ସନାତନ ଧର୍ମ ଓ ବୈଦିକ ଧର୍ମ ରେ ବିବାହ ଗୋଟିଏ ପବିତ୍ର କାର୍ଯ୍ୟ, ଏବଂ ମାନ୍ୟତା ଅନୁସାରେ ୭ ଅଙ୍କ ଗୋଟିଏ ଶୁଭ ସଂଖ୍ୟା ଅଟେ l ଏହାକୁ ଧ୍ୟାନ ରେ ରଖି ବିବାହ ସମୟରେ ବରକନ୍ୟା ପବିତ୍ର ହୋମ ଅଗ୍ନି କୁ ସାକ୍ଷୀ ରଖି ୭ଥର ପରିକ୍ରମା କରିଥାଆନ୍ତି l
– ମାନ୍ୟତା ଅନୁସାରେ ମଣିଷ ୭ଜନ୍ମ ନେଇଥାଏ, ସେଥିପାଇଁ ବରବଧୂ ଙ୍କୁ ୭ଜନ୍ମ ର ସାଥି କୁହାଯାଇ ଥାଏ l ବିବାହ ସଂ,ଏ ରେ ବର ଏବଂ କନ୍ୟା ଉଭୟ ଉଭୟଙ୍କ ସହିତ ସୁଖୀ ବୈବାହିକ ଜୀବନ ବଂଚିବାର ବଚନ ଦେଇଥାଆନ୍ତି l
– ହିନ୍ଦୁ ଧର୍ମର ୭ଥର ପରିକ୍ରମା କୁ ସପ୍ତପାଦି ବୋଲି କୁହାଯାଇ ଥାଏ l ପବିତ୍ର ହୋମ ଅଗ୍ନି କୁ ସାକ୍ଷୀ ରଖି ବରକନ୍ୟା ୭ଜନ୍ମ ର ସାଥି ହେବାର ବଚନ ଦେଇ ଥାଆନ୍ତି l ସ୍ୱାମୀ-ସ୍ତ୍ରୀ ୭ଜନ୍ମ ପାଇଁ ସମ୍ପର୍କ ରଖିବାର ପ୍ରତିଶୃତି ଦେଇ ଥାଆନ୍ତି l
– ମଣିଷ ଶରୀରରେ ମଧ୍ୟ ଉର୍ଜା ଓ ଶକ୍ତି ର ୭ଟି କେନ୍ଦ୍ର ରହିଛନ୍ତି l ବିବାହ ସମୟ ରେ ସ୍ୱାମୀସ୍ତ୍ରୀ ୭ଥର ପରିକ୍ରମା କରି ନିଜର ଉର୍ଜା ଓ ଶକ୍ତି ଉଭୟ ଉଭୟଙ୍କୁ ସମର୍ପିତ କରି ଥାଆନ୍ତି l
– ପ୍ରଥମ ବଚନ ରେ କନ୍ୟା କହିଥାଏ ତୀର୍ଥ ଯାତ୍ରାରେ ତୁମେ ମୋତେ ବାମ ପାର୍ଶ୍ୱରେ ସ୍ଥାନ ଦେବ ଅର୍ଥାତ ପ୍ରତ୍ୟେକ ପୁଣ୍ୟ ଓ ଶୁଭ କାର୍ଯ୍ୟ ରେ ମୁଁ ତୁମର ଵାମlଙ୍ଗି ହୋଇ ରହିବି l
– ଦ୍ଵିତୀୟ ବଚନ ରେ କନ୍ୟା କହିଥାଏ ତୁମେ ତୁମ ମାତା ପିତାଙ୍କ ଭଳି ମୋ ମା ବାପା ଙ୍କୁ ମଧ୍ୟ ସମ୍ମାନ ଦେବ l
– ତୃତୀୟ ବଚନ ରେ ତମେ ପ୍ରତ୍ୟେକ ପରିସ୍ଥିତି ରେ ମୋ ସହିତ ରହିବ ଓ ମୁଁ ତୁମ ସହ ରଃହିବି l
– ଚତୁର୍ଥ ବଚନ ରେ ବଧୂ ପାର୍ଶ୍ଵ ପରିବର୍ତ୍ତନ କରି ବାମ ପାର୍ଶ୍ୱ କୁ ଆସିବାର ଅନୁମତି ନେଇଥାଏ l
– ପଞ୍ଚମ ବଚନ ରେ ସମସ୍ତ ଦୁଃଖ କଷ୍ଟ ଓ ଅସମୟ ରେ ଉଭୟ ସାଥି ହୋଇ ରହିବାର ସଂକଳ୍ପ କରନ୍ତି l
– ଷଷ୍ଠ ବଚନ ରେ ଉଭୟ ଉଭୟଙ୍କୁ ସମ୍ମାନ କରିବାର ପ୍ରତିଜ୍ଞା କରନ୍ତି l
– ଏବଂ ସପ୍ତମ ବଚନ ରେ ଉଭୟ ନିଜ ସମ୍ପର୍କ ରେ ପବିତ୍ରତା ରଖିବାର ସଂକଳ୍ପ କରି ଥାଆନ୍ତି l