Odisha news

ରୁଷ ରାଷ୍ଟ୍ରପତି ଙ୍କ ସ୍ୱାଗତ ବଢ଼ାଇଲା ଟ୍ରମ୍ପ ଙ୍କ ଚିନ୍ତା

0

ଭାରତରେ ପୁତିନ ସ୍ୱାଗତ ଦେଖି ଜଳିଲେ ଶତ୍ରୁ ରାଷ୍ଟ୍ର , ରୁଷି ଗଣମାଧ୍ୟମ ର ୟୁରୋପ କୁ ସମାଲୋଚନା ,ପୁତିନ ଙ୍କ ଭବ୍ୟ ସ୍ୱାଗତ ହଜେଇଲା ଇଉରୋପୀୟ ରାଷ୍ଟ୍ରଙ୍କ ନିଦପୁତିନଙ୍କ ସମ୍ମାନ ଇଉରୋପୀୟ ଦେଶ ଙ୍କ ପାଇଁ ହେଲା ଅପମାନ ,ରୁଷ ମିଡ଼ିଆ ମଧ୍ୟ ଛାଡିଲା ନାହିଁ ଆମେରିକା ରାଷ୍ଟ୍ରପତିଙ୍କୁ ,ମୋଦି-ପୁତିନ ମିଳନ ହେଲା ଇଉରୋପୀୟ ଦେଶ ଙ୍କ ପାଇଁ ଝଟକା l

ରୁଷ ରାଷ୍ଟ୍ରପତି ଗୁରୁବାର ଦିନ ୨ ଦିନିଆ ଗସ୍ତରେ ଭାରତ ଆସିଥିଲେ, ସେ ନିଜର ଯାତ୍ରା ସାରି ଫେରି ଯାଇଛନ୍ତି ରୁଷ, ପୁତିନ ଙ୍କର ଭାରତରେ ହୋଇଥିଲା ଭବ୍ୟ ସ୍ୱାଗତ, ପ୍ରଧାନମଵନ୍ତ୍ରୀ ମୋଦି ନିଜେ ପ୍ରୋଟକଲ ଭାଙ୍ଗି କରିଥିଲେ ରୁଷ ରାଷ୍ଟ୍ରପତି ଙ୍କୁ ଭବ୍ୟ ସ୍ୱାଗତ , ଯାହାକୁ ଦେଖି ବିଦେଶୀ ଗଣମାଧ୍ୟମ ହୋଇ ଯାଇଥିଲେ ତାଯୁବ, ରୁଷ ଗଣମାଧ୍ୟମ ମୋଦିଙ୍କ ଦ୍ୱାରା ପୁତିନ ଙ୍କୁ କରାଯାଇଥିବା ସ୍ୱାଗତ କୁ ନେଇ ଇଉରୋପୀୟ ଦେଶର ମିଡ଼ିଆ କୁ କରିଛି ଆକ୍ଷେପ l

BBC ର ଗୋଟିଏ ଖବର ଅନୁସାରେ ଶୁକ୍ରବାର ଦିନ ପ୍ରସାରିତ ରୁଷି ପଲିଟିକାଲ ଶୋ ରେ ଆଙ୍କର କହିଥିଲେ ଯେ ଭାରତ ରେ ପୁତିନ ଙ୍କ ଭବ୍ୟ ସ୍ୱାଗତ ଦେଖି ଆମେରିକା ଓ ୱିୟୁରୋପିୟ ସଙ୍ଘ ହୋଇଛନ୍ତି ଆଶ୍ଚର୍ଯ୍ୟ l

ରୁଷ ର ୧ ନମ୍ବର ଚ୍ୟାନେଲ ରେ ପଲିଟିକାଲ ଶୋ ସମୟରେ ଆଙ୍କର ଆରମ୍ଭରେ କହିଥିଲେ ଯେ ରୁଷ ବିରୋଧୀ ଆଜି ଖୁବ ଚିନ୍ତିତ ଥିବେ, ସେମାନେ ରୁଷ କୁ ଅଲଗା କରିବାକୁ ଚାହୁଁଥିଲେ ଭାରତ ନିକଟରୁ, କିନ୍ତୁ ଭାରତରେ ରୁଷ କୁ ଯେଉଁ ସମ୍ମାନ ମିଳିଲା ତାହା ଇଉରୋପୀୟ ଦେଶ ଙ୍କ ପାଇଁ ଅପମାନ ସଦୃଶ , ଟ୍ରମ୍ପ ଙ୍କୁ ମଧ୍ୟ ଭାରତ ଦେଖାଇ ଦେଲା ଯେ ପଶ୍ଚିମ ଦେଶ ଙ୍କ ଧମକ ଭାରତ ଉପରେ କୌଣସି ଅସର ପକାଇଲା ନାହିଁ , ଟ୍ରମ୍ପ ଙ୍କ ବିରୋଧ ସତ୍ୱେ ଭାରତ କିଣିବ ରୁଷ ନିକଟରୁ ତେଲ , ଯାହାକି ଆମେରିକା ସହିତ ପଶ୍ଚିମ ଦେଶ ଙ୍କ ପାଇଁ ହୋଇଛି କାଳ l

ଇୟୁରୋପିୟ ମିଡ଼ିଆ ଲେଖିଲେ ଯେ ଭାରତର ପ୍ରଧାନମନ୍ତ୍ରୀ ଇଉରୋପୀୟ ଦେଶ ଙ୍କ ଧମକ କୁ ଏଡାଇ ରେଡ -କାର୍ପେଟ ରେ ରୁଷ ରାଷ୍ଟ୍ରପତିଙ୍କୁ କଲେ ଭବ୍ୟ ସ୍ୱାଗତ, ଯାହାକି ଗ୍ଲୋବାଲ ସାଉଥ ପାଇଁ ଗୋଟିଏ ପ୍ରେରଣା ହୋଇ ରହିଗଲା l ବ୍ରିଟିଶ ମିଡ଼ିଆ ଅନୁସାରେ ପୁତିନ ଙ୍କ ସ୍ଵାଗତ କୁ ଇଉରୋପୀୟ ଦେଶ ପାଇଁ ଗୋଟିଏ ବଡ଼ ଝଟକା l  ଆମେରିକା ୫୦ ପ୍ରତିଶତ ଟାରିଫ ଲଗାଇବା ପରେ ମଧ୍ୟ ମୋଦି ଖାତିର କରିନଥିଲେ ତାର ଧମକ କୁ ଏବଂ ଆମେରିକା କୁ ଚେତାଇ ଦେଲେ ଭାରତ ନିଜର ନିଷ୍ପତି ନିଜେ ନେଇଥାଏ l

Leave A Reply