ଗୁଡ ଲକ୍ ପାଇଁ ଅଲମ୍ପିକ୍ସ ଲୋଗୋ ଥିବା ବିଶେଷ କାନଫୁଲ ପିନ୍ଧି ରିଙ୍ଗ କୁ ଓହ୍ଲାଇ ଥିଲେ ମୀରାବାଇ : ନିଜ ଗହଣା ବିକି ମା ତିଆରି କରିଥିଲେ
ନୂଆଦିଲ୍ଲୀ : ମିରାବାଇ ଚାନୁ ରୌପ୍ୟ ପଦକ ଜିତିବା ସହିତ ତାଙ୍କର କାନ ଫୁଲ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଛି । ମୀରା ଫାଇନାଲ ରେ ଅଲମ୍ପିକ୍ସ ର ଲୋଗୋ ଥିବା କାନଫୁଲ ପିନ୍ଧି ରିଙ୍ଗ କୁ ଓହ୍ଲାଇ ଥିଲେ । ତାଙ୍କ ମାଆ ଏହି କାନଫୁଲ କୁ ୨୦୧୬ରେ ରିଓ ଅଲମ୍ପିକ୍ସ ପୂର୍ବରୁ ନିଜର ଗହଣା ବିକି ଏହି କାନ ଫୁଲ ତିଆରି କରି ତାଙ୍କୁ ଉପହାର ଦେଇଥିଲେ । ତାଙ୍କ ମାଆ ଆଶା ରଖିଥିଲେ ଯେ ଏହାଦ୍ବାରା ତାଙ୍କ ଭାଗ୍ୟ ଚମକିବ । କିନ୍ତୁ ରିଓ ଅଲିମ୍ପିକ୍ ରେ ସେ ଡିସ କ୍ୱାଲିଫାଏ ହୋଇ ଯାଇଥିଲେ । କିନ୍ତୁ ଟୋକିଓ ଅଲମ୍ପିକ୍ସ ରେ ସେ ରୌପ୍ୟ ପଦକ ହାସଲ କରି ମା ଙ୍କ ବଳିଦାନ କୁ ସଫଳ କରିଛନ୍ତି । ଫାଇନାଲ ରେ ଯେତେବେଳେ ତାଙ୍କ ମାଆ ଝିଅର କାନରେ ସେହି କାନଫୁଲ କୁ ଦେଖିଥିଲେ ସେତେବେଳେ କାନ୍ଦି ପକାଇ ଥିଲେ ।
ତାଙ୍କ ମାଆ କହିଛନ୍ତି ଏହି କାନ ଫୁଲ ମୁଁ ଟିଭି ରେ ଦେଖିଲି , ମୁଁ ଏହାକୁ ତାକୁ ଉପହାର ଦେଇଥିଲି । ମୋ ନିକଟରେ ଥିବା ସୁନା ଓ ସଞ୍ଚୟ ଧନରେ ମୁଁ ଏହା ତା ପାଇଁ ତିଆରି କରିଥିଲି । ମୁଁ ମୋ ଝିଅକୁ ସଫଳତା ଲାଭ କରିବା ପାଇଁ ଦେଖିବାକୁ ଚାହୁଁ ଥିଲି । ମୋ ଝିଅ ନିଜର ପରିଶ୍ରମ ଦ୍ଵାରା ସଫଳତା ହାସଲ କରିଛି । ମିରାବାଇ ଙ୍କ ପିତାମାତା ଝିଅର ସଫଳତା ପାଇଁ ଖୁବ୍ ଖୁସି ଅଛନ୍ତି । ମୀରା ମଧ୍ୟ ତାଙ୍କ ମାଆଙ୍କ ତ୍ୟାଗ ଓ ବଳିଦାନ ପାଇଁ ସଫଳ ହୋଇଛନ୍ତି ବୋଲି କହିଛନ୍ତି ।
୩୬ ବର୍ଷୀୟା ମୀରା ୨୦୨ କେଜି ଓଜନ ଉଠାଇ ସୁନ୍ଦର୍ ପ୍ରଦର୍ଶନ କରିଛନ୍ତି । ଭାରତର ମଣିପୁର ରାଜ୍ୟର ରାଜଧାନୀ ଇମ୍ଫାଲ ଠାରୁ ୨୫କିମି ଦୂରରେ ଅବସ୍ଥିତ ନୋଙ୍ଗପୋକ କାକଚିଙ୍ଗ ଗ୍ରାମର ଅଟନ୍ତି । ମୀରା ଙ୍କ ଘରେ ତାଙ୍କ ପ୍ରଦର୍ଶନ ଦେଖିବା ପାଇଁ ବନ୍ଧୁବାନ୍ଧବ ଓ ସମ୍ପର୍କୀୟ ମାନଙ୍କର ଭିଡ଼ ରହିଥିଲା । ଯେପରି ଲାଗୁଥିଲା ଗୋଟିଏ ପର୍ବ ଅନୁଷ୍ଠିତ ହୋଇଛି । ମୀରା ନିଜ ଇଭେଣ୍ଟ ପୂର୍ବରୁ ଘରକୁ ଭିଡିଓ କଲ୍ କରି କଲ୍ ଜରିଆରେ ସମସ୍ତଙ୍କ ନିକଟରୁ ଶୁଭ କାମନା ନେଇଥିଲେ ।
Comments are closed.