Odisha news

କଲମ୍ବିଆ ବିଶ୍ଵବିଦ୍ୟାଳୟର ସୂଚନା : ମାନସିକ ବିକାର କୁ ଦୂର କରିବ ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ସାଂସ୍କୃତିକ କାର୍ଯ୍ୟ

0

ମସ୍ତିସ୍କ ଶରୀରର କଣ୍ଟ୍ରୋଲ ସେଣ୍ଟର୍ ଅଟେ । ଅନେକ ଗୁଡ଼ିଏ ଲୋକ ଏଭଳି ଥାଆନ୍ତି ଯିଏକି ନିଜ ମନ କଷ୍ଟରେ ରହିଥିଲେ ମଧ୍ୟ ମନ ପ୍ରତି ଧ୍ୟାନ ଦେଇ ନଥାଆନ୍ତି । ଆଜି ବି ଏଭଳି କିଛି ଲୋକ ଅଛନ୍ତି ଯିଏ କି ମନ କଷ୍ଟ , ଅବସାଦ , ପଶ୍ଚତାପ ମଧ୍ୟରେ ରହିଥିଲେ ମଧ୍ୟ ଅନ୍ୟ ନିକଟରେ ପ୍ରକାଶ କରି ନଥାଆନ୍ତି । କିନ୍ତୁ ଏହା ତାଙ୍କୁ ଗୋଟିଏ ଗମ୍ଭୀର ରୋଗ ଆଡ଼କୁ ଟାଣି ନେଇ ଯାଇଥାଏ । ଏଭଳି ସମସ୍ୟା ରୁ ରକ୍ଷା ପାଇବା ପାଇଁ ଇଣ୍ଡିଆନ୍ ସାଇନ୍ଟିଫିକ ସୋସାଇଟି ର ଗବେଷକ ମାନେ ଏହାକୁ ସାଧାରଣ ସମସ୍ୟା ଭାବରେ ନଦେଖି ଗୋଟିଏ ଗମ୍ଭୀର ରୋଗ ର କାରଣ ଭାବରେ ଦର୍ଶାଇ ଛନ୍ତି ଓ ଏଥିରୁ ରକ୍ଷା ପାଇବା ପାଇଁ କିଛିଟା ଉପାୟ ମଧ୍ୟ ଜନସାଧାରଣ ଙ୍କ ସଚେତନତା ପାଇଁ ଜଣାଇଛନ୍ତି ।

* ଯେତେବେଳେ ଅବସାଦ ଆସିଥାଏ ସେତେବେଳେ ଶରୀର ରେ ଅନେକ ଗୁଡ଼ିଏ ପରିବର୍ତ୍ତନ ଆସିଥାଏ । ଶରୀର ରେ ଏଡ୍ରି ନାଲିନ ଓ କର୍ତିଶୋଲ୍ ହର୍ମନ ର ସ୍ତର ବଢ଼ି ଯାଇଥାଏ । ଏହି କାରଣରୁ ହାର୍ଟ ବିଟ୍ ଦୃତ ଗତିରେ ବୃଦ୍ଧି ହୋଇଥାଏ, ପାଚନ ପ୍ରକ୍ରିୟା ଧୀର ହୋଇଯାଏ , ରକ୍ତ ପ୍ରବାହ ରେ ବାଧା ପହଞ୍ଚି ଥାଏ , ଇମ୍ୟୁନିଟି ସିଷ୍ଟମ ବାଧା ପ୍ରାପ୍ତ ହୋଇଥାଏ । ଏଭଳି ସ୍ଥିତି ରେ ବ୍ୟକ୍ତି କୌଣସି ମନସ୍ତତ୍ତ୍ୱ ବୀତ ଙ୍କ ସହାୟତା ନେବା ଆବଶ୍ୟକ ।
* ଆଜିକାଲି ବଢୁଥିବା ଏକୁଟିଆ ପଣ ଅବସାଦ , ଏଙ୍ଗାଯାଇଟି , ଉତେଜନା ଭଳି ମାନସିକ ବିକାର ର ବିପଦ ବଢ଼ି ଯାଇଥାଏ । ଶିକ୍ଷା ଲାଭ କରି ଚାକିରୀ ନପାଇ ମଧ୍ୟ ଯୁବକ ମାନେ ଅବସାଦ ର ଶିକାର ହୋଇ ଥାଆନ୍ତି । ଏହାଛଡା ବିଭିନ୍ନ ଗ୍ୟଜେଟ୍ସ, ସୋସିଆଲ ମିଡ଼ିଆ, ଧୁମ୍ରପାନ ଓ ଅନ୍ୟ ନିଶା ଦ୍ରବ୍ୟ ମାନସିକ ସ୍ଵାସ୍ଥ୍ୟ କୁ କ୍ଷତି କରୁଛି । ତେଣୁ ବିଶେଷଜ୍ଞ ଙ୍କ ମତରେ ନିଜ ସମ୍ପର୍କୀୟ ଙ୍କ ସହିତ ନିଜର ନିବିଡ଼ତା ବଢାଇବା ନିହାତି ଜରୁରୀ ଓ ସେମାନଙ୍କ ନିକଟରେ ନିଜ ମନର ଭାବନା ମଧ୍ୟ ପ୍ରକାଶ କରିବା ଆବଶ୍ୟକ । ଅର୍ଥାତ୍ ମଣିଷ ସାମାଜିକ ହେବା ଜରୁରୀ ।
* କଲମ୍ବିଆ ବିଶ୍ଵବିଦ୍ୟାଳୟର ଅଧ୍ୟୟନ ଅନୁସାରେ କୃତ୍ରିମ ଆଲୋକ ଓ ମାଧ୍ୟମ ରେ ଅଧିକ ସମୟ ଅତିବାହିତ କରିବା ମାନସିକ ବିକାର ର ଗୋଟିଏ କାରଣ ଅଟେ । ନିଜକୁ ଘରେ ବିଭିନ୍ନ ପ୍ରକାର ଗ୍ୟଜେଟ ରେ ଆବଦ୍ଧ କରି ନରଖି ପ୍ରକୃତିକୁ ଅନୁଭବ କରିବା ନିହାତି ଆବଶ୍ୟକ । ସବୁବେଳେ ଟିଭି ଓ ଇଣ୍ଟରନେଟ ରେ ନିଜକୁ ବ୍ୟସ୍ତ ନରଖି ପ୍ରକୃତି ଓ ସାଂସ୍କୃତିକ କାର୍ଯ୍ୟରେ ବ୍ୟସ୍ତ ରଖିବା ଜରୁରୀ ।
Nalco
Leave A Reply