Odisha news

ମୋଦୀ ସରକାରଙ୍କ ୩ୟ ଇନିଂସ ଆରମ୍ଭ

0

ନୂଆଦିଲ୍ଲୀ : କେନ୍ଦ୍ରରେ ମୋଦୀ ସରକାରଙ୍କ ୩ୟ ଇନିଂସ ଆରମ୍ଭ ହୋଇଛି । ରବିବାର ସଂଧ୍ୟା ୭ଟା ୧୫ମିନିଟରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନରେନ୍ଦ୍ର ମୋଦୀଙ୍କୁ ପ୍ରଧାନମନ୍ତ୍ରୀ ଭାରେ ଶପଥ ପାଠ କରାଇଛନ୍ତି । ଏହା ସହିତ ଲଗାତାର ୩ୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବାରେ ସେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ୍ ଜବାହାରଲାଲ ନେହେରୁଙ୍କୁ ରେକର୍ଡ ସହ ସମକକ୍ଷ ହୋଇଛନ୍ତି ।

କ୍ୟାବିନେଟ ମନ୍ତ୍ରୀ :

ପ୍ରଧାନମନ୍ତ୍ରୀଙ୍କ ସମେତ କ୍ୟାବିନେଟ ମନ୍ତ୍ରୀଭାବେ ରାଜନାଥ ସିଂ, ଅମିତ ଶାହା, ନୀତିନ ଗଡ଼କରୀ, ଏସ.ଜୟଶଙ୍କର, ଜେପି, ନଡ୍ଡା, ଶିବରାଜ ସିଂ ଚୌହାନ, ନିର୍ମଳା ସୀତାରମଣ, ମନୋହରଲାଲ ଖଟ୍ଟର, ଏଚଡି କୁମାରସ୍ବାମୀ, ପିୟୁଷ ଗୋଏଲ, ଧର୍ମେନ୍ଦ୍ର ପ୍ରଧାନ, ଜିତନରାମ ମାଂଝି, ରାଜୀବ ରଂଜନ ସିଂ, ସର୍ବାନନ୍ଦ ସୋନଓ୍ବାଲ, ଧୀରେନ୍ଦ୍ର କୁମାର, କେ.ରାମମୋହନ ନାଇଡୁ, ପ୍ରହଲ୍ଲାଦ ଯୋଶୀ, ଜୁଏଲ ଓରାମ, ଗିରିରାଜ ସିଂ, ଅଶ୍ବିନୀ ବୈଷ୍ଣବ, ଜ୍ୟୋତିରାଦିତ୍ୟ ସିନ୍ଧିଆ, ଭୂପେନ୍ଦ୍ର ଯାଦବ, ଗଜେନ୍ଦ୍ର ସିଂ ଶେଖାଓ୍ବତ, ଅନ୍ନପୂର୍ଣ୍ଣା ଦେବୀ, କିରଣ ରିଜିଜୁ, ହରଦୀପ ସିଂ ପୁରୀ, ମନସୁଖ ଲାଲ ମାଣ୍ଡଭିଅ, ଜି..କିଷନ ରେଡ୍ଡି, ଚିରାଗ ପାସଓ୍ବାନ, ସିଆର ପାଟିଲ ମଧ୍ୟ ପଦ ଓ ଗୋପନୀୟତାର ଶପଥ ନେଇଥିଲେ ।

ରାଜ୍ୟମନ୍ତ୍ରୀ (ସ୍ବାଧୀନ ଦାୟିତ୍ବ) 

ଡ.ଜିତେନ୍ଦ୍ର କୁମାର, ଅର୍ଜୁନରାମ ମେଘଓ୍ବାଲ, ପ୍ରତାପ ରାଓ ଯାଦବ,ଜୟନ୍ତ ଚୌଧୁରୀ, ଜିତେନ୍ଦ୍ର ପ୍ରସାଦ, ଶ୍ରୀପଦ ନାୟକ, ପଂକଜ ଚୌଧୁରୀ, କୃଷ୍ଣପାଲ୍, ରାମଦାସ ଅଠାଓ୍ବଲେ, ରାମନାଥ ଠାକୁର, ନିତ୍ୟାନନ୍ଦ ରାୟ, ଅନୁପ୍ରିୟା ପଟେଲ,ବି.ସୋମନ୍ନା, ଡ.ପେମାସାନି ଚନ୍ଦ୍ରଶେଖର, ପ୍ରଫେସର ଏସପି ସିଂ ବଘେଲ, ଶୋଭା କରନ ଲାଜେ,କିର୍ତ୍ତି ବର୍ଦ୍ଧନ ସିଂ, ବିଏଲ ବର୍ମା, ଶାନ୍ତନୁ ଠାକୁର, ସୁରେଶ ଗୋପୀ, ଡ. ଏଲ. ମୁରୁଗନ, ଅଜୟ ଟମଟା, ବଣ୍ଡି ସଂଜୟ କୁମାର, କମଳେଶ ପାସଓ୍ବାନ,ଭାଗିରଥ ଚୌଧୁରୀ,ସତୀଶ ଦୁବେ, ସଂଜୟ ସେଠ୍, ରବନିତ ସିଂ ବିଟ୍ଟୁ, ଦୁର୍ଗାଦାସ ଓ୍ବିକେ, ରକ୍ଷା ଖଡସେ, ରଖାନିଖିଲ ଖଡସେ, ସୁକାନ୍ତ ମଜୁମଦାର, ସାବିତ୍ରୀ ଠାକୁର, ତୋଖନ ସାହୁ, ଡ.ରାଜଭୂଷଣ ଚୌଧୁରୀ, ଭୂପତି ରାଜୁ ଶ୍ରୀନିବାସ ବର୍ମା, ହର୍ଷ ମାଲହୋତ୍ରା,ନିରୁବେନ ବାମଭାନିଆ, ମୁରଲୀଧର ମୋହୋଲ, ଜର୍ଜ କୁରିଆନ୍ ଓ ପବିତ୍ର ମାର୍ଗରିଟା ।

Ad2
Leave A Reply