କଣ ଆପଣ ମଧ୍ୟ ଦୀର୍ଘ ସମୟ ରୁ ସର୍ଦି କାଶରେ ପୀଡିତ ଅଛନ୍ତି ଏବଂ ଏହାକୁ ଜାଣିଶୁଣି ଅଣଦେଖା କରୁଛନ୍ତି ? ତେବେ ସାବଧାନ ହୋଇ ଯାଆନ୍ତୁ l ଏହା ମୂଷା ମାନଙ୍କ ଦ୍ୱାରା ବ୍ୟାପୁଥିବା ଗୋଟିଏ ଗମ୍ଭୀର ରୋଗ ହୋଇପାରେ l ମୂଷା ମାନେ କେବଳ ଅପରିଷ୍କାର କରନ୍ତି ନାହିଁ, ଏହା ଗୋଟିଏ ଏଭଳି ଜୀବ ଯିଏ କି ଅନେକ ପ୍ରକାର ସଂକ୍ରମଣ ମଧ୍ୟ କରି ଥାଆନ୍ତି l ଆଜି ଆସନ୍ତୁ ଜାଣିବା ମୂଷା ମାନଙ୍କ ଯୋଗୁଁ ସର୍ଦି କାଶ ଭଳି ବ୍ୟାପୁଥିବା ରୋଗ ବିଷୟରେ l
ନିକଟରେ ହୋଇଥିବା ଗୋଟିଏ ଗବେଷଣା ଅନୁସାରେ ମଣିଷ ମାନଙ୍କ ନିକଟରେ ଦେଖା ଯାଉଥିବା ସାଧାରଣ ସର୍ଦି କାଶ ରୋଗ ରେ ମୂଷା ମାନଙ୍କ ନିକଟରେ ମିଳୁଥିବା ଭୁତାଣୁ ଦେଖିବାକୁ ମିଳିଥିଲା l ଯାହାକି ଅମେ ଜାଣି ପାରି ନଥାଉ l
ମୂଷା ମାନଙ୍କ ଦ୍ୱାରା ଶୀତ ଋତୁରେ ବ୍ୟାପିଥାଏ ଏହିସବୁ ରୋଗ :-
* ଲେପଟୋ ସ୍ପାଇରୋଶିଶ ଗୋଟିଏ ପ୍ରକାରର ବ୍ୟାକଟେରିଆଲ ଇନଫେକ୍ସନ ଅଟେ l ଯାହାକି ମୂଷା ଙ୍କ ପରିସ୍ରା ସଂସ୍ପର୍ଶ ରେ ଆସିବା ଦ୍ୱାରା ବ୍ୟାପିଥାଏ l ଏପରି ସ୍ଥିତି ରେ ଜ୍ୱର , ମୁଣ୍ଡ ବିନ୍ଧା , ମାଂଶପେସି ରେ ଯନ୍ତ୍ରଣା, ବାନ୍ତି ଇତ୍ୟାଦି ସମସ୍ୟା ଦେଖା ଯାଇଥାଏ l
* ପ୍ଲେଗ୍ ମଧ୍ୟ ଗୋଟିଏ ପ୍ରକାରର ବ୍ୟାକଟେରିଆଲ ଇନଫେକ୍ସନ ଅଟେ l ଯାହାକି ମୂଷା କମୁଡିବା ଦ୍ୱାରା ହୋଇଥାଏ l ପ୍ଲେଗ୍ ରେ ପୀଡିତ ହେବା ଦ୍ୱାରା ସର୍ଦି , କାଶ , ମୁଣ୍ଡ ବିନ୍ଧା ସମସ୍ୟା , ବାନ୍ତି ଇତ୍ୟାଦି ଦେଖା ଦେଇଥାଏ l
* ଟ୍ୟୁବର କ୍ଲୋଶିଶ ମଧ୍ୟ ଗୋଟିଏ ପ୍ରକାରର ଯାହାକି ମୂଷା ମାନଙ୍କ ମଳ ଓ ପରିସ୍ରା ର ଦୁର୍ଗନ୍ଧ ଦ୍ୱାରା ଫୁସଫୁସ ରେ ସଂକ୍ରମଣ ବ୍ୟାପି ଥାଏ l ଏବଂ କାଶ , ସର୍ଦି ଇତ୍ୟାଦି ର ସଂକ୍ରମଣ ବ୍ୟାପି ଥାଏ l
* ହେମୋରଜିକ ଫିବର ମଧ୍ୟ ମୂଷା ଙ୍କ ଯୋଗୁଁ ବ୍ୟାପିଥାଏ l ଏବଂ ଏହା ଗୋଟିଏ ଭାଇରାଲ୍ ଇନଫେକ୍ସନ୍ l ଏହାଦ୍ୱାରା ଗ୍ୟାସ , ଏସିଡିଟି , ବାନ୍ତି ଓ ଜ୍ୱର ହୋଇଥାଏ l
* ହଇଜା ଏମିତି ରେ ଦୂଷିତ ଖାଦ୍ୟ ଓ ଖରାପ ପାଣି ସେବନ ଦ୍ୱାରା ହୋଇଥାଏ ବୋଲି ଆମର ଧାରଣା ରହିଛି l କିନ୍ତୁ ଅନେକ ସମୟରେ ମୂଷା ମାନେ ଖାଦ୍ୟ ରେ ମୁହଁ ମାରିବା ଦ୍ୱାରା ମଧ୍ୟ ହଇଜା ବ୍ୟାପିଥାଏ l