Odisha news

ଖୁସି ଖବର : ଏହି ସବୁ ରାଜ୍ୟ ମାନଙ୍କୁ ମିଳିଲା ଆରାମ ,ପେଟ୍ରୋଲ ୫ ଟଙ୍କାରୁ ଅଧିକ ଲିଟର ପ୍ରତି କମିଲା ,ଜଣାନ୍ତୁ ଆପଣଙ୍କ ସହରର ମୂଲ୍ୟ କଣ ରହିଛି

0

ନୂଆଦିଲ୍ଲୀ : ଦେଶସାରା ପେଟ୍ରୋଲ ଓ ଡିଜେଲର ଦର ବଢିବାକୁ ନେଇ ସାଧାରଣ ଜନତାଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି l ଅଧିକାଂଶ ରାଜ୍ୟରେ ପେଟ୍ରୋଲ ଦର ଲିଟର ପ୍ରତି ୧୦୦ ଟଙ୍କା ଦରରେ ବିକ୍ରି ହେଉଛି l ତେଲ ଦର ବଢୁଥିବାକୁ ନେଇ ବିପକ୍ଷ ଲଗାତାର କେନ୍ଦ୍ର ବିରୁଦ୍ଧରେ ମତ ଦେଉଛି l ତେଲ ଦର ଏପରି ସ୍ତରରେ ପହଂଚିବା ପରେ କେନ୍ଦ୍ର ସରକାର ଆକ୍ସାଇଜ ଦିୟଟି କମାଇବାକୁ ନେଇ ଚାପରେ ରହିଛନ୍ତି l ଦେଶରେ ୪ଟି ରାଜ୍ୟରେ ଟ୍ୟାକ୍ସ କମାଇ ଗ୍ରାହକଙ୍କୁ ସାମାନ୍ୟ ଆରମ୍ଭ ଦିଆଯାଇଛି l ଆଗକୁ ମଧ୍ୟ କିଛି ରାଜ୍ୟରେ ମତ ଦାନ ମଧ୍ୟ ରହିଛି l ଏହି କାରଣରୁ ମତ ଦାନ ପୂର୍ବରୁ ରାଜ୍ୟର ଜନତାଙ୍କୁ ଅସନ୍ତୁଷ୍ଟ କରିବାକୁ ଚାହୁଁନାହାନ୍ତି ସରକାର l

ଏହି ରାଜ୍ୟରେ କମ କରାଗଲା ପେଟ୍ରୋଲ ଓ ଡିଜେଲ ଦର –
ପଶ୍ଚିମବଙ୍ଗ ,ରାଜସ୍ଥାନ ,ଆସାମ ଓ ମେଘାଳୟରେ ପେଟ୍ରୋଲ ଏବଂ ଡିଜେଲର ଦର କମ କରାଯାଇଛି l ସବୁଠୁ ପ୍ରଥମେ ଜାନୁଆରୀ ୨୯ ତାରିଖରେ ରାଜସ୍ଥାନରେ ତେଲ ଡର ଉପରେ ୩୮ ପ୍ରତିଶତ ଭାଟକୁ କମ କରାଯାଇ ୩୬ ପ୍ରତିଶତ କରାଯାଇଥିଲା l ପଶ୍ଚିମ ବଙ୍ଗରେ ତେଲ ଦର ଲିଟର ପ୍ରତି ଭାଟରେ ଏକ ଟଙ୍କା କମ ହେବାର ଘୋଷଣା କରାଯାଇଛି l ଫେବୃଆରୀ ୧୨ ତାରିଖରେ ଆସାମ ରେ ୫ ଟଙ୍କା ଅଡିସନାଲ ଟ୍ୟାଙ୍କସକୁ ହଟାଇ ନିଆଗଲା l ମେଘାଳୟରେ ପେଟ୍ରୋଲ ଲିଟର ପ୍ରତି ୭ ଟଙ୍କା ୪୦ ପଇସା କମ କରାଯାଇଛି ଓ ଡିଜେଲ ୭ ଟଙ୍କା ୧୦ ପଇସା କମ କରାଯାଇଛି l

ବଢୁଥିବା ମୂଲ୍ୟ ଉପରେ କଣ କହିଛନ୍ତି କେନ୍ଦ୍ର ସରକାର-
କେନ୍ଦ୍ର ସରକାର ଆକ୍ସାଇଜ ଡିୟୁଟିରେ କୌଣସି ପ୍ରକାରର କମ କରିବା ପାଇଁ ମନା କରି ଦେଇଛନ୍ତି l କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଇନ୍ଧନର ମୂଲ୍ୟ ବୃଦ୍ଧି କାରଣରୁ ଅନ୍ତରାଷ୍ଟ୍ରୀୟ ବଜାରରେ କଞ୍ଚା ତେଲର ଉତ୍ପାଦନରେ କମ ରହିଥିବାର କାରଣ ଦର୍ଶାଇଛନ୍ତି l ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ତୈଳ ଦର ବୃଦ୍ଧି ପାଇବାର ଦୁଇଟି ମୁଖ୍ୟ କାରଣ ରହିଛି l ଗୋଟିଏ ହେଲା ଅନ୍ତରାଷ୍ଟ୍ରୀୟ ବଜାରରେ କଞ୍ଚା ତେଲ କମ ଉତ୍ପାଦନ କରାଯାଇଛି l ଉତ୍ପାଦକ ଦେଶ ଗୁଡିକ ନିଜର ଲାଭ ବଢାଇବାକୁ ଯାଇ ତେଲ ଉତ୍ପାଦନ କମ କରୁଛନ୍ତି l ସେଥିପାଇଁ କଞ୍ଚା ତୈଳ କିଣୁଥିବା ଦେଶ ମାନଙ୍କୁ ଏହା ଖୁବ ପ୍ରଭାବ ପକାଉଛି l ଏହା ପୂର୍ବରୁ ବିତ ମନ୍ତ୍ରୀ କହିଥିଲେ ଯେ ତେଲର ବଢୁଥିବା ଦର ସରକାରଙ୍କର ସମୁଖରେ ଧର୍ମ ସଙ୍କଟ ସୃଷ୍ଟି କରିଛି l ତେଣୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ମିଳିତ ଭବରେ କିଛି ବ୍ୟବସ୍ତା କରିବାକୁ ପଡିବ l

ଜଣାନ୍ତୁ ଆପଣଙ୍କ ସହରରେ କଣ ରହିଛି ଦର –
ପେଟ୍ରୋଲ ଡିଜେଲର ଦର ଷୋମବାର ଦିନ ସ୍ଥିର ରହିଛି l ତେଲ କମ୍ପାନୀ ଗୁଡିକ ତାଙ୍କ ମୂଲ୍ୟରେ କୌଣସି ପରିବର୍ତନ କରି ନାହାନ୍ତି l ଆସନ୍ତୁ ଜାଣିବା ଦେଶର ପ୍ରମୁଖ ସହରରେ କଣ ରହିଛି ଦର l
ଦିଲ୍ଲୀ -ପେଟ୍ରୋଲ ୯୦.୫୮ ଟଙ୍କା ଓ ଡିଜେଲ ୮୦.୯୭ ଟଙ୍କା ପ୍ରତି ଲିଟର l
ମୁମ୍ବାଇ – ପେଟ୍ରୋଲ ୯୭ ଟଙ୍କା ଓ ଡିଜେଲ ୮୮.୦୬ ଟଙ୍କା ପ୍ରତି ଲିଟର l
କୋଲକାତା-ପେଟ୍ରୋଲ ୯୧.୭୮ ଟଙ୍କା ଓ ଡିଜେଲ ୮୪.୫୬ ଟଙ୍କା ପ୍ରତି ଲିଟର l
ଚେନାଇ-ପେଟ୍ରୋଲ ୯୨.୫୯ ଟଙ୍କା ଓ ଡିଜେଲ ୮୫.୯୮ ଟଙ୍କା ପ୍ରତି ଲିଟର l
ନୋଏଡା-ପେଟ୍ରୋଲ୮୮.୯୨ ଟଙ୍କା ଓ ଡିଜେଲ ୮୧.୪୧ ଟଙ୍କା ପ୍ରତି ଲିଟର l
ବାଙ୍ଗାଲୋର- ପେଟ୍ରୋଲ ୯୩.୬୧ଟଙ୍କା ଓ ଡିଜେଲ ୮୫ .୮୪ ଟଙ୍କା ପ୍ରତି ଲିଟର l
ଭୋପାଲ-ପେଟ୍ରୋଲ ୯୮ .୬୦ ଟଙ୍କା ଓ ଡିଜେଲ ୮୯.୨୩ ଟଙ୍କା ପ୍ରତି ଲିଟର l
ଚଣ୍ଡୀଗଡ଼- ପେଟ୍ରୋଲ ୮୭.୧୬ ଟଙ୍କା ଓ ଡିଜେଲ ୮୦.୬୭ ଟଙ୍କା ପ୍ରତି ଲିଟର l
ପାଟନା-ପେଟ୍ରୋଲ ୯୨.୯୧ ଟଙ୍କା ଓ ଡିଜେଲ ୮୬ .୨୨ ଟଙ୍କା ପ୍ରତି ଲିଟର l
ଲଖନଉ -ପେଟ୍ରୋଲ ୮୮.୮୬ ଟଙ୍କା ଓ ଡିଜେଲ ୮୧ .୩୫ ଟଙ୍କା ପ୍ରତି ଲିଟର l

Leave A Reply