Odisha news

ଉଜ୍ଜଳା ହିତାଧିକାରୀଙ୍କୁ ମିଳିଲାନି ଫ୍ରୀ ଗ୍ୟାସ

0

ମାର୍ଶାଘାଇ:ଉଜ୍ଜଳା ଯୋଜନାରେ ହିତାଧିକାରୀ ମାନଙ୍କୁ କରୋନା ମହାମାରୀ ପାଇଁ ଏପ୍ରୀଲ ,ମେ ଓ ଜୁନ୍ ୩ ମାସର ୩ ଗୋଟି ସିଲିଣ୍ଡର ମୁକ୍ତ ଭାବେ ଯୋଗାଇ ଦେବାପାଇଁ କେନ୍ଦ୍ର ସରକାରଙ୍କ ତରଫରୁ ଘୋଷଣା କରାଯାଇଥିଲା । ତଦନୁଯାୟୀ ସରକାରଙ୍କ ତରଫରୁ ଏପ୍ରୀଲ ମାସର ୭୯୨ ଟଙ୍କା ୫୦ ,ମେ ମାସର ୬୦୪ ଟଙ୍କା ଆଗୁଆ ମିଳିଥିଲା ଏବଂ ହିତାଧିକାରୀ ମାନେ ନିଜ ଜମା ଖାତାରୁ ଟଙ୍କା ଉଠାଣ କରି ଗ୍ୟାସ କ୍ରୟ କରିଥିଲେ ।

ମାତ୍ର ଜୁନ୍ ମାସରେ ହିତାଧିକାରୀ ମାନେ ଗ୍ୟାସ କ୍ରୟ କରିବା ପରେ ଜମା ଖାତାକୁ ୬୩୭ ଟଙ୍କା ପହଚିବାର ବ୍ୟବସ୍ଥା ଜଣାପଡ଼ିବା ପରେ ହିନ୍ଦୁସ୍ଥାନ ପେଟ୍ରୋଲିୟମ ଗ୍ୟାସ ର ସ୍ଥାନୀୟ ବିତରକ ମହାକାଳପଡ଼ା ସ୍ଥିତ ସ୍ୱସ୍ତିଦୀପ୍ ଏଜେନ୍ସି କାର୍ଯ୍ୟାଳୟରେ ପଂଚିଥିଲେ । କିନ୍ତୁ ଏଜେନ୍ସି କତୃପକ୍ଷଙ୍କ ନିକଟରେ ଗ୍ୟାସ ମହଜୁତ୍ ନ ଥିବାରୁ ଅଳ୍ପକିଛି ହିତାଧିକାରୀ ଗ୍ୟାସ ନେଇ ଥିଲେ ମଧ୍ୟ ଅଧିକାଂଶ ହିତାଧିକାରୀ ଗ୍ୟାସ ପାଇବାରୁ ବଂଚିତ ରହଛନ୍ତି ।

ଏନେଇ ଏଜେନ୍ସି କତୃପକ୍ଷ କୁହଁନ୍ତି ଯେ ଏପ୍ରୀଲ ମାସର ସମ୍ପୁର୍ଣ୍ଣ ଉଜ୍ଜଳା ହିତାଧିକାରୀଙ୍କ ମଧ୍ୟରୁ ୨୭ ଶହ ହିତାଧିକାରୀ ଗ୍ୟାସ କ୍ରୟ କରିନଥିଲେ । ମେ ମାସରେ ୫ହଜାର ୩୦୦ ହିତାଧିକାରୀ ଗ୍ୟାସ କ୍ରୟ କରିନଥିଲେ । ଯାହା ନେଇ ଜୁନ୍ ମାସରେ କମ୍ ସଙ୍ଖ୍ୟକ ହିତାଧିକାରୀଙ୍କ ନିମନ୍ତେ ସିଲିଣ୍ଡର ଗଚ୍ଛିତ ରଖିଥିବାରୁ ମାସ ଶେଷ ଦିନରେ ହିତାଧିକାରୀମାନେ ଏହି ଦଶା ଭୋଗିଥିଲେ । ତେବେ କେନ୍ଦ୍ରସରକାରଙ୍କ ଉଜ୍ଜଳା ଯୋଜନାରେ ଗ୍ୟାସ ବିତରଣ ଯୋଜନା ଗ୍ରାହାକଙ୍କ ଅବଚେତନା ହେତୁ ଠିକଣାଭାବେ ଗ୍ରାହାକମାନେ ଉପକୃତ ହୋଇପାରିଲେ ନାହିଁ ।

Leave A Reply

Your email address will not be published.