Odisha news

ଏହିଦିନ ପାଳିତ ହେବ ହେବ ମାଘ ଅମାବାସ୍ୟା ବା ମୌନି ଅମାବାସ୍ୟା, ଏହି ଉପାୟ କୁ କରିବା ଦ୍ୱାରା ମିଳିବ ଶନିଦେବ ଙ୍କ କ୍ରୁର ଦୃଷ୍ଟିରୁ ମୁକ୍ତି 

0
ମାଘ ମାସ ମଧ୍ୟ ମାର୍ଗଶିର ମାସ ଭଳି ପବିତ୍ର ମାସ ଅଟେ l ମାଘ ମାସର ଅମାବାସ୍ୟା କୁ ମୌନି ଅମାବାସ୍ୟା ବୋଲି ମଧ୍ୟ କୁହାଯାଇଥାଏ l ଚଳିତଥର ମୌନି ଅମାବାସ୍ୟା ଫେବୃଆରୀ ୯ତାରିଖ ରେ ପାଳିତ ହେବ l ଏହିଦିନ ଅମାବାସ୍ୟା ପଡୁଥିବା କାରଣରୁ ଏହିଦିନ ଟି ରେ ଶନି ଦେବଙ୍କ ର ବିଶେଷ ପୂଜାର୍ଚନା କରାଯାଇ ଥାଏ l ବର୍ତମାନ ମକର, କୁମ୍ଭ ଓ ମୀନ ରାଶିରେ ଶନି ଙ୍କ ସାଢେ ସାତି ଚାଲିଛି l ଏବଂ କର୍କଟ ଓ ବିଛା ରାଶିରେ ମଧ୍ୟ ଶନି ଦେବଙ୍କ ପ୍ରଭାବ ରହିଛି l ଯଦି ଏହି ସମସ୍ତ ରାଶିର ଲୋକେ ମୌନି ଅମାବାସ୍ୟା ଦିନ କରିବେ କିଛିଟା ବିଶେଷ ଉପାୟ ତେବେ ଦୂର ହେବ ସମସ୍ତ ଅସୁବିଧା l
ଉପାୟ :-
– ମୌନି ଅମାବାସ୍ୟା ଦିନ ପିପଳ ବୃକ୍ଷ ମୂଳରେ ସୋରିଷ ତେଲ ର ଦୀପ ଜଳାନ୍ତୁ l ଏହିଦିନ ଶନି ମନ୍ତ୍ର ‘ ଓଂ ଶଂ ଶନିସ୍ୱଚାୟ ନମଃ ‘ ଏହି ମନ୍ତ୍ରକୁ ଜପ କରନ୍ତୁ l ଏହାକୁ ପ୍ରତ୍ୟେକ ରାଶିର ଲୋକେ କରିବା ଜରୁରୀ l
– ଯଦି ଅଧିକ ଶାରୀରିକ କଷ୍ଟ ହେଉଛି ତେବେ ଏହିଦିନ ଛାୟା ଦାନ କରିବା ଜରୁରୀ l ଭୋଜନ ରେ ସୋରିଷ ତେଲ, କଳା ଚଣା ଓ ଗୁଡ଼ ର ପ୍ରୟୋଗ କରନ୍ତୁ l ନିଜ ଆଚରଣ, ବ୍ୟବହାର କୁ ଠିକ କରନ୍ତୁ l
– ମୌନି ଅମାବାସ୍ୟା ଦିନ ସ୍ନାନ ଓ ଦାନ ର ଅନେକ ମହତ୍ୱ ରହିଛି l ଏହିଦିନ କଳା ରାଶି, ଅଟା, ଚିନି ଇତ୍ୟାଦିର ଦାନ କରନ୍ତୁ l ଏହାପରେ ଏହି ମିଶ୍ରଣ କୁ କଳା ପିମ୍ପୁଡି ଙ୍କୁ ଖାଇବାକୁ ଦିଅନ୍ତୁ l
– ଯେଉଁ ବ୍ୟକ୍ତିମାନେ ଦାନ ପୁଣ୍ୟ କରି ଥାଆନ୍ତି ସେମାନଙ୍କ ଉପରେ ଶନି ଦେବ ପ୍ରସନ୍ନ ରହି ଥାଆନ୍ତି l ତେଣୁ ମୌନି ଅମାବାସ୍ୟା ରେ କଳା ରାଶି, କଳା କପଡା, କମ୍ବଳ, ଗୋଟା ବିରି ଆଦି ଖାଦ୍ୟ ସାମଗ୍ରୀ ଦାନ କରିବା ଖୁବ ଶୁଭ l
– ମୌନି ଅମାବାସ୍ୟା ଦିନ ଶମି ବୃକ୍ଷ କୁ ପୂଜା କରନ୍ତୁ l ଏବଂ ଏହା ତଳେ ଦୀପ ଦାନ କରନ୍ତୁ l ଏହାଛଡା ୧୦୮ ଥର ପରିକ୍ରମା କରନ୍ତୁ l ଏହାଦ୍ୱାରା ଶନିଦେବ ଙ୍କ ପ୍ରଭାବ ରୁ ମୁକ୍ତି ମିଳିବ l
Leave A Reply