Odisha news

ନିଜଠାରୁ ୪୬ ବର୍ଷ ଛୋଟ ଯୁବକ ସହିତ ବିବାହ କଲେ ୮୧ ବର୍ଷୀୟା ମହିଳା : ହେଲା ଏହିପରି ଅସୁବିଧା

0

ନୂଆଦିଲ୍ଲୀ : ଜଣେ ୮୧ ବର୍ଷୀୟା ମହିଳା ୩୫ ବର୍ଷୀୟ ଯୁବକକୁ ବିବାହ କରି ଚର୍ଚାରେ ରହିଛନ୍ତି l ବ୍ରିଟେନରେ ରହୁଥିବା ଏହି ମହିଳା ଗୋଟିଏ ଟିଭି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ନିଜର ସମ୍ପର୍କ ବିଷୟରେ କହିଥିଲେ l ଏହି ମହିଳା ଜଣଙ୍କ ନାମ ହେଉଛି ଅଇରୀଶ ଜନ୍ସ ଅଟେ l ବ୍ରିଟେନର ଏହି ୮୧ ବର୍ଷୀୟା ମହିଳାଙ୍କ ସ୍ୱାମୀ ଇଜିପ୍ଟ ରେ ରୁହନ୍ତି l

ତାଙ୍କ ସ୍ୱାମୀଙ୍କୁ ଭିସା ନମିଳିବା କାରଣରୁ ସେ ବ୍ରିଟେନ ତାଙ୍କ ସହିତ ଦେଖା କରିବାକୁ ଆସିପାରୁ ନାହାଁନ୍ତି l ମହିଳା ଜଣଙ୍କ ଭୟ କରୁଛନ୍ତି ଯେ ତାଙ୍କର ବୟସ ଅଧିକ ହୋଇଥିବା ହେତୁ ସେ ତାଙ୍କ ସ୍ୱାମୀଙ୍କ ସହିତ ଦେଖା ନକରି ମରି ଯାନ୍ତୁ l ଏବଂ ସେ କହିଛନ୍ତି ମୁଁ ଇଜିପ୍ଟ ଯାଇ ସେଠାକାର ଜଳବାୟୁ ସହିତ ଚଳିପାରିବି ନାହିଁ ଏବଂ ସେଠାକାର ଜଳବାୟୁ ମୋର ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଅନୁକୂଳ ନୁହେଁ l

ସେ ମନଦୁଃଖକରି ସ୍ୱୀକାର କରିଛନ୍ତି ଯେ ମୁଁ ଅଧିକାଂଶ ରାତି କାନ୍ଦି କାନ୍ଦି ବିତାଇଛି l ମୁଁ ମୋ ସ୍ୱାମୀଙ୍କ ସହ ଦେଖା ନକରି ବୋଧହୁଏ ମରିଯିବି l ମହିଳା ଜଣଙ୍କର ସ୍ୱାମୀଙ୍କ ନାମ ହେଉଛି ମହମଦ ଅହମଦ l ସେ ଗତବର୍ଷ ଗୋଟିଏ ଫେସବୁକ ଗ୍ରୁପରେ ତାଙ୍କ ସ୍ୱାମୀଙ୍କୁ ଭେଟିଥିଲେ l ଏହା ପରେ ସେ ଇଜିପ୍ଟ ଯାଇ ମହମଦଙ୍କ ସହିତ ସମୟ ବିତାଇଥିଲେ ଓ ଏହାପରେ ବିବାହ କରିଥିଲେ l

ସେ ଏକ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ମତେ ମୋର ସ୍ୱାମୀଙ୍କ ପାଖରୁ ଅଲଗା ରଖାଯାଇଛି ଯାହାକୁ ମୁଁ ଏତେ ଭଲ ପାଉଛି l ମୋ ପାଖରେ ସମୟ ବହୁତ କମ ରହିଛି ,ମୁଁ ୩ ଥର ଇଜିପ୍ଟ ଯାଇ ବିନା ସ୍ୱମୀରେ ଫେରିଛି l ସେ ବ୍ରିଟେନର ପ୍ରଧାନମନ୍ତ୍ରୀ ବୋରିସ ଜନ୍ସନଙ୍କୁ ଅନୁରୋଧ କରିଛନ୍ତି ଯେ ତାଙ୍କ ସ୍ୱାମୀଙ୍କୁ ବ୍ରିଟେନର ଭିସା ଦିଆଯାଉ l

Nalco
Leave A Reply