Odisha news

ପ୍ରଧାନମନ୍ତ୍ରୀ ମୋଦି କହିଲେ :ଭାରତର ରକ୍ଷା ସେକ୍ଟର ହେଲା ମଝବୁତ,୪୦ ଦେଶକୁ ରପ୍ତାନି କରୁଛି ଅସ୍ତ୍ରଶସ୍ତ୍ର

0

ନୂଆଦିଲ୍ଲୀ :ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସୋମବାର ରକ୍ଷାମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ ସେମିନାରକୁ ସମ୍ବୋଧନ କରି କହିଛନ୍ତି ଆତ୍ମନିର୍ଭର ଭାରତ ଦ୍ୱାରା ଦେଶର ଡିଫେନ୍ସ ସେକ୍ଟର ମଜବୁତ ହୋଇଛି ଓ ଭାରତ ଆଜି ୪୦ଟିରୁ ଅଧିକ ଦେଶକୁ ଅସ୍ତ୍ରଶସ୍ତ୍ର ରପ୍ତାନି କରୁଛି l ସେ ଆହୁରି ମଧ୍ୟ କହିଛନ୍ତି ଯେ ” ବଜେଟ ଅଧିବେଶନ ପରେ ଭାରତ ସରକାର ଦେଶର ସମସ୍ତ ଅଞ୍ଚଳର ଲୋକଙ୍କ ସହିତ ଚର୍ଚ୍ଚା କରି ବଜେଟକୁ କିପରି ଭାବରେ ପ୍ରୟୋଗ କରାଯିବ ଓ ବଜେଟ ପାଇଁ ସମସ୍ତେ ଏକାଠି ମିଶି କିପରି ଭାବରେ କାର୍ଯ୍ୟ ପ୍ରସ୍ତୁତି କରାଯାଇ ପାରିବ ସେ ବିଷୟରେ ଚର୍ଚ୍ଚା ଚାଲିଛି l”

ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ” ଯେଉଁଠାରେ ଆମର ବୀର ଯବାନମାନେ ଟ୍ରେନିଂ ନେଇଥାନ୍ତି ,ସେଠାରେ ଆମେ ଏପରି କିଛି ଉପଲବ୍ଧି କରିଥାଉ ସାନ୍ତିକୁ ନେଇ ବହିଥିବା ଝାଳ ,ଯୁଦ୍ଧ ସମୟରେ ରକ୍ତ ବହିବାରୁ ବଞ୍ଚାଇଥାଏ l

ଶାନ୍ତିର ପ୍ରଥମ ସ୍ତର ବୀରତା ,ବୀରତାର ପ୍ରଥମ ସ୍ତର ସାମର୍ଥ୍ୟ l ସାମର୍ଥ୍ୟ ପୂର୍ବରୁ କରାଯାଇଥାଏ ପ୍ରସ୍ତୁତି l ମୋଦି କହିଛନ୍ତି “ଭାରତ ରକ୍ଷା କ୍ଷେତ୍ରରେ ଦୁନିଆର ସବୁଠୁ ବଡ଼ ଉତ୍ପାଦନକାରୀଙ୍କ ମଧ୍ୟରୁ ଗୋଟିଏ l କରୋନା ମହାମାରୀ ସମୟରେ ଭାରତ ଗୋଟିଏ ହେଲେ ଭେଣ୍ଟିଲେଟର ଉତ୍ପାଦନ କରିପାରୁ ନଥିଲା, କିନ୍ତୁ ଆଜି ଭାରତ ନିଜର ଉତ୍ପାଦନ ହୋଇଥିବା ଭେଣ୍ଟିଲେଟର ବ୍ୟବହାର କରୁଛି l ଏହିଭଳି ଭାବରେ ଆମେ ନିଜର ଉତ୍ପାଦନ ପ୍ରସ୍ତୁତ କରିବା ପାଇଁ ଆମ ପାଖରେ ଅନେକ ପ୍ରତିଭା ଅଛି l ”

ସେ ଆହୁରି ମଧ୍ୟ କହିଛନ୍ତି ଭାରତ ପକ୍ଷରୁ ଡିଫେନ୍ସକୁ ନେଇ ୧୦୦ ଟି ମହତ୍ଵପୁର୍ଣ ଡିଫେନ୍ସ ଜିନିଷର ତାଲିକା ପ୍ରସ୍ତୁତ କରାଯାଇଛି l ଯାହାକୁ ଆମେ ସ୍ଥାନୀୟ ଉଦ୍ୟୋଗ ସହିତ ମିଶି ପ୍ରସ୍ତୁତ କରିପାରିବୁ l ଏଥିପାଇଁ ନିର୍ଦ୍ଧିଷ୍ଟ ସମୟ ମଧ୍ୟ ନିର୍ଘଣ୍ଟ କରାଯାଇଛି ,କାରଣ ଆମର ଉଦ୍ୟୋଗ ଗୁଡିକ ସେହି ଆବଶ୍ୟକତାକୁ ପୁରା କରି ପାରିବେ l

Leave A Reply