ଶାଓମିର ୫ ମିନିଟ୍ରେ ୨୦୦ କୋଟି ବିକ୍ରି
ଶାଓମିର ସବୁଠାରୁ ବଡ ବ୍ରାଣ୍ଡ୍ ପୋକୋର ଚାହିଦା ବଢିବାକୁ ଲାଗିଛି । ଅଗଷ୍ଟ ୨୯ ତାରିଖରେ ଏଫ୍-୧ ଲଞ୍ଚ କରିବା ସହ ସେହିଦିନ ୫ ମିନିଟ୍ ଭିତରେ ୨୦୦ କୋଟି ଟଙ୍କାର ବିକ୍ରି ହୋଇଥିବା ଜଣାପଡିଛି । ଏହି ଫୋନ୍ ୩ ପ୍ରକାର ମଡେଲରେ ବଜାରକୁ ଆସିଥିଲା । ମେମୋରୀ କ୍ୟାପାସିଟିକୁ ଭିତ୍ତି କରି ୩ ପ୍ରକାର ମଡେଲ ବିଶିଷ୍ଟ ଫୋନ୍ କମ୍ପାନୀ ତରଫରୁ ଲଞ୍ଚ ହୋଇଛି । ଯଥାକ୍ରମେ ୬ ଜିବି/୬୪ ଜିବିର ଦାମ୍ ରହିଛି ୨୦୯୯୯ ଟଙ୍କା, ୬ ଜିବି/୧୨୮ ଜିବି ଫୋନ୍ର ଦାମ୍ ରହିଛି ୨୩୯୯୯ ଟଙ୍କା, ୮ଜିବି/୨୫୬ ଜିବି ଫୋନ୍ର ଦାମ୍ ରିହିଛି ୨୮୯୯୯ ଟଙ୍କା । ପ୍ରଥମ ଦିନ ସେଲ୍ରେ ଏଚ୍ଡିଏଫ୍ସି ବ୍ୟାଙ୍କ ତରଫରୁ ୧୦୦୦ ଟଙ୍କାର ରିହାତି ମିଳିଛି । ତା’ସହ ଜିଓ ତରଫରୁ ୬ ଟିବି ଡାଟା ଓ ୮୦୦୦ ଟଙ୍କାର ଉପହାର ରାଶି ରହିଥିଲା । ଏହି ଫୋନରେ ଡୁଆଲ୍ ସିମ୍, ଏଣ୍ଡରଏଡ୍ ଓରିଓ ୮.୧, ସ୍ନେପ୍ଡ୍ରାଗନ୍ ୮୪୫ ପ୍ରୋସେସର୍, ଗ୍ରାଫିକ୍ସ ଏଣ୍ଡ୍ରନ୍ ୬୩୦ ଜିପିୟୁ, ୪ଜି ଭୋଲଫ, ୱାଇଫାଇ, ବ୍ଲìଟୁଥ୍ ୫.୦, ଜିପିଏସ୍, ୩.୫ ଏମ୍ଏମ୍ ହେଡ୍ଫୋନ୍, ୟୁଏସ୍ବି ଟାଇପ୍ ସି ବିଶେଷ ଆକର୍ଷଣ ହୋଇପାରିଛି । କମ୍ପାନୀ ତରଫରୁ କେତେ ୟୁନିଟ୍ ବିକ୍ରି ହୋଇଛି ତାହାର ତଥ୍ୟ ମିଳିପାରିନାହିଁ । କିନ୍ତୁ ଫ୍ଲିପ୍କାର୍ଟ ଏବଂ ଏମ୍ଆଇ େୱବସାଇଟ୍ରେ ଅଗଷ୍ଟ ୨୯ ତାରିଖରେ ହିଁ ଉପଲବ୍ଧ ଥିଲା । ପରେ ଆଉ ଫୋନ୍ ନଥିବାର ସୂଚନା ମିଳିଥିଲା ।