Odisha news

ମୌନି ଅମାବାସ୍ୟା ରେ ଏହିସବୁ ସ୍ଥାନରେ ଜଳାନ୍ତୁ ଦୀପ, ପିତୃ ପୁରୁଷ ହେବେ ପ୍ରସନ୍ନ

0

ମାଘ ମାସର ଅମାବାସ୍ୟା କୁ ମୌନି ଅମାବାସ୍ୟା ବୋଲି କୁହାଯାଇ ଥାଏ, ଚଳିତ ବର୍ଷ ଜାନୁଆରୀ ୨୯ ତାରିଖ ରେ ମୌନି ଅମାବାସ୍ୟା ପାଳିତ ହେବ l ହିନ୍ଦୁ ଧର୍ମର ଏହା ଗୋଟିଏ ମୁଖ୍ୟ ପର୍ବ ଅଟେ, ଏବଂ ଏହିଦିନ ପବିତ୍ର ଜଳରେ ସ୍ନାନ ସହିତ ଦାନର ମଧ୍ୟ ଅନେକ ମହତ୍ୱ ରହିଛି, ଏପରି କରିବା ଦ୍ୱାରା ଦେବl ଦେବୀ ଙ୍କ ସହିତ ପିତୃ ପୁରୁଷ ମଧ୍ୟ ପ୍ରସନ୍ନ ହୋଇ ଥାଆନ୍ତି l ଏହାଛଡା ମୌନି ଅମାବାସ୍ୟା ରେ କିଛିଟା ସ୍ଥାନରେ ଦୀପ ଅର୍ପଣ କରିବା ଦ୍ୱାରା ପିତୃ ପୁରୁଷଙ୍କ କୃପା ଲାଭ ହୋଇଥାଏ l

* ମାନ୍ୟତା ରହିଛି ଯେ ଅମାବାସ୍ୟା ଦିନ ଆମ ପୂର୍ବଜ ପୃଥିବୀ ପୃଷ୍ଠକୁ ଆସି ଥାଆନ୍ତି, ଏବଂ ଆମକୁ ବିଶେଷ ଆଶୀର୍ବାଦ ପ୍ରଦାନ କରନ୍ତି, କିନ୍ତୁ ଏଥିପାଇଁ ବିଶେଷ ଭାବରେ କିଛିଟା ସ୍ଥାନରେ ଦୀପ ଜଳାଇବା ଜରୁରୀ ଅଟେ l

* ମୌନି ଅମାବାସ୍ୟାରେ ଘରର ଦକ୍ଷିଣ ଦିଗରେ ଦୀପ ଅର୍ପଣ କରିବା ଶୁଭ ଅଟେ, ଏହି ଦିଗ ଟି ପିତୃ ପୁରୁଷଙ୍କ ଦିଗ ଅଟେ l  ଏବଂ ଏହି ଦିଗରେ ପିତୃ ପୁରୁଷ ବାସ କରିଥିବାରୁ ତାଙ୍କ କୃପା ଲାଭ ହୋଇଥାଏ l

* ଯଦି ଘରେ ପିତୃ ପୁରୁଷ ଙ୍କ ଫଟୋ ରହିଛି, ତେବେ ସେଠି ମଧ୍ୟ ଦୀପ ଟିଏ ଜଳାନ୍ତୁ, ଏବଂ ଏଠାରେ ସୋରିଷ ତେଲର ଦୀପ ଜଳାନ୍ତୁ l ଏହାଦ୍ୱାରା ପିତୃ ପୁରୁଷ ଙ୍କ କୃପା ପ୍ରାପ୍ତ ହେବ l

* ମୌନି ଅମାବାସ୍ୟା ରେ ବହୁଥିବା ଜଳରେ ଦୀପ ଅର୍ପଣ କରିବା ଶୁଭ ଅଟେ, ଏହାଦ୍ୱାରା ପିତୃ ପୁରୁଷ ଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ, ଏବଂ ଜୀବନ ର ସମସ୍ତ କଷ୍ଟ ଦୂର ହୋଇଥାଏ l

* ମୌନି ଅମାବାସ୍ୟା ରେ ଓସ୍ତ ବୃକ୍ଷ ମୂଳରେ ଦୁଗ୍ଧ ଅର୍ପଣ କରି ପୂଜା କରିବା ସହିତ ରାଶି ଟେଲର ଦୀପ ଜଳାଇଲେ ଘରର ସମସ୍ତ ଦୁଃଖ ଦୁର୍ଦଶା ଦୂର ହୋଇଥାଏ l

Leave A Reply