Odisha news

ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ନୂଆ ଇନିଂସ ଆରମ୍ଭ କଲେ : ବାହା ହେଲେ ରାଜଶ୍ରୀଙ୍କୁ

0

ପାଟନା: ଆର୍‌ଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ସାନପୁଅ ତଥା ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ବାହାଘର ଦିଲ୍ଲୀରେ ହୋଇଛି। ହରିୟାଣାର ରାଜଶ୍ରୀଙ୍କ ସହ ତେଜସ୍ୱୀଙ୍କ ବିବାହ ହୋଇଛି। ତେଜସ୍ୱୀ ସୁବର୍ଣ୍ଣ ରଙ୍ଗର ଶେରୱାନୀ ପରିଧାନ କରିଥିବା ବେଳେ ରାଜଶ୍ରୀ ଏକ ଲାଲ୍ ଲେହେଙ୍ଗା ପିନ୍ଧିଥିଲେ। ବିବାହ ଉତ୍ସବ କମ୍‌ ଲୋକଙ୍କୁ ତେଜସ୍ବୀଙ୍କ ପରିବାରର ଫାର୍ମ ହାଉସରେ ହୋଇଛି। ବିବାହ ଉତ୍ସବରେ ଲାଲୁଙ୍କ ସମେତ ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ ଯୋଗ ଦେଇଥିଲେ।

ପ୍ରଥମେ ତେଜସ୍ବୀଙ୍କର ରାଜଶ୍ରୀଙ୍କ ସହ ଆଜି ନିର୍ବନ୍ଧ ହେବ ବୋଲି ଖବର ପ୍ରସାରିତ ହୋଇଥିଲେ। କିନ୍ତୁ ପରେ ବାହାଘର ହେଉଥିବା ଖବର ଆସିଥିଲା। ତେଜସ୍ବୀଙ୍କ ବଡ଼ ଭାଇ ତେଜପ୍ରତାପ ଏକ ଟ୍ବିଟ୍ କରି ଜୀବନର ନୂଆ ଇନିଂସ ଆରମ୍ଭ ପାଇଁ ଆଶୀର୍ବାଦ ଜଣାଇଛନ୍ତି। ଏଥିସହିତ ସେ ସାନଭାଇ ଓ ଭାଇବୋହୂ ସହିତ ଫଟୋ ଉଠାଇଛନ୍ତି। ଦେଶରେ କରୋନା ମହାମାରୀ ସ୍ଥିତିକୁ ଦୃଷ୍ଟିରେ ରଖି ଅଳ୍ପ ଲୋକଙ୍କୁ ନେଇ ତେଜସ୍ବୀଙ୍କ ବାହାଘର ହୋଇଥିବା ଚର୍ଚ୍ଚା ହେଉଛି।

Leave A Reply