ଚଲାପଥ ରେ ତୁମ ଫୁଲ ଝରିପଡୁ
ମୁହେଁ ଖେଳୁ ସଦା ହସ
ବାଟ ଭାଙ୍ଗି ଏଵେ ଚାଲି ଯାଉ ପରା
ଅଛି ଯେତେ ରାଗ ରୋଷ ।..
ଅସତ ଅନୀତି ଅମଡ଼ା ବାଟ ରେ
ନଆସୁ କେଵେରେ ଧନ
ସେବା ଭାବନା ରେ ଭରି ଯାଉ ତୁମ
ହୃଦୟ ଅନ୍ତର ମନ ।..
କର୍ମମୟ ହେଉ ପ୍ରତିଟି ମୂହୁର୍ତ୍ତ
ଧନର ହେଉ ବରଷା
କାଳିଆ ଠାକୁର ଚଉବାହା ମେଲି
ହେଉ ତୁମ କୁ ଭରଷା ।..
ଆସୁ ତୁମ ଘରେ ସାଇ ପଡ଼ିଶାରେ
ହସ ଖୁସି ର ଲହଡି
ସେନେହ ଶରଧା ଆଦର ମମତା
ନଯାଉ ତୁମ କୁ ଛାଡି ।..
ଛାଡ଼ି ଚାଲି ଯାଉ କରୋନା ର ଭୟ
ନହେଉ ମନ ଅଥୟ
କାଳିଆ ଠାକୁର ଶୁଭ ସକାଳ ରେ
ସବୁ କାମେ କରୁ ଜୟ ।..
***** ଅକ୍ଷୟ ପଣ୍ଡା
