Odisha news

ମୟୂରଭଞ୍ଜରେ କାର୍ଯ୍ୟକ୍ଷମ ହେଲା ସ୍ୱତନ୍ତ୍ର କୋଭିଡ-୧୯ ହସ୍ପିଟାଲ

0

ବାରିପଦା : ସାରା ବିଶ୍ୱରେ କରୋନା ଆତଙ୍କ ସୃଷ୍ଟି କରିଥିବାବେଳେ ରାଜ୍ୟରେ ମଧ୍ୟ ସମସ୍ତଙ୍କୁ କରୋନା ଭୟ ଘାରିଛି । ଏହି ପରିପ୍ରେକ୍ଷୀରେ ଓଡିଶାରେ ରାଜ୍ୟସରକାର ସମସ୍ତ ଜିଲ୍ଲାରେ ସ୍ୱତନ୍ତ୍ର କୋଭିଡ-୧୯ ହସ୍ପିଟାଲ ନିର୍ମାଣ କରୁଛନ୍ତି । ଏହି ପରିପ୍ରେକ୍ଷୀରେ ବୁଧୁବାର ମୟୂରଭଞ୍ଜ ଜିଲ୍ଲା ଆଦାନି କିସ୍ ପରିସରରେ ବାଙ୍କିଶୋଳ ସ୍ଥିତ ଏକ ସ୍ୱତନ୍ତ୍ର କୋଭିଡ-୧୯ ହସ୍ପିଟାଲ କାର୍ଯ୍ୟକ୍ଷମ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱରରୁ ଭିଡିଓ କନଫାରେନ୍ସିଂ ଜୋରିଆରେ ଶୁଭଉଦ୍ଘାଟନ କରିଥିବାବେଳେ କିଟ ଓ କିସ ପ୍ରତିଷ୍ଠାତା ତଥା କନ୍ଧମାଳ ସାଂସଦ ଅଚୁ୍ୟତ ସାମନ୍ତ, ଭୁବନେଶ୍ୱର କିମ୍ସି ହସ୍ପିଟାଲ ସିଇଓ ବିଷ୍ଣୁପ୍ରସାଦ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିବାବେଳେ ଏହି କ୍ୟାମ୍ପସରେ ମୟୂରଭଞ୍ଜ ଜିଲ୍ଲାପାଳ ବିନୀତ ଭରଦ୍ୱାଜ, ସିଡିଏମଓ ଡାଃ ରୁପଭାନୁ ମିଶ୍ର ଓ ବାରିପଦା କୋଭିଡ-୧୯ ହସ୍ପିଟାଲର ମୁଖ୍ୟପରିଚାଳକ ଡାଃ ସୁଧିର ଶତପଥୀ ଉପସ୍ଥିତ ଥିଲେ । ଏହି କୋଭିଡ ହସ୍ପିଟାଲରେ ୨୦ଟି ଆଇସିୟୁ ସହ ୨୦୦ ଶର୍ଯ୍ୟାରେ ରୋଗୀଙ୍କୁ ଚିକିସôା କରିବାର ବ୍ୟବସ୍ଥା ରହିଛି । ତେବେ ଆଜିଠାରୁ ବିଧିବଧ ଭାବେ କାର୍ଯ୍ୟକ୍ଷମ ହୋଇଛି ।

Leave A Reply