ଭାରତରେ ଅଧିକାଂଶ ଟ୍ରେନ୍ ଠିକ୍ ସମୟରେ ଚଳାଚଳ କରେନାହିଁ । କିନ୍ତୁ ଭାରତୀୟ ରେଲ୍େୱ ଏବେ ଏହି ପୁରୁଣା ରେକର୍ଡ ଭାଙ୍ଗି ଇତିହାସ ସୃଷ୍ଟି କରିଛି । ଶତପ୍ରତିଶତ ଟ୍ରେନ୍ ଠିକ୍ ସମୟରେ ଗନ୍ତବ୍ୟ ସ୍ଥଳରେ ପହଞ୍ଚୁଛି । ଜୁନ୍ ୨୩ ତାରିଖ ଦିନ ୯୯.୫୪ ପ୍ରତିଶତ ଟ୍ରେନ୍ ନିର୍ଦ୍ଧାରିତ ସମୟରେ ଚଳାଚଳ କରିଥିଲା । ଅବଶ୍ୟ କରୋନା ସଙ୍କଟ ଯୋଗୁ ଏବେ କେବଳ ସ୍ପେଶାଲ୍ ଟ୍ରେନ୍ ଚାଲୁଛି । ଉଲ୍ଲେଖ୍ୟ ଯେ ଅଗଷ୍ଟ ୧୨ ପରେ ସବୁ ଯାତ୍ରୀବାହୀ ଟ୍ରେନ୍ ଚଳାଚଳ କରିବ । ସେଗୁଡ଼ିକ ଯେପରି ଶତପ୍ରତିଶତ ସମୟାନୁବର୍ତ୍ତୀ ହେବ ସେଥିପ୍ରତି ଧ୍ୟାନ ଦିଆଯାଉଛି ।