାନରେ ୫ମିନିଟ ଧ୍ୟାନ କେନ୍ଦ୍ରିତ କରିବା, ଆଖି ଡୋଳା କୁ ୫ମିନିଟ ପାଇଁ ବୁଲାଇବା l

Leave A Reply