Odisha news

କଣ ପାଇଁ ଭାରତରେ ହୋଇଥାଏ ବାର୍ଡ଼ଫ୍ଲୁ : ଜାଣନ୍ତୁ କାରଣ

0

ନୂଆଦିଲ୍ଲୀ :ଭାରତରେ ୪ଟି ରାଜ୍ୟ ବର୍ତମାନ ବାର୍ଡଫ୍ଲୁ ର ଶିକାର ହୋଇଛନ୍ତି l କେନ୍ଦ୍ର ସରକାର ତୁରନ୍ତ ଏହି ରାଜ୍ୟ ଗୁଡିକୁ ସାବଧାନର ସହିତ ପଦକ୍ଷେପ ଉଠାଇବାକୁ ସୂଚନା ଦେଇଛନ୍ତି l ପ୍ରଶ୍ନ ଏହା ଉଠୁଛି ଯେ ଭାରତରେ ପ୍ରତେକ ବର୍ଷ ବାର୍ଡଫ୍ଲୁ କଣ ପାଇଁ ଆସୁଛି ?ଏହି ରୋଗଟି ଭାରତକୁ ଆସିବାର ମାଧ୍ୟମ କଣ ଆସନ୍ତୁ ଜାଣିବା ପଶୁପାଳନ ଓ ଡାଏରୀ ମନ୍ତ୍ରଣାଳୟ କଣ କହିଛନ୍ତି l

ବାର୍ଡ଼ ଫ୍ଲୁ ଦୁନିଆର ଅଧିକାଂଶ ଦେଶରେ ଅନେକ ବର୍ଷରୁ ବ୍ୟାପିବାରେ ଲାଗିଛି l ଭାରତରେ ଏହାର ପ୍ରଥମ ପ୍ରଭାବ ୨୦୦୬ ରେ ଦେଖା ଯାଇଥିଲା l ସେତେବେଳ ଠାରୁ ନେଇ ବର୍ତମାନ ପର୍ଯ୍ୟନ୍ତ ଭାରତରେ ୪ଥର ବାର୍ଡଫ୍ଲୁ ଦେଖା ଗଲାଣି l ବର୍ଷର ଶେଷ ମାସରେ ଭାରତରେ ବାର୍ଡଫ୍ଲୁ ଦେଖା ଯାଇଥାଏ ଏହାର ଅର୍ଥ ଶୀତଋତୁ ଆରମ୍ଭ ହେବା ବେଳକୁ ବାର୍ଡଫ୍ଲୁର ପ୍ରଭାବ ଦେଖା ଯାଇଥାଏ l

ଭାରତରେ ବାର୍ଡ଼ଫ୍ଲୁ ପ୍ରଭାବ ବିସ୍ତାର କରିବାର ପ୍ରଥମ କାରଣ ହେଲା -ଭାରତକୁ ବିଦେଶୀ ପକ୍ଷୀ ମାନଙ୍କର ଆଗମନ l ଅନ୍ୟଟି ହେଲା ସଂକ୍ରମଣ କରୁଥିବା ବସ୍ତୁ ମାନଙ୍କର ଜରିଆରେ l

ପଶୁପାଳନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ଯେ ପ୍ରବାସୀ ପକ୍ଷୀ ମାନଙ୍କ ଦ୍ୱାରା ଏହି ରୋଗ ବ୍ୟାପିଥାଏ l ଏହା ପରେ ସଂକ୍ରମଣ ଗ୍ରସ୍ତ ଦ୍ୱାରା ଯେପରି କୌଣସି ବ୍ୟକ୍ତିର କପଡା ,ଜିନିଷ ପତ୍ର ,ଖାଦ୍ୟପଦାର୍ଥ ସଂକ୍ରମିତ ଅବସ୍ଥାରେ ପଡି ରହିବ ଦ୍ୱାରା ଆମ ଦେଶକୁ ବାର୍ଡଫ୍ଲୁ ଆସିଥାଏ l ବର୍ତ୍ତମାନ ଭାରତରେ ଯେଉଁ ୪ଟି ରାଜ୍ୟରେ ବାର୍ଡଫ୍ଲୁ ବ୍ୟାପିଛି ସେହି ରାଜ୍ୟ ଗୁଡିକ ହେଲା ରାଜସ୍ଥାନ ,ମଧ୍ୟପ୍ରଦେଶ ,ହିମାଚଳ ପ୍ରଦେଶ ଓ କେରଳ l ଏହି ସବୁ ରାଜ୍ୟକୁ ଉପଯୁକ୍ତ ପଦକ୍ଷପ ନେଇ ବାର୍ଡଫ୍ଲୁ କୁ ନିୟନ୍ତ୍ରଣ କରିବା ପାଇଁ ପରାମର୍ଶ ଦିଆଯାଇଛି l

ବାର୍ଡଫ୍ଲୁ ର ଭାଇରସ ପକ୍ଷୀ ମାନଙ୍କର ଛେପ ,ମଳ ଓ ସ୍ଵବ ସାହାଯ୍ୟରେ ପବନ ଦ୍ୱାରା ବ୍ୟାପିଥାଏ l ତେଣୁକରି କେନ୍ଦ୍ର ସରକାର ନିଜର ଆକ୍ସନ ପ୍ଳାନରେ ପରାମର୍ଶ ଦେଇଛନ୍ତି ଯେ ପ୍ରବାସୀ ପକ୍ଷୀ ମାନଙ୍କ ମାର୍ଗରେ ଆସୁଥିବା ଅଞ୍ଚଳ ଗୁଡିକୁ ଖାସ କରି ଯାଞ୍ଚ କରିବା ବଶ୍ୟକ l ବନ ବିଭାଗ ଗୁଡିକ ପର୍ଯ୍ୟଟକ ମାନଙ୍କୁ ଓ ସାଧାରଣ ନାଗରିକଙ୍କୁ ପ୍ରବାସୀ ପକ୍ଷୀ ମାନଙ୍କ ନିକଟକୁ ନଯିବା ପାଇଁ ନିର୍ଦେଶ ଦେବା ବଷ୍ୟକ l ବର୍ତ୍ତମାନ ସମସ୍ତ ରାଜ୍ୟ ସରକାରଙ୍କୁ ନିର୍ଦେଶ ଦିଆଯାଇଛି ଯେ ପ୍ରବାସୀ ପକ୍ଷୀ ଗୁଡ଼ିକଙ୍କ ଉପରେ ଓ କୁକୁଡ଼ା ଫାର୍ମ ଉପରେ ଖାସ କରି ନଜର ରଖିବା ଆବଶ୍ୟକ l

Nalco
Leave A Reply