Odisha news

ନୟାଗଡ଼; କୋଭିଡ-୧୯, ନିୟନ୍ତ୍ରଣ ବ୍ୟବସ୍ଥା ବୁଲି ଦେଖିଲେ ନୟାଗଡ଼ ବିଧାୟକ ତଥା ମନ୍ତ୍ରୀ ଅରୁଣ କୁମାର ସାହୁ

0

ନୟାଗଡ଼: କୋଭିଡ-୧୯ ମୁକାବିଲା ପାଇଁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପ୍ରସ୍ତୁତି ସଂପର୍କରେ ନୟାଗଡ଼ ବିଧାୟକ ତଥା ମନ୍ତ୍ରୀ ଅରୁଣ କୁମାର ସାହୁ ଅବଗତ ହୋଇଛନ୍ତି । ସୋମବାର ଦିନ ନୟାଗଡ଼ ଜିଲ୍ଲା ହସ୍ପିଟାଲ ପରିଦର୍ଶନରେ ଯାଇ କୋଭିଡ-୧୯, ନିୟନ୍ତ୍ରଣ କକ୍ଷ ବ୍ୟବସ୍ଥା ଦେଖିଥିଲେ । ମନ୍ତ୍ରୀଙ୍କ ପରିଦର୍ଶନ ସମୟରେ ଅତିରିକ୍ତ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ବି. ବି ସାହୁ ଓ ଶିଶୁବିଶେଜ୍ଞ ଡାକ୍ତର ଆଶିଷ ଦିକ୍ଷୀତ କୋଭିଡ-୧୯, ମୁକାବିଲା ନେଇ ଗ୍ରହଣ ବ୍ୟବସ୍ଥା ସଂପର୍କରେ ଅବଗତ କରାଇଥିଲେ । ମନ୍ତ୍ରୀ ସାହୁ ଜିଲ୍ଲାପ୍ରଶାସନିକ ଅଧିକାରୀଙ୍କ ସହ ବୈଠକ କରି କରୋନା ମୁକାବିଲା ବ୍ୟବସ୍ଥା ପଚାରି ବୁଝିଥିଲେ । ଜିଲ୍ଲାପାଳ ପୋମା ଟୁଡ଼ୁ, ଏସ୍ ପି ପ୍ରତୁ୍ୟଷ ଦିୱାକର ଏବଂ ଅତିରିକ୍ତ ଜିଲ୍ଲାପାଳ ବିଧାନ ଚନ୍ଦ୍ର ରାୟ ଆଦି ପ୍ରଶାସନିକ ଅଧିକାରୀ ମନ୍ତ୍ରୀଙ୍କୁ ଜିଲ୍ଲାର ତାଜା ସ୍ଥିତି ସଂପର୍କରେ ସୂଚନା ପ୍ରଦାନ କରିଥିଲେ । ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା କୌଣସି ବ୍ୟକ୍ତିଙ୍କ ରକ୍ତରେ କରୋନା ପଜେଟିଭ ଚିହ୍ନିତ ହୋଇ ନ ଥିବା ମନ୍ତ୍ରୀ ପ୍ରକାଶ କରିଥିଲେ ।
ନିଶିକାନ୍ତ ରଥ

Leave A Reply