Odisha news

ମା ସରସ୍ୱତୀ ଙ୍କର ପସନ୍ଦ ଏହି ୫ଟି ଜିନିଷ, ବସନ୍ତ ପଞ୍ଚମୀ ରେ ନିହାତି ଅର୍ପଣ କରନ୍ତୁ ମାଙ୍କ ନିକଟରେ

0

ସାରା ଭାରତରେ ବସନ୍ତ ପଞ୍ଚମୀ ପର୍ବ ହ୍ରସ୍ୱ ଉଲ୍ଲାସ ରେ ପାଳନ କରାଯାଇ ଥାଏ, ପ୍ରତ୍ୟେକ ବର୍ଷ ମାଘ ମାସ ଶୁକ୍ଲପକ୍ଷ ପଞ୍ଚମୀ ତିଥିରେ ବସନ୍ତ ପଞ୍ଚମୀ ପାଳନ କରାଯାଇଥାଏ l ଅନେକ ସ୍ଥାନରେ ବସନ୍ତ ପଞ୍ଚମୀ କୁ ସରସ୍ୱତୀ ପୂଜା ଭାବରେ ପାଳନ କରାଯାଏ, ଏହିଦିନ ଘର, ବିଦ୍ୟାଳୟ ଓ ଅଫିସ ସମେତ ଅନେକ ସ୍ଥାନରେ ମା ସରସ୍ୱତୀ ପୂଜା ପାଇଥାଆନ୍ତି l

ଚଳିତ ବର୍ଷ ବସନ୍ତ ପଞ୍ଚମୀ ଉତ୍ସବ ଫେବୃଆରୀ ୨ତାରିଖ ରେ ପାଳନ ହେବ, ଏବଂ ଶୁଭ ସମୟ ସକାଳ ୧୧ ଟା ୫୪ ମିନିଟ ରେ ଆରମ୍ଭ ହେଉଛି, ଏବଂ ୩ତାରିଖ ସକାଳ ୯ ଟା ୩୬ ମିନିଟ ରେ ସମାପ୍ତ ହେବ l ଏମିତିରେ ଉଦୟ ତିଥି ଅନୁସାରେ ବସନ୍ତ ପଞ୍ଚମୀ ୨ତାରିଖ ରେ ପାଳନ କରାଯିବ l ମାନ୍ୟତା ଅନୁସାରେ ବସନ୍ତ ପଞ୍ଚମୀ ରେ ମା ସରସ୍ବତୀ ଙ୍କ ନିକଟରେ ପ୍ରସାଦ ଭାବରେ କିଛିଟା ପାରମ୍ପରିକ ପ୍ରସାଦ ଅର୍ପଣ କରାଯାଇ ଥାଏ l

– ବିଶେଷ ଭାବରେ ସରସ୍ବତୀ ପୂଜା ଦିନ ମା ସରସ୍ବତୀ ଙ୍କ ନିକଟରେ ହଳଦିଆ ରଙ୍ଗର କିଛିଟା ମିଷ୍ଟାନ୍ନ ଅର୍ପଣ କରିବା ଜରୁରୀ ଅଟେ, ତେଣୁ ଏହିଦିନ ବେସନ ରେ ପ୍ରସ୍ତୁତ ଲଡୁ ପ୍ରସାଦ ଭାବରେ ଅର୍ପଣ କରନ୍ତୁ l ଆପଣଙ୍କ ମନସ୍କାମନା ପୁର୍ଣ ହେବ l

– ବସନ୍ତ ପଞ୍ଚମୀ ରେ କେଶର ଓ ଦୁଗ୍ଧ ରେ ପ୍ରସ୍ତୁତ କ୍ଷୀରୀ ପ୍ରସାଦ ଭାବରେ ସରସ୍ବତୀଙ୍କ ନିକଟରେ ଅର୍ପଣ କରନ୍ତୁ, ଏବଂ ଏହାକୁ ଶୁଦ୍ଧ ମନରେ ଅର୍ପଣ କରିବା ଦ୍ୱାରା ମା ସରସ୍ୱତୀ ଙ୍କ କୃପା ଲାଭ ହୋଇଥାଏ l

– ମା ସରସ୍ୱତୀ ଙ୍କର ଅତି ପ୍ରିୟ ଅଟେ ବରକୋଳି, ଏହାଛଡା ଛାତ୍ରଛାତ୍ରୀ ମାନେ ମଧ୍ୟ ସରସ୍ୱତୀ ପୂଜା ପୂର୍ବରୁ ବରକୋଳି ଖାଇବା ଉଚିତ ନୁହେଁ l ସରସ୍ବତୀ ଙ୍କ ନିକଟରେ ବରକୋଳି ଅର୍ପଣ କଲେ ଜୀବନରେ ସୁଖ ସମୃଦ୍ଧିର ଆଗମନ ହୋଇଥାଏ l

– ବସନ୍ତ ପଞ୍ଚମୀ ରେ ମା ସରସ୍ବତୀ ଙ୍କ ନିକଟରେ ଗୁଡରେ ପ୍ରସ୍ତୁତ ଖେଚୁଡ଼ି ଅର୍ପଣ କରିବା ଶୁଭ ଅଟେ, ଏହିଦିନ ମିଠା ଖେଚୁଡ଼ି ଅର୍ପଣ କରିବାର ବିଶେଷ ମହତ୍ୱ ରହିଛି, ଏବଂ ଏହି ପ୍ରସାଦ ସକାରାତ୍ମକ ଉର୍ଜା ଓ ସମୃଦ୍ଧିର  ପ୍ରତୀକ ଅଟେ l

– ମା ସରସ୍ୱତୀ ଙ୍କୁ ବସନ୍ତ ପଞ୍ଚମୀ ଦିନ ହଳଦିଆ ଓ ଧଳା ଫୁଲ ଅର୍ପଣ କରାଯାଇ ଥାଏ, ଏହି ଫୁଲ ଅର୍ପଣ କରିବା ଖୁବ ଶୁଭ ଅଟେ, ହଳଦିଆ ରଙ୍ଗ ଜ୍ଞାନ, ବୁଦ୍ଧି ଓ ଉର୍ଜା ର ପ୍ରତୀକ ଅଟେ l ଯେବେକି ଧଳା ରଙ୍ଗ ଶୁଦ୍ଧତା ଓ ଶାନ୍ତି ର ପ୍ରତୀକ ଅଟେ l  ଏହି ୨ରଙ୍ଗ ର ପୁଷ୍ପ କୁ ଅର୍ପଣ କରିବା ଦ୍ୱାରା ମା ସରସ୍ବତୀ ପ୍ରସନ୍ନ ହୁଅନ୍ତି l

Leave A Reply