Odisha news

ପ୍ରଥମ ପର୍ଯ୍ୟାୟ ରେ ମେଟ୍ରୋ ଟ୍ରେନ ପାଇଁ ଭୁବନେଶ୍ୱର ପୁରୀ ଜାତୀୟ ରାଜପଥ ରେ ସ୍ଥାନ ଚି଼ହ୍ନଟ ପ୍ରକିୟା ଆରମ୍ଭ 

0
ସାକ୍ଷୀଗୋପାଳ : ଖୁବ ଶୀଘ୍ର ଆରମ୍ଭ ହେବ ଭୁବନେଶ୍ୱର ପୁରୀ ମଧ୍ୟରେ  ମେଟ୍ରୋ ସେବା ଆରମ୍ଭ କରାଯିବ ବୋଲି ଜଣାପଡିଛି   l  ପୁରୀ ଭୁବନେଶ୍ୱର 316 ନମ୍ବର ଜାତୀୟ ରାଜ ପଥ ରେ ମେଟ୍ରୋ ପାଇଁ ସ୍ଥାନ ନିରୀକ୍ଷଣ  କାର୍ଯ୍ୟ ଆରମ୍ଭ ହୋଇଅଛି l   ପୁରୀ ଭୁବନେଶ୍ୱର ଜାତୀୟ ରାଜପଥର ଉଭୟ ପାର୍ଶ୍ୱରେ ରାଜପଥ ଉପରେ ଏକ ଚିହ୍ନ ଦିଆ ଯାଇଅଛି l ଚିହ୍ନଟ ହୋଇଥିବା ସ୍ଥାନରୁ   ରାଜପଥର ଉଭୟ ପାର୍ଶ୍ୱରେ   200 ମିଟର ଦୂରତାରେ ମଧ୍ୟ ଆଉ ଏକ ଚିହ୍ନ  ଦିଆ ଯାଇଅଛି l ଏକ ଘରୋଇ କମ୍ପାନୀର  25 ଜଣିଆ ଟିମ  ସୀମା ଚିହ୍ନଟ କାର୍ଯ୍ୟ କରୁଛନ୍ତି l  ଏହି ସୀମା ମଧ୍ୟରେ ଅନେକ ଗ୍ରାମ ରହିଅଛି l ସ୍ଥାନୀୟ ଜନସାଧାରଣ ଏ ସମ୍ପର୍କରେ କୌଣସି ସୂଚନା ପାଇ ନାହାନ୍ତି l ସମସ୍ତଙ୍କ ମଧ୍ୟରେ ପୁନର୍ବାର ଉଚ୍ଛେଦ କରାଯିବ ବୋଲି ଆଲୋଚନା ହେଉଅଛି l  ରାଜପଥ ପାର୍ଶ୍ଵରେ  ଥିବା ଦୋକାନୀଙ୍କ  ସମେତ ଘର କରିଥିବା ଲୋକେ ଭୟଭୀତ ହୋଇ ପଡିଛନ୍ତି l  କର୍ମଚାରୀ ମାନେ  ଭୁବନେଶ୍ୱର  ପୁରୀ  ରାଜପଥ  ଉପରେ   ମାପ ଚୁପ ଧଳା ରଙ୍ଗ ର  ଚି଼ହ୍ନ ଦେଇ ନିରୂପଣ କରୁଛନ୍ତି l ଏ ସମ୍ପର୍କରେ ଚି଼ହ୍ନ ଦେଉଥିବା ଜନୈକ କର୍ମଚାରୀଙ୍କ ସହିତ ଯୋଗାଯୋଗ କରିବାରୁ ସେ କହିଥିଲେ, ମେଟ୍ରୋ ପ୍ରକଳ୍ପ ର ପ୍ରଥମ ପର୍ଯ୍ୟାୟ ସ୍ଥାନ ନିରୂପଣ ପାଇଁ  ଆମକୁ ନିର୍ଦ୍ଦେଶ ମିଳିଅଛି l  ସେଥିପାଇଁ ଆମେ ରାଜପଥର ଉଭୟ ପାର୍ଶ୍ୱରେ   200 ମିଟର ପର୍ଯ୍ୟନ୍ତ ମାପି ଚି଼ହ୍ନ ନିରୂପଣ କରୁଅଛୁ  l  ଏହାକୁ ଭିତ୍ତି  କରି ଆଗାମୀ ଦିନରେ ଏହି ମେଟ୍ରୋ ପ୍ରକଳ୍ପ  ଉପରେ ବିଚାର କରାଯିବ l   ସ୍ଥାନୀୟ ଲୋକେ  ଓ ବ୍ୟବସାୟୀ ଏହି ନୂତନ ମେଟ୍ରୋ ପ୍ରକଳ୍ପ  କଥା ଶୁଣି  ଉଚ୍ଛେଦ ଓ ଜମି ହରାଇବା ଭୟରେ ଭୟଭୀତ  ହୋଇ ପଡିଛନ୍ତି l   ଅନେକ ଲୋକେ ଖୁସି ଅଛନ୍ତି କି ଭବିଷ୍ୟତ ରେ ଭୁବନେଶ୍ୱର ପୁରୀ ମେଟ୍ରୋ ସେବା ଆରମ୍ଭ ହେଲେ  ରାଜପଥ ପାର୍ଶ୍ଵର ହଜାର ହଜାର ଜନସାଧାରଣ  ଉପକୃତ ହୋଇପାରିବେ

Leave A Reply