Odisha news

ବରଗଡ-ନୂଆପଡା ଭାୟା ପଦ୍ମପୁର ରେଳ ଲାଇନ ସହିତ ଅନ୍ୟାନ ବିଷୟରେ କେନ୍ଦ୍ର ମନ୍ତ୍ରୀମାନେ ଦେଇଥିବା ପ୍ରତିଶୃତି ବିଷୟରେ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ଖବର ସମ୍ବନ୍ଧରେ ରେଳ ମନ୍ତ୍ରୀଙ୍କ ସ୍ପଷ୍ଟୀକରଣ

0
ବରଗଡ-ନୂଆପଡା ଭାୟା ପଦ୍ମପୁର ରେଳ ଲାଇନ ସହିତ ଅନ୍ୟାନ ବିଷୟରେ କେନ୍ଦ୍ର ମନ୍ତ୍ରୀମାନେ ଦେଇଥିବା ପ୍ରତିଶୃତି ବିଷୟରେ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ଖବର ସମ୍ବନ୍ଧରେ ରେଳ ମନ୍ତ୍ରୀଙ୍କ ସ୍ପଷ୍ଟୀକରଣ

ପଦ୍ମପୁର ଦେଇ ବରଗଡ ଏବଂ ନୂଆପଡା ମଧ୍ୟରେ ନୂତନ ରେଳ ଲାଇନର ମଞ୍ଜୁର ସମ୍ବନ୍ଧରେ କିଛି ଦିନ ତଳେ ଓଡ଼ିଶାର ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ ଚିଠି ଲେଖିଥିଲେ l ତଥ୍ୟ ଉପରେ ଆଧାରିତ ସ୍ଥିତିକୁ ଶ୍ରୀମତୀ ଟୁକୁନି ସାହୁଙ୍କୁ ଚିଠି ଦ୍ୱାରା 21.11.2022 ତାରିଖରେ ଅବଗତ କରାଇଥିବାର ଜଣାଇଛନ୍ତି l

ବରଗଡ – ପଦ୍ମପୁର – ନୁଆପଡାକୁ ସଂଯୋଗ କରିବା ପାଇଁ ଓଡ଼ିଶା ରେଳ ଭିତ୍ତିଭୂମି ବିକାଶ ଲିମିଟେଡ୍ (ORIDL) କୁ ଏହି ପ୍ରକଳ୍ପର ଦାୟିତ୍ବ ଦିଆଯାଇଛି। ଏଠାରେ ଦର୍ଶାଯାଇପାରେ ଯେ, ORIDL ଓଡିଶା ସରକାରଙ୍କ ଦ୍ବାରା ନିୟନ୍ତ୍ରିତ ।

ଭାରତ ସରକାର 31.12.2021 ତାରିଖ ଦିନ ORIDL କୁ ରେଳ ମନ୍ତ୍ରଣାଳୟର ଚିଠି (ନଂ 2019 / ଜେଭି ସେଲ୍ / ଓଡିଶା / ବରଗଡ ରୋଡ଼-ନୂଆପଡା ରୋଡ) ଦ୍ବାରା ଇନ୍-ପ୍ରିନସିପଲ ଅନୁମୋଦନ (ଆଇପିଏ) ଦେଇଛନ୍ତି l ଆଜି ସୁଦ୍ଧା ଏହି ପ୍ରକଳ୍ପର ଡିପିଆର (DPR) ମଞ୍ଜୁରୀ ଓଡିଶା ସରକାରଙ୍କ ପାଖରେ ବିଚାରାଧୀନ ଥିବାର ସେ କହିଛନ୍ତି l

ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱରେ ଭାରତ ସରକାର ଓଡ଼ିଶାରେ ରେଳ ବିକାଶ ପାଇଁ ଚଳିତ ବର୍ଷ 10,012 କୋଟି ଟଙ୍କା ଆବଣ୍ଟନ କରିଛନ୍ତି l  57 ଟି ରେଳ ଷ୍ଟେସନ ମଧ୍ୟ ଓଡ଼ିଶାରେ ପୁନନିର୍ମାଣ କରାଯାଉଛି। ଏଭଳି ସ୍ଥିତିରେ ଓଡ଼ିଶାରେ ବହୁଗୁଡିଏ ପ୍ରକଳ୍ପର କାର୍ଯ୍ୟ ସମ୍ପାଦନ ଓ ଅଗ୍ରଗତି କରାଯାଇପାରିବ l ପ୍ରକଳ୍ପ ଗୁଡିକର କାର୍ଯ୍ୟକାରିତା ସମୟରେ  ଜମି ଅଧିଗ୍ରହଣ, ଜଙ୍ଗଲ ଅନୁମୋଦନ, ଆଇନ ଶୃଙ୍ଖଳା ବିଷୟ ଗୁଡିକରେ ସହଯୋଗ କରିବାକୁ ରେଳ ମନ୍ତ୍ରୀ ଓଡ଼ିଶା ସରକାରଙ୍କୁ ନିବେଦନ କରିଛନ୍ତି I

ଏହିଭଳି ଏକ ଅମୃତକାଳ ସମୟରେ ଓଡିଶା ରାଜ୍ୟର ସାମଗ୍ରିକ ବିକାଶ ଓ ଉନ୍ନତି ପାଇଁ ଭାରତ ସରକାରଙ୍କ ପଦକ୍ଷେପକୁ ସମର୍ଥନ କରିବାକୁ ମଧ୍ୟ ସେ ଅନୁରୋଧ କରିଛନ୍ତି I

Nalco
Leave A Reply